ଭୁବନେଶ୍ୱର,ତା.୦୮/୦୭: ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ସକ୍ରିୟ ବିଜେପି କାର୍ଯ୍ୟକର୍ତା ପି. କିଷ୍ଣାଙ୍କ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି , ରାଜ୍ୟ ଉପସଭାପତି ଶ୍ରୀ ଭୃଗୁ ବକ୍ସିପାତ୍ର ଏବଂ ଗଜପତି ବିଧାୟକ କେ. ନାରାୟଣ ରାଓ ଗଭୀର ଶୋକ ପ୍ରକାଶ କରିବା ସହ ସ୍ୱର୍ଗତଃ ଆତ୍ମାର ସଦଗତି କାମନା କରିଛନ୍ତି ।
ସ୍ୱର୍ଗତଃ କିଷ୍ଣା ଦଳର ଜଣେ ଦକ୍ଷ ସଙ୍ଗଠକ ଏବଂ ଉତ୍ସର୍ଗୀକୃତ ସକ୍ରିୟ କାର୍ଯ୍ୟକର୍ତା ଭାବେ ବେଶ ଜଣାଶୁଣା ଥିଲେ । ସବୁ ସମୟରେ ସେ ଲୋକଙ୍କ ସୁଖ ଦୁଃଖରେ ସାମିଲ ହେଉଥିଲେ । ପୂର୍ବରୁ ସେ ପାରଳାଖେମୁଣ୍ଡି ପୌରସଂସ୍ଥାର ପୂର୍ବତନ ଅଧକ୍ଷ ଭାବେ ଦାୟୀତ୍ୱ ତୁଲାଇଥିଲେ । ସମାଜର ବିଭିନ୍ନ କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ । ତୃଣମୂଳସ୍ତରରେ ଦଳର ସଙ୍ଗଠନକୁ ମଜବୁତ କରିବାରେ ତାଙ୍କର ଅନେକ ଭୂମିକା ରହିଛି । ତାଙ୍କ ବିୟୋଗ ଓଡିଶା ରାଜନୀତି ଏବଂ ବିଶେଷ କରି ବିଜେପି ଦଳ ପାଇଁ ଏକ ଅପୂରଣୀୟ କ୍ଷତି । ସ୍ୱର୍ଗତଃ କିଷ୍ଣାଙ୍କ ବିୟୋଗରେ ଶ୍ରୀ ମହାନ୍ତି , ଶ୍ରୀ ବକ୍ସିପାତ୍ର ଏବଂ ଶ୍ରୀ ରାଓ ଅତ୍ୟନ୍ତ ମର୍ମାହତ ବୋଲି କହିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।