Odisha news

“ବୃତଙ୍ଗ ଜଳସେଚନ”କୁ କେନ୍ଦ୍ରର ମଞ୍ଜୁରୀ , କୃଷି ଓ କୃଷକଙ୍କ ବିକାଶ ପାଇଁ ସଂକଳ୍ପବଦ୍ଧ ବିଜେପି ସରକାର : ମନମୋହନ ସାମଲ

0

 ପ୍ରଧାନମନ୍ତ୍ରୀ ଓ ଜଙ୍ଗଲ ପରିବେଶ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ରାଜ୍ୟ ସଭାପତି
ଭୁବନେଶ୍ୱର,୦୯/୦୭: ନୟାଗଡ଼ ଜିଲାର ବହୁ ପ୍ରତୀକ୍ଷିତ “ବୃତଙ୍ଗ ଜଳସେଚନ ପ୍ରକଳ୍ପ”କୁ ମୋଦି ସରକାର ମଞ୍ଜୁରି ପ୍ରଦାନ କରିଛନ୍ତି । ଏହି ପ୍ରକଳ୍ପ ନିର୍ମାଣ ପାଇଁ ଜଙ୍ଗଲ ଓ ଜଳବାୟୁ ପରିବର୍ତନ ମନ୍ତ୍ରଣାଳୟ ଅନୁମତି ଦେଇଛି । ଫଳରେ ନୟାଗଡ଼ବାସୀଙ୍କ ୩୦ ବର୍ଷର ଆଶା ଓ ଆଙ୍କାକ୍ଷା ପୂରଣ ହେବ । ଏହା କୃଷକଙ୍କ ପାଇଁ ବରଦାନ ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି । ଏନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ପରିବେଶ, ଜଳବାୟୁ ପରିବର୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ କୃତଜ୍ଞତା ଜଣାଇବା ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଶ୍ରୀ ସାମଲ ଧନ୍ୟବାଦ ଦେଇଛନ୍ତି ।
ଶ୍ରୀ ସାମଲ କହିଛନ୍ତି, ବିଜେଡି ସରକାର ଗତ ୨୪ ବର୍ଷ ଶାସନ ମଧ୍ୟରେ ଯାହା କରିପାରି ନ ଥିଲା ବିଜେପି ସରକାରକୁ ଆସିବାର ମାସକ ଭିତରେ ତାହା କରିବାକୁ ସକ୍ଷମ ହୋଇଛି । ନୟାଗଡ଼ ଜିଲାର କୃଷକମାନେ ଦୀର୍ଘ ବର୍ଷ ହେବ ଚାଷ କାର୍ଯ୍ୟବେଳେ ବହୁ ସମସ୍ୟା ଭୋଗୁଥିଲେ । ଜଳସେଚନର ସୁବନେ୍ଦାବସ୍ତ ନ ଥିବାରୁ ଖରାଦିନେ ଗଜା ମରୁଡ଼ି ଭଳି ପରିସ୍ଥିତି ସୃଷ୍ଟି ହେଉଥିଲା । ଅପରପକ୍ଷେ ପାନୀୟ ଜଳ ପାଇଁ ମଧ୍ୟ ଜିଲାବାସୀ ଅସୁବିଧା ଭୋଗୁଥିଲେ । ଏବେ ଏସବୁ ସମସ୍ୟା ଦୂର ହେବ ବୋଲି ଆଶାକରି ଚାଷୀ ଓ ଜନସାଧାରଣଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି ।
ବିଜେପି ସରକାର କୃଷି ଓ କୃଷକଙ୍କ ବିକାଶ ପାଇଁ ସଂକଳ୍ପବଦ୍ଧ । ୧୫୨୪.୧୭ ହେକ୍ଟର ଅଂଚଳ ଜଙ୍ଗଲ ଜମିକୁ ମୋଦି ସରକାର ଅନୁମତି ଦେବା ଯୋଗୁଁ ୨୩ ହଜାର ୩୦୦ ହେକ୍ଟର ଜମି ଜଳସେଚିତ ହୋଇପାରିବ । ଖୁବ୍ଶୀଘ୍ର ବୃତଙ୍ଗ ଜଳସେଚନ ଯୋଜନା ଆରମ୍ଭ ହେବ ଏବଂ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ହେବ । ଏହାଦ୍ୱାରା ନୟାଗଡ଼ ଜିଲାର ହଜାର ହଜାର କୃଷକ ଉପକୃତ ହୋଇପାରିବେ । ପାନୀୟ ଜଳର ମଧ୍ୟ ସୁବନେ୍ଦାବସ୍ତ ହୋଇପାରିବ । ଫଳରେ ଜିଲାରେ କୃଷି କ୍ଷେତ୍ରରେ ବିକାଶ ହେବା ସହ କୃଷକଙ୍କ ଆର୍ଥିକ ବିକାଶରେ ସହାୟକ ହୋଇପାରିବ । ଅଧପନ୍ତରିଆ ହୋଇ ପଡ଼ିରହିଥିବା ସମସ୍ତ ଜଳସେଚନ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବା ସହ ଆବଶ୍ୟକସ୍ଥଳେ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ନୂତନ ଜଳସେଚନ ପ୍ରକଳ୍ପ ନିର୍ମାଣକୁ ଗୁରୁତ୍ୱ ଦିଆଯିବ ବୋଲି ଶ୍ରୀ ସାମଲ କହିଛନ୍ତି ।

 

 

Leave A Reply