ବାଲେଶ୍ୱର : ଗତ ୧୧ତାରିଖରେ ବାଲେଶ୍ୱର ଉପନିର୍ବାଚନ ପାଇଁ ଦଳୀୟ ପ୍ରାର୍ଥୀଭାବରେ ୰ ବିଧାୟକ ମଦନମୋହନ ଦତ୍ତଙ୍କ ପୁତ୍ର ମାନସ ଦତ୍ତଙ୍କ ନାମ ଘୋଷଣା କରାଯାଇଥିଲା । ଏହି ଉପନିର୍ବାଚନ ପାଇଁ ରାଜନୈତିକ ବାତାବରଣ ଧୀରେ ଧୀରେ ଉଷ୍ମ ହେଉଥିବା ଲକ୍ଷ୍ୟ କରାଯାଇଛି । ତେବେ ଶ୍ରୀ ଦତ୍ତ ଆଜି ବିଧିବଦ୍ଧ ଭାବରେ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ ଆଜି ପୂର୍ବାହ୍ନରେ ବାଲେଶ୍ୱର ପୌରାଞ୍ଚଳ ନଂ୧ମ୍ବର ୱାର୍ଡ ତଥା ପୁରୁଣା ବାଲେଶ୍ୱର ଅଞ୍ଚଳରୁ ସେ ଏହି ପ୍ରଚାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହି ଅବସରରେ ସେଠାରେ ଅବସ୍ଥିତ ଥିବା ବାଲେଶ୍ୱରର ପ୍ରସିଦ୍ଧ ଶୈବପୀଠ ବାବା ବାଣେଶ୍ୱରଙ୍କ ମନ୍ଦିରରେ ବିଧିବଦ୍ଧଭାବରେ ପୂଜାର୍ଚ୍ଚନା କରାଯାଇଥିଲା । ଏହି ଅବସରରେ ସେ ତାଙ୍କ ୰ ପିତା ମଦନମୋହନଙ୍କ ତୈଳଚିତ୍ର ଧରି ଘରକୁ ଘର ବୁଲୁଥିବା ଲକ୍ଷ୍ୟ କରାଯାଇଥିଲା । ଏହି ପ୍ରଚାର କାର୍ଯ୍ୟରେ ଜିଲ୍ଲା ଭାଜପା ସଭାପତି ଉମାକାନ୍ତ ମହାପାତ୍ରଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ