Odisha news

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ପୁରୀର ଲୋକସଭା ସାଂସଦ ପ୍ରାର୍ଥୀ ଡାକ୍ତର ସମ୍ବିତ ପାତ୍ର ଓ ସମ୍ବଲପୁରର ଲୋକସଭା ସାଂସଦ ପ୍ରାର୍ଥୀ ଧ‌ର୍ମେନ୍ଦ୍ର ପ୍ରଧାନ।

0

ପୁରୀ: ଆଜି ସକାଳେ ପୁରୀ‌ରେ ବିଜେପିର ଦୁଇ ଲୋକସଭା ସାଂସଦ ପ୍ରାର୍ଥୀ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି। ଏ ଦୁଇଜଣ ହେଲେ ପୁରୀର ଲୋକସଭା ସାଂସଦ ପ୍ରାର୍ଥୀ ଡାକ୍ତର ସମ୍ବିତ ପାତ୍ର ଓ ସମ୍ବଲପୁରର ଲୋକସଭା ସାଂସଦ ପ୍ରାର୍ଥୀ ଧ‌ର୍ମେନ୍ଦ୍ର ପ୍ରଧାନ।

 

ଦୋଳ ପୂର୍ଣ୍ଣିମାରେ ଶ୍ରୀମନ୍ଦିରରକୁ ଯ‌ାଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ଧର୍ମପତ୍ନୀ ମୁର୍ଦୁଳା ଠାକୁର ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି। ଲୋକସଭା ସାଂସଦ ପ୍ରାର୍ଥୀ ଘୋଷଣା ପର ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଏଥିସହ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ମଧ୍ୟ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଓଡ଼ିଶାରେ ଡବଲ ଇଞ୍ଜିନର କଥା କହିବା ସହ ରାଜ୍ୟ ସରକାରର ନବକଳେବର ହେବ ବୋଲି କହିଛନ୍ତି ଏବଂ ମହାପ୍ରଭୁଙ୍କ ଆର୍ଶୀବାଦ ନେଇ ନିର୍ବାଚନ ମଇଦାନକୁ ଓହ୍ଲାଇବେ ଧର୍ମେନ୍ଦ୍ର ପ୍ରଧାନ ଓ ସମ୍ବିତ ପାତ୍ର। ସିଂହଦ୍ଵାର ନିକଟରେ ପହଞ୍ଚିବା ପରେ ସେବାୟତ ଓ ବିଜେପି ନେତା ଓ କର୍ମୀଙ୍କ ପକ୍ଷରୁ ତାଙ୍କୁ ସ୍ୱାଗତ କରାଗଲା। ମହାପ୍ରଭୁଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ।

IEC 2 years
Leave A Reply