Odisha news

ଗୋପାଳପୁର ନିର୍ବାଚନ ମଣ୍ଡଳୀ ରେ ବିଜେଡି ର ବିଶାଳ ଶୋଭାଯାତ୍ରା!

0

ରଙ୍ଗେଈଲୁଣ୍ଡା!”!!ନିର୍ବାଚନ ମାତ୍ର ଆଉ କିଛି ଦିନ ବାକି ଥିବା ବେଳେ ଆଜି ବିଜେଡି ର ଏକ ବିଶାଳ ଶୋଭାଯାତ୍ରା ସକାଳ ଆଠ ଘଣ୍ଟା ସମୟ ରେ ଗୌଞ୍ଜୁ ଶିବ ମନ୍ଦିର ରୁ ଆରମ୍ଭ ହୋଇ ଫୁଲଟା, ହଳଦିଆ ପଦର, କନିସି, ଚିକରଡ଼ା, ମନ୍ତ୍ରୀଡ଼ି, ଶାସନ ପଦର, ବିଶ୍ୱନାଥ ପୁର, ମେଣ୍ଡାରାଜପୁର, ଚଟି ଛକ, ଏବଂ ଶେଷରେ ଚାନ୍ଦପୁର ରେ ସମାପ୍ତ ହୋଇ ଥିଲା!ଆଜିର ଉକ୍ତ ନିର୍ବାଚନ ପ୍ରଚାର ରେ ହଜାର, ହଜାର ସଂଖ୍ୟା ରେ ଯୁବକ, ଛାତ୍ର, ମହିଳା ଟାଣ ଖରା ର ପ୍ରକୋପ କୁ ଖାତିର ନ କରି ଯେପରି ଭାବେ ସ୍ୱତଃ ପ୍ରବୃତ ଭାବେ ଜଡିତ ହେଲେ, ତାହା ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଲୋକପ୍ରିୟତା ଯେ କେତେ ଆଜି ନିର୍ବାଚନ ମଣ୍ଡଳୀ ବାସି ଅବଗତ ହୋଇ ଛନ୍ତି!ଏତେ ସଂଖ୍ୟା ର କର୍ମୀ ଙ୍କୁ ଦେଖି ବିଧାୟକ ପ୍ରାର୍ଥୀ ଶ୍ରୀ ବିକ୍ରମ କୁମାର ପଣ୍ଡା ଏବଂ ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସସି ପାତ୍ର ଅଭିଭୂତ ହୋଇ ଯାଇଥିଲେ!ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଙ୍କୁ ଗୋପାଳପୁର ନିର୍ବାଚନ ମଣ୍ଡଳୀ ବାସି ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି ବୋଲି ଆଜିର ଉକ୍ତ ଜନ ସମାବେଶ ରୁ ପ୍ରମାଣିତ ହୋଇ ଗଲା ବୋଲି ବିଧାୟକ ପ୍ରାର୍ଥୀ ଶ୍ରୀ ବିକ୍ରମ ପଣ୍ଡା କହିଥିଲେ ଏବଂ ଏହି ନିର୍ବାଚନ ରେ ବିଜେଡି ଏକ ତରଫା ଭାବେ ବିଜୟୀ ହେବ ବୋଲି କହିଥିଲେ!ଆଜିର ଉକ୍ତ ବିଶାଳ ପ୍ରଚାର କାର୍ଯ୍ୟକ୍ରମ ରେ ବ୍ଲକ ସଭାପତି ଅଜିତ କୁମାର ଦାସ, ବ୍ଲକ ଅଧକ୍ଷା ଚିନି ଉଷାରାଣି, ଉପାଧ୍ୟାକ୍ଷା, ଅନିତା ମହାଙ୍କୁଡ,54 ନମ୍ବର ଜିଲ୍ଲା ପରିଷଦ ଦୀପକ ସାମନ୍ତ, ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦକ ରାମହରି ପାତ୍ର, ବରିଷ୍ଠ ନେତା ପ୍ରତାପ ଚନ୍ଦ୍ର କୋଠିଆ, କାର୍ଯ୍ୟକାରୀ ସଭାପତି ଦିଲେଶ୍ଵର ରେଡି, ଜିଲ୍ଲା ପରିଷଦ ଉପାଧ୍ୟାକ୍ଷା ରାଜେଶ୍ୱରୀ ଦୋରା, ଯୁବ ନେତା ସୁବାଶିଷ ସାହୁ, ଡେପୁଟି ମେୟର ବିବେକ ରେଡି, ଜିତେନ୍ଦ୍ର ରାଉଳ, ମୁନା ନାୟକ, ଅଜିତ ରାଉଳ ଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ!

Nalco
Leave A Reply