Odisha news

ବିଜେଡି ଓ ବିଜେପି କାର୍ଯ୍ୟକୁ ବିରୋଧ କରି କଂଗ୍ରେସର ବିକ୍ଷୋଭ ଓ କୁଶପୁତ୍ତଳିକା ଦାହ

0

ବାରିପଦା : ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ମହକୁମା ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ମଯୂରଭଞ୍ଜ ଜିଲ୍ଲା କଂଗ୍ରେସ କମିଟି । ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ନିଦେ୍ର୍ଦଶରେ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ ସଭାପତି ନିରୋଜ ଲୋଚନ ଦାସଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିଜେଡି ଓ ବିଜେପି ଗୋଟିଏ ମୁଦ୍ରାର ଦୁଇପାର୍ଶ୍ୱ ବୋଲି କଂଗ୍ରେସ ପକ୍ଷରୁ ସର୍ବଦା ଅଭିଯୋଗ କରାଯାଇଅଛି । ରାଜ୍ୟରେ ଅଘୋଷିତ ମେଣ୍ଟ କରି ବିଜେପି ସରକାର ସହିତ ହାତ ମିଳାଇ ଓଡିଶା ଓ ଓଡିଆର ଅସ୍ମିତକୁ ଧ୍ୱଂସ କରାଯାଉଥିବାର ଜଳ୍ୱନ୍ତ ଉଦାହରଣ ବିଜେପି ରାଜ୍ୟସଭା ପ୍ରାର୍ଥୀକୁ ସମର୍ଥନ କରିବା । ଏହି ଅଗଣତାନ୍ତ୍ରୀକ ମେଣ୍ଟକୁ ବିରୋଧ କରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫ଟି ଅଧ୍ୟକ୍ଷ କାର୍ତ୍ତିକେୟନ ପାଣ୍ଡିଯାନର କୁଶପୁତ୍ତଳିକା ଦାହ କରି ସରକାର ବିରୋଧୀ ସ୍ଲୋଗାନ ଦିଆଯାଇଥିଲା । ତତ୍ସହିତ କେନ୍ଦ୍ର ସରକାର ମୁଖ୍ୟ ବିରୋଧୀ ଦଳ କଂଗ୍ରେସର ପାଣ୍ଠି ଆକାଉଣ୍ଟକୁ ଅଗଣତାନ୍ତ୍ରିକ ଭାବେ ଫ୍ରିଜ କରିବାକୁ ବିରୋଧ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶପୁତ୍ତଳିକାକୁ ଦାହ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ସୁଶ୍ରୀ ସୁଶୀଳା ତିରିଆ, ପିସିସି ସଂମ୍ପାଦକ ଚୈତନ୍ୟ ହାଁସଦାଃ, ଅଜୟ ମହାପାତ୍ର, ଅଶୋକ ଅଧିକାରୀ, ସୁଦୀପ ମନ୍ତ୍ରୀ, ଦିପୁ ଦାସ, ଓବିସି ମିଡିଆ ପ୍ରଭାରି ସୁକୁମାର ରଞ୍ଜନ ପ୍ରଧାନ, ଗଣେଶ୍ୱର ବେହେରା, ଜିଲ୍ଲା ମିଡିଆ ଅଧ୍ୟକ୍ଷ ଅଂଶୁମାନ ଦାସ, ପ୍ରଦୀପ ଦାସ, ମୀନକେତନ ବେହେରା, ବାଦଲ ହେମ୍ଭ୍ରମ, ସତ୍ୟକାମ ସେନାପତି, ପ୍ରଦୀପ ମିଶ୍ର, ବିଜଯ କୁମାର ସିଂ, ସମରେନ୍ଦ୍ର ଦାସ, ମୁନା ଗିରି, ମହିଳା କଂଗ୍ରେସର ଇତିଶ୍ରୀ ମିଶ୍ର, ରସ୍ମିତା ମିଶ୍ର, ପିଙ୍କି ମହାପାତ୍ର, ମାଧବୀ ସେନାପତି, ଗୋରୀ ନାଏକ, ଶୁଭସ୍ମିତା ବେହେରା ସହିତ ବ୍ଲକ କଂଗ୍ରେସ ସଭାପତି କୁଶଧର ବେହେରା, ମନ୍ମଥ ପ୍ରଧାନ, ଛୁଟୁ ବିନ୍ଧାଣୀ, ମୁରଲୀ ନାଏକ, କାଳୀଧୀର, ଅଜଯ ଦାସ, ଭୁବନ କର, ଗୌରାଙ୍ଗ ପୃଥାଳ, ଦେବେନ୍ଦ୍ର ସିଂ, ଚନ୍ଦନ କିଷ୍କୁ, ଦିପକ ଦାସ, ଯୁବ କଂଗ୍ରେସ ଉପସଭାପତି ବିକାଶ ମହାଭୋଇ, କଂଗ୍ରେସ ଛାତ୍ର କାର୍ଯ୍ୟକାରୀ ସଭାପତି ପ୍ରେମ କୁମାର ସହିତ ସହିତ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ

Leave A Reply