Odisha news

ବୋରିଗୁମ୍ମା ସହରରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୯ କୁ ବୃଦ୍ଧି : ପାଞ୍ଚ ଦିନ ସଟ ଡାଉନ ଘୋଷଣା କଲେ ଜିଲ୍ଲାପାଳ।

0
ବୋରିଗୁମ୍ମା (କେ.ସାକିଲି ଦୋରା) : ବୋରିଗୁମ୍ମା ସହରରେ ଦିନ କୁ ଦିନ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।ପୂର୍ବରୁ ଆକ୍ରାନ୍ତ ଙ୍କ ସଂଖ୍ୟା ୬ ରହିଥିବା ବେଳେ ଆଜି ପୁଣି ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ତିନି ଜଣ ଆକ୍ରାନ୍ତ ହେଉଛନ୍ତି ହାଇସ୍କୁଲ ର ଛାତ୍ର ଛାତ୍ରୀ। ଏମାନେ ସମସ୍ତେ ଜଣେ ଶିକ୍ଷକ ଙ୍କ ନିକଟରେ ଟ୍ୟୁସନ ପଡୁଥିଲେ।ଜଣେ ଆକ୍ରାନ୍ତ ଭେଙ୍କଟନଗର ର ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ବଙ୍ଗଳାଗୁଡା ର ବୋଲି ପ୍ରଶାସନ ସୂଚନା ଦେଇଛନ୍ତି। ଏହି ସବୁ କୁ ଲକ୍ଷ୍ୟ କରି ବ୍ଲକ ପ୍ରଶାସନ ସହ ଆଲୋଚନା କରିବା ପରେ କୋରାପୁଟ ଜିଲ୍ଲାପାଳ ପାଞ୍ଚ ଦିନ ପାଇଁ ବୋରିଗୁମ୍ମା ପଞ୍ଚାୟତ କୁ ସଟ ଡାଉନ ଘୋଷଣା କରିଛନ୍ତି।  ବୁଧବାର ସନ୍ଧ୍ୟା ୬ ରୁ ସୋମବାର ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ସଟ ଡାଉନ ଘୋଷଣା କରିଛନ୍ତି। ଏନେଇ ଜିଲାପାଳ ଙ୍କ କାର୍ଯ୍ୟାଳୟ ର ପତ୍ରାଙ୍କ .. ୧୩୬୫ /୦୮.୦୭.୨୦୨୦ ରେ ଦର୍ଶାଇଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟତୀତ ଅନ୍ୟ କୌଣସି ଦୋକାନ ଖୋଲିପାରିବେ ନାହିଁ। ଦିନ କୁ ଦିନ କରୋନା ଆକ୍ରାନ୍ତ ଙ୍କ ବୃଦ୍ଧି ହେବା ଫଳରେ ବୋରିଗୁମ୍ମା ସହର ସମେତ ବ୍ଲକ ବାସୀ ଆତଙ୍କିତ ହୋଇଛନ୍ତି।
Nalco
Leave A Reply