Odisha news

ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ତିନୋଟି ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚାଲିବାର ବ୍ୟବସ୍ତା

0

ନିମ୍ନଲିଖିତ ଅନୁଯାୟୀ ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରେ ଦୁଇ ଯୋଡ଼ା ଦୂରଗାମୀ ବିଶେଷ ଟ୍ରେନ୍ ଏବଂ ଏକ ଯୋଡ଼ା ବିଶେଷ ପାସେଞ୍ଜର ଟ୍ରେନ୍ ଚଳାଇବାକୁ ରେଳବାଇ ନିଷ୍ପତ୍ତି ନେଇଛି |

ଭିଲୁପୁରମ୍-ପୁରୁଲିଆ-ଭିଲୁପୁରମ୍ ଦ୍ବି-ସାପ୍ତାହିକ ସ୍ୱତନ୍ତ୍ର ସୁପର ଫାଷ୍ଟ

06170/06169 ଭିଲୁପୁରମ୍-ପୁରୂଲିଆ-ଭିଲୁପୁରମ୍ ସ୍ପେଶାଲ୍ 5 ମଇ, 2021 ଠାରୁ ଭିଲୁପୁରାମରୁ ପ୍ରତ୍ୟେକ ବୁଧବାର ଏବଂ ଶନିବାର ଅପରାହ୍ନ ୧୨ଘ.୦୫ମି.ରେ ଛାଡିବ ଏବଂ 7 ମଇ, 2021 ଠାରୁ ପୁରୂଲିଆରୁ ପ୍ରତ୍ୟେକ ଶୁକ୍ରବାର ଏବଂ ସୋମବାର ପୂର୍ବାହ୍ନ ୧୦ ଘଟିକାରେ ଛାଡି ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ |

ଭିଲୁପୁରମ୍-ଖଡଗପୁର-ଭିଲୁପୁରମ୍ ସାପ୍ତାହିକ ସ୍ୱତନ୍ତ୍ର ସୁପର ଫାଷ୍ଟ

06178/06177 ଭିଲୁପୁରମ୍-ଖଡଗପୁର-ଭିଲୁପୁରମ୍ ସ୍ପେଶାଲ୍ 4 ମଇ, 2021 ଠାରୁ ଭିଲୁପୁରମରୁ ପ୍ରତ୍ୟେକ ମଙ୍ଗଳବାର ଅପରାହ୍ନ ୧୨ଘ.୦୫ମି.ରେ ଛାଡିବ ଏବଂ 6 ମଇ, ୨୦୧୧ ଠାରୁ ଖଡଗପୁରରୁ ପ୍ରତ୍ୟେକ ଗୁରୁବାର ଦିନ ଅପରାହ୍ନ ୨ଘ.୧୦ମି.ରେ ଛାଡି ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ |

ଉଭୟ ଟ୍ରେନ୍‌ରେ ଗୋଟିଏ ଏସି-୨ ଟାୟାର୍, ଗୋଟିଏ ଏସି -3 ଟାୟାର୍, ସାତଟି ସ୍ଲିପର୍ କ୍ଲାସ୍, ପାଞ୍ଚଟି ଦ୍ଵିତୀୟ ଶ୍ରେଣୀ ସିଟିଙ୍ଗ ଏବଂ ଦୁଇଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ଥିବାବେଳେ ଭିଲୁପୁରମ୍ ଏବଂ ପୁରଲିୟା / ଖଡଗପୁର ମଧ୍ୟରେ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଏହା ବିଶାଖାପାଟନମ୍, ବିଜୟନଗରମ୍, ବ୍ରହ୍ମପୁର, ଖୋର୍ଦ୍ଧାରୋଡ୍, ଭୁବନେଶ୍ୱର, କଟକ ଏବଂ ଯାଜପୁର କେନ୍ଦୁଝର ରୋଡ଼ ଠାରେ ଉଭୟ ଦିଗରୁ ରହଣି କରିବ |

ବିଳାସପୁର-ଟିଟିଲାଗର-ବିଳାସପୁର ସ୍ପେସିଆଲ ପାସେଞ୍ଜର |

08264/08263 ବିଳାସପୁର-ଟିଟିଲାଗଡ-ବିଳାସପୁର ପାସେଞ୍ଜର ସ୍ପେଶାଲ 10 ଏପ୍ରିଲ, ୨୦୧୧ ଠାରୁ ବିଳାସପୁରରୁ ସକାଳ ୦୬ଘ.୫୦ମି.ରେ ଛାଡିବାକୁ ଥିବାବେଳେ 11 ଏପ୍ରିଲ, ୨୦୧୧ ଠାରୁ ଟିଟିଲାଗଡରୁ ପୂର୍ବାହ୍ନ ୦୯ଘ.୩୦ମି.ରେ ଛାଡିବ |

ଓଡ଼ିଶାକୁ ଆସୁଥିବା ରେଳଯାତ୍ରୀମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା |

ଦେଶର ଯେକୌଣସି ସ୍ଥାନରୁ ଓଡିଶା ଆସୁଥିବା ଯାତ୍ରୀ ସେମାନଙ୍କ ଯାତ୍ରା ପ୍ରାରମ୍ଭର ସର୍ବାଧିକ 72 ଘଣ୍ଟା ମଧ୍ୟରେ ହୋଇଥିବା ଆରଟିପିସିଆର ନେଗେଟିଭ୍ ଟେଷ୍ଟ ରିପୋର୍ଟ କିମ୍ବା କୋଭିଡି ଟୀକାର ଦ୍ଵିତୀୟ ଡୋଜ ସାର୍ଟିଫିକେଟ୍ ଆଣିବା ଆବଶ୍ୟକ | ବୈଧ ପ୍ରମାଣପତ୍ର ନଥିବା ଲୋକଙ୍କୁ ସାତ ଦିନ ବାଧ୍ୟତାମୂଳକ ଘର / ଅନୁଷ୍ଠାନିକ କ୍ଵାରେଣ୍ଟାଇନରେ ରହିବାକୁ ପଡିବ |

IEC 2 years
Leave A Reply