Odisha news

ଭୂବନେଶ୍ୱରରେ ପହଂଚିଲେ ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା ଶ୍ରୀମତୀ ଭନିତା ଶ୍ରୀନିବାସନ

0

 ରାଜ୍ୟ କାର୍ଯ୍ୟାଳୟରେ ବିପୁଳ ସ୍ୱାଗତ ଓ ସମ୍ବର୍ଦ୍ଧନା
ଭୁବନେଶ୍ୱର : ନୂତନ ଭାବେ ଦାୟୀତ୍ୱ ଗ୍ରହଣ କରିବା ପରେ ଭାରତୀୟ ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ସଭାନେତ୍ରୀ ଶ୍ରୀମତୀ ଭନିତା ଶ୍ରୀନିବାସନ ପ୍ରଥମ ଥର ପାଇଁ ଓଡିଶା ଗସ୍ତରେ ଆସି ଆଜି ଭୂବନେଶ୍ୱରରେ ପହଂଚିଛନ୍ତି । ଭୂବନେଶ୍ୱର ବିମାନ ବନ୍ଦରରେ ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକ ସ୍ୱାଗତ ଜଣାଇଥିଲେ । ରାଜ୍ୟ କାର୍ଯ୍ୟାଳୟରେ ପହଂଚିବା ପରେ ମହିଳା ମୋର୍ଚ୍ଚା ତରଫରୁ ଶ୍ରୀମତୀ ଶ୍ରୀନିବାସନଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।
ଏହା ପରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ସାଧାରଣ ସଂପାଦକ (ସଂଗଠନ) ଶ୍ରୀ ମାନସ ମହାନ୍ତିଙ୍କ ସମେତ ବହୁ ରାଜ୍ୟ ପଦାଧିକାରୀ, ମହିଳା ମୋର୍ଚ୍ଚା ପଦାଧିକାରୀଗଣ ଶ୍ରୀମତୀ ଶ୍ରୀନିବାସନଙ୍କୁ ପୁଷ୍ପଗୁଚ୍ଛ ଏବଂ ଉପଢୈ÷ାକନ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ ।
ଶ୍ରୀମତୀ ଶ୍ରୀନିବାସନ ଆସନ୍ତା କାଲି ଅନୁଷ୍ଠିତ ହେବାକୁ ଥିବା ପରୀକୁ ନ୍ୟାୟ ପାଇଁ ପଦଯାତ୍ରାରେ ସାମିଲ ହେବେ ।

Leave A Reply