ପ୍ରାଥମିକ ସଦସ୍ୟ ଅଭିଯାନ ସଂଗ୍ରହ ଜାରି ରହିବ
ବିଜେପି ସରକାରଙ୍କ ଜନକଲ୍ୟାଣକାରୀ କାର୍ଯ୍ୟରେ ଉତ୍ସାହିତ ହୋଇ ଅଧିକରୁ ଅଧିକ ଜନସାଧାରଣ ଦଳରେ ସାମିଲ ହେଉଛନ୍ତି
୨୧ ତାରିଖରେ ଦଳର କେନ୍ଦ୍ରୀୟ କମିଟି ଆଗାମୀ ଦିନର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ନିର୍ଦ୍ଧାରଣ କରିବ
ଭୁବନେଶ୍ୱର(Suvendra Pattanaik) : ସମ୍ପୂର୍ଣ୍ଣ ରାଷ୍ଟ୍ରବାଦ, ଜାତୀୟତାବାଦରେ ବିଶ୍ୱାସ କରୁଥିବା ଭାରତୀୟ ଜନତା ପାର୍ଟି ହେଉଛି ବିଶ୍ୱର ସବୁଠୁ ବଡ଼ ରାଜନୈତିକ ଦଳ । ସମସ୍ତଙ୍କୁ ସାଙ୍ଗରେ ନେଇ ଏକ ବିଚାରଧାରାରେ ବିଶ୍ୱାସ ରଖି ଚାଲୁଥିବା ଏହି ଦଳରେ ଗଣତାନ୍ତ୍ରୀକ ପ୍ରକ୍ରିୟାରେ ପ୍ରତି ୬ ବର୍ଷରେ ସଦସ୍ୟ ସଂଗ୍ରହ କରାଯାଏ । ପ୍ରଥମେ ପ୍ରାଥମିକ ସଦସ୍ୟ ହେବା ପରେ କାର୍ଯ୍ୟକର୍ତାମାନେ ସକ୍ରିୟ ସଦସ୍ୟ ହୁଅନ୍ତି । ଏହାପରେ ବୁଥ୍ରୁ ଆରମ୍ଭ କରି ମଣ୍ଡଳ, ଜିଲ୍ଲା, ରାଜ୍ୟ ଏବଂ ରାଷ୍ଟ୍ରୀୟସ୍ତରୀୟ କମିଟି ନିର୍ବାଚନ ହୁଏ । ଚଳିତ ଥର ସଦସ୍ୟତା ଅଭିଯାନ-୨୦୨୪ ଗତ ସେପ୍ଟେମ୍ବର ୨ ତାରିଖରୁ ଦେଶବ୍ୟାପୀ ଆରମ୍ଭ ହୋଇଥିବାବେଳେ ଏପର୍ଯ୍ୟନ୍ତ ଚାଲୁରହିଛି । ୧୬ ତାରିଖରୁ ଅକ୍ଟୋବର ୩୧ତାରିଖ ପର୍ଯ୍ୟନ୍ତ ସକ୍ରିୟ ସଦସ୍ୟ ଗ୍ରହଣର ପ୍ରକ୍ରିୟା ଚାଲୁ ରହିବ । ଏହି ସମୟରେ ପ୍ରାଥମିକ ସଦସ୍ୟ ସଂଗ୍ରହ ଅଭିଯାନ ମଧ୍ୟ ଜାରି ରହିବ । ବିଜେପିର ପ୍ରାଥମିକ ସଦସ୍ୟ ସଂଗ୍ରହ ପାଇଁ ଉଭୟ ଅନ୍ଲାଇନ ଓ ଅଫ୍ଲାଇନ୍ରେ ବ୍ୟବସ୍ଥା କରାଯାଇଛି । ଅନ୍ଲାଇନ୍ରେ ଫୋନ ନଂ.୮୮୦୦୦୦୨୦୨୪ରେ ମିସ୍ କଲ୍ ମାଧ୍ୟମରେ ସଦସ୍ୟ ସଂଗ୍ରହ କରାଯାଉଥିôବାବେଳେ ଅଫ୍ଲାଇନ୍ ମାଧ୍ୟମରେ ସଦସ୍ୟତା ସଂଗ୍ରହ ଅଭିଯାନ ପାଇଁ ପ୍ରତ୍ୟେକ ବୁଥ୍କୁ ଆବଶ୍ୟକ ପରିମାଣର ସଦସ୍ୟ ପୁସ୍ତିକା ଦିଆଯାଇଛି । ଏସବୁ ପୁସ୍ତିକା ବୁଥ୍ଗୁଡ଼ିକରୁ ଫେରି ନ ଥିବାରୁ ମୋଟ ସଦସ୍ୟ ସଂଖ୍ୟା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ । ବିଜେପି ସରକାରଙ୍କ ଜନକଲ୍ୟାଣକାରୀ କାର୍ଯ୍ୟରେ ଉତ୍ସାହିତ ହୋଇ ଅଧିକରୁ ଅଧିକ ଜନସାଧାରଣ ଦଳରେ ସାମିଲ ହେଉଛନ୍ତି । ବିଜେପିକୁ ଭଲ ପାଉଥିôବା ସମସ୍ତ ଇଚ୍ଛୁକ ବ୍ୟକ୍ତିବିଶେଷଙ୍କୁ ଦଳରେ ସାମିଲ କରିବା ପାଇଁ ପ୍ରାଥମିକ ସଦସ୍ୟ ଅଭିଯାନ ସଂଗ୍ରହ କାର୍ଯ୍ୟକ୍ରମ ଜାରି ରହିବ ବୋଲି ଏକ ପ୍ରେସ୍ ବାର୍ତାରେ ରାଜ୍ୟ ମୁଖପାତ୍ର ଶ୍ରୀ ଦିଲୀପ ମଲ୍ଲିକ କହିଛନ୍ତି ।
ଶ୍ରୀ ମଲ୍ଲିକ କହିଛନ୍ତି ଯେ, ଆସନ୍ତା ୨୧ ତାରିଖରେ ଦଳର କେନ୍ଦ୍ରୀୟ କମିଟି ଆଗାମୀ ଦିନର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ନିର୍ଦ୍ଧାରଣ କରିବ । କେନ୍ଦ୍ରୀୟ କମିଟି ପକ୍ଷରୁ ନିର୍ଦ୍ଧାରିତ ହେଲାପରେ ଦଳରେ କେବେ ଓ କେଉଁଭଳି ଭାବେ ସାଙ୍ଗଠନିକ ନିର୍ବାଚନ ହେବ ସେସମ୍ପର୍କରେ ସ୍ପଷ୍ଟ ଚିତ୍ର ମିଳିପାରିବ ।