ରାଜ୍ୟ ସଭାପତିଙ୍କୁ ଭେଟିଲେ ଏନଟିପିସି ଥର୍ମାଲ ପାୱାର ଷ୍ଟେସନର ଶ୍ରମିକ ଏକତା ମଂଚର ପ୍ରତିନିଧୀ , ଶ୍ରମିକଙ୍କ ସମସ୍ୟାକୁ କେନ୍ଦ୍ର ସରକାରଙ୍କ ପାଖରେ ଉଠାଯିବ : ସମୀର ମହାନ୍ତି
ଟିଟିପିଏସ ପ୍ରୋଜେକ୍ଟକୁ ବନ୍ଦ କଲେ ହଜାର ହଜାର ଶ୍ରମିକ ବେରୋଜଗାର ହୋଇଯିବେ
ରାଜ୍ୟ ସରକାର ତୁରନ୍ତ ନିଷ୍ପତିକୁ ପ୍ରତ୍ୟାହାର କରି ଟିଟିପିଏସ ପ୍ରୋଜେକ୍ଟକୁ ଚାଲୁ ରଖନ୍ତୁ
ଟିଟିପିଏସ ପକଳ୍ପଟି ବନ୍ଦ ହୋଇଗଲେ ୨୦୦୦ ଠିକା କର୍ମଚାରୀ,୩୦୦ ନିୟମିତ ଶ୍ରମିକ ଏବଂ ଚତୁଃପାଶ୍ୱର୍ରେ ୫୦ ହଜାରରୁ ଉଦ୍ଧ୍ୱର୍ ଜନସାଧାରଣ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ କ୍ଷତିଗ୍ରସ୍ତ ହେବେ
ଭୁବନେଶ୍ୱର ତା.୨୩/୨: ୨୦୧୮ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଳଚେର ଗସ୍ତ ସମୟରେ ଏଫସିଆଇ ପ୍ରୋଜେକ୍ଟକୁ ୧୦ ହଜାର କୋଟି ଏବଂ ଟିଟିପିଏସ ପ୍ରୋଜେକ୍ଟକୁ ୯,୫୦୦ କୋଟି ଟଙ୍କା ଅନୁଦାନ କରିଥିଲେ । କିନ୍ତୁ ରାଜ୍ୟ ସରକାର ଟିଟିପିଏସ ପ୍ରକଳ୍ପକୁ ଅନୁମତି ଦେଇନଥିଲେ ।
ଯାହାଫଳରେ ଟିଟିପିଏସର ୬୬୦ଙ୍ଘ୨ ମେଗାୱାଟ ତିଆରି ହେବା କଥା । ତାହା ବର୍ତମାନ ସୁଦ୍ଧା କାର୍ଯ୍ୟକାରୀ ହୋଇପାରିନାହିଁ ଓ ଟିଟିପିଏସର ୪୬୦ ମେଗାୱାଟ ପକଳ୍ପ ଆସନ୍ତା ମାର୍ଚ୍ଚ ୩୧ ତାରିଖରେ ଅବଧି ସରିବାକୁ ଯାଉଛି । ଏହି ପକଳ୍ପଟି ବନ୍ଦ ହୋଇଗଲେ ୨୦୦୦ ଠିକା କର୍ମଚାରୀ, ୩୦୦ ନିୟମିତ ଶ୍ରମିକ ଏବଂ ଚତୁଃପାଶ୍ୱର୍ରେ ୫୦ ହଜାରରୁ ଉଦ୍ଧ୍ୱର୍ ଜନସାଧାରଣ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ କ୍ଷତିଗ୍ରସ୍ତ ହେବେ । ଏହି ପରିପ୍ରେକ୍ଷୀରେ ଏନଟିପିସି ଥର୍ମାଲ ପାୱାର ଷ୍ଟେସନର ଶ୍ରମିକ ଏକତା ମଂଚର ପ୍ରତିନିଧୀ ବିଜେପି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କୁ ଭେଟି ଶ୍ରମିକଙ୍କ ସମସ୍ୟାର ସମାଧାନ କରିବା ସହ ଏହି ପ୍ରୋଜେକ୍ଟକୁ ବନ୍ଦ ନକରି ଚାଲୁ ରଖିବା ପାଇଁ ଅନୁରୋଧ କରିଛନ୍ତି ।
ଶ୍ରମିକ ଏକତା ମଂଚ ପକ୍ଷରୁ ସଭାପତି ଶ୍ରବଣ କୁମାର ସାମଲ ଓ ସାଧାରଣ ସଂପାଦକ ବିନୋବାନନ୍ଦ ତ୍ରିପାଠୀ ଶ୍ରମିକ ମାନଙ୍କର ସମସ୍ୟା ସଂପର୍କରେ ବିଜେପି ରାଜ୍ୟ ସଭାପତିଙ୍କ ସହ ବିସ୍ତୁତ ଭାବେ ଆଲୋଚନା କରିଥିଲେ । ସମସ୍ତ ଦସ୍ତାବିଜକୁ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଦେଖିବା ସହ ଶ୍ରମିକଙ୍କ ସମାଧାନ ପାଇଁ ସେ ଏହାକୁ କେନ୍ଦ୍ର ସରକାରଙ୍କ ପାଖରେ ଉପସ୍ଥାପନା କରିବେ ବୋଲି ପ୍ରତିନିଧୀ ଦଳଙ୍କୁ ପ୍ରତିଶୃତି ଦେଇଥିଲେ । କରୋନା ମହାମାରୀ ସମୟରେ ରାଜ୍ୟରେ ଲକ୍ଷ ଲକ୍ଷ ଶ୍ରମିକ ରୋଜଗାର ହରାଇଥିବାବେଳେ ଟିଟିପିଏସ ପ୍ରୋଜେକ୍ଟକୁ ବନ୍ଦ କଲେ ହଜାର ହଜାର ଶ୍ରମିକ ବେରୋଜଗାର ହୋଇଯିବେ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ତୁରନ୍ତ ନିଷ୍ପତିକୁ ପ୍ରତ୍ୟାହାର କରି ଟିଟିପିଏସ ପ୍ରୋଜେକ୍ଟକୁ ଚାଲୁ ରଖନ୍ତୁ ବୋଲି ଶ୍ରୀ ମହାନ୍ତି ଅନୁରୋଧ କରିଛନ୍ତି ।