Odisha news

ତୃଣମୂଳ ସ୍ତରରେ ବିଜେଡି ନେତ୍ରୀଙ୍କ ନିର୍ବାଚନ ସମରସଜ୍ଜା

0
ଖୋରଧା :- ତା – ୦୭/୦୨:- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଭିନ୍ନ ଆଶାୟୀ ପ୍ରାର୍ଥୀ ମାନଙ୍କ ଭିତରେ ପ୍ରତିଯୋଗିତା ଆରମ୍ଭ ହେବାସହ ଖୋରଧା ନିର୍ବାଚନ ନିର୍ବାଚନମଣ୍ଡଳୀ ରେ ଏହାର ତାତି ବାସନ୍ତୀ ମହାପାତ୍ର, ରାଜ୍ୟ ବିଜୁ ମହିଳା ଜନତା ଦଳ ବରିଷ୍ଠ ଉପସଭାପତି ଙ୍କ ଦ୍ୱାରା ଅଧିକ ତୋରାନ୍ୱିତ ଓ ପ୍ରଭାବି ହୋଇପାରିଛି l ଏହି ନିର୍ବାଚନମଣ୍ଡଳୀ ବିଭିନ୍ନ ଜୋନ ୱାରୀ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରା ରେ ପ୍ରତିଟି ୱାର୍ଡ ପରିକ୍ରମା କରିସାରି ଥିବାବେଳେ ଏହି କ୍ରମରେ ଆଜି ଏକ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରା ରେ ୩ନଂ ଜୋନର ସମସ୍ତ ୱାର୍ଡରେ ପହଞ୍ଚି ଘରେ ଘରେ ସଂଙ୍ଗ ଓ ହୃଦୟଯୋଡ଼ଯାତ୍ରା କାର୍ଯ୍ୟକ୍ରମ ଆଧାରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବହୁବିଧ ଜନକଲ୍ୟାଣକାରି ଯୋଜନା ଓ ଓଡିଶା କୁ ଏକ ଅଗ୍ରଣୀ ରାଜ୍ୟ ଭାବରେ ପରିଚିତ, ପ୍ରତିଷ୍ଠିତ କରିବାକୁ ତାଙ୍କର ପ୍ରତିବଦ୍ଧତା ଆଧାରରେ ପୁନଶ୍ଚ ଷଷ୍ଠଥର ପାଇ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଗାଦିନାସୀନ କରିବାକୁ ସମସ୍ତେ ଭେଦ ଭାବ ଭୁଲି କାର୍ଯ୍ୟ କରିବାକୁ ନିବେଦନ ବାଢିଥିଲେ ଶ୍ରୀମତୀ ମହାପାତ୍ର l ୫ଟି ଅଧକ୍ଷ  କାର୍ତ୍ତିକ  ପାଣ୍ଡିଆନଙ୍କ ଦୂରଦୁଷ୍ଟି ସମ୍ପନ୍ନ, ଚିତା ଓ ଚେତନା ବିଭିନ୍ନ ଜନକଲ୍ୟାଣକାରି ଯୋଜନା ର ସଫଳ ରୂପାୟନ ଏବଂ ଗାଁ ଠାରୁ ସହର ପର୍ଯ୍ୟନ୍ତ ଐତିହାସିକ ରୂପାନ୍ତରକରଣ ଯୁଗାନ୍ତକାରୀ ପଦକ୍ଷେପ ଯୋଗୁ ଓଡିଶା ବୈପ୍ଲବିକ ପରିବର୍ତନ ସମ୍ଭବ ହୋଇପାରିଛି l ନିର୍ବବାଦୀୟ, ସାଧାରଣ ଲୋକ ଙ୍କର ସୁଖ, ଦୁଃଖର ସାଥି ପ୍ରାକୃତିକ ବିପର୍ଯୟ, ବୈବିଦୁର୍ବିପାକ, ଦୁର୍ଘଟଣା ସ୍ଥଳ, ଡାକ୍ତରଖାନା ଏବଂ ମଶାଣି ଭୁଇଁରେ ସମୟ ଓ ଅସମୟରେ ପାଖରେ ଛିଡା ହୋଇ ନିଜସ୍ୱ ହାତ ପାଣ୍ଠି ରୁ ଯଥା ସମ୍ଭବ ଆର୍ଥିକ ସହଯୋଗ ର ହାତ ବଢ଼ାଉଥିବା ସମାଜ ସେବୀ ଦୃଢମନା ନେତ୍ରୀ ବାସନ୍ତୀ ଙ୍କୁ ପ୍ରତିଟି ୱାର୍ଡ ରେ ଜନସାଧାରଣ ଙ୍କ ଦ୍ୱାରା ଫୁଲ ଚନ୍ଦନ ଆଦି ଦେଇ ଊଛ୍ୱଷିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା l ଏହି ବାଇକ ଶୋଭାଯାତ୍ରା ର ନେତୃତ୍ୱ ନେଇଥିଲେ ବିଜେଡି ର ଛାମୁଆ କର୍ମୀ କଂପୁର ଗ୍ରା. ପ. ର ନରୋତମ ପାଇକରାୟ, ସୋମନାଥ ବଳିୟାରସିଂହ, ବାସୁଦେବ କଳସ ଏବଂ ଶୈଳେଶ କୋଦମାସିଂହ, ଗୋଡିପଡା ଗ୍ରା. ପ. ର ଉମେଶ ରାୟ, ସୁଜିତ ମାର୍ଥା, ଅଭିମନ୍ୟୁ ପ୍ରଧାନ ଏବଂ ଦୀପକ ମହାରଣା, ଜଙ୍କିଆ ଗ୍ରା. ପ. ର କୁନା ଜେନା, ତପନ ଶ୍ରୀଚନ୍ଦନ ଏବଂ ଦୀପକ ବେହେରା, ତାପଙ୍ଗ ଗ୍ରା. ପ. ର ମନୋଜ ପରିଡା, ରାଧାକାନ୍ତ ବାରିକ, ମମୁଲ ସଲିମ ଏବଂ କମଳାକାନ୍ତ ଛୁଆଳସିଂହ, ଧଉଳିମୁହଁ ଗ୍ରା. ପ. ର ସୁଧୀର ବରାଳ, ହେମନ୍ତ ବେହେରା, ନିର୍ମଳ ମହାରଣା ଏବଂ କାଳୁ ସାହୁ, ବ୍ରଜମୋହନପୁର ଗ୍ରା. ପ. ର ସନ୍ତୋଷ ବିଶ୍ୱାଳ, ସୁଜିତ ଅରିସଲ ଏବଂ ରାମ ରଣସିଂହ, ନରଣଗଡ଼ ଗ୍ରା. ପ. ର ଦିପୁନ ଛୋଟରାୟ, ଦୀପକ ଜେନା, ପ୍ରଦୀପ ଲେଙ୍କା ଏବଂ ଅର୍ଜୁନ ପଟ୍ଟନାୟକ,ଓରବରସିଂହ ଗ୍ରା. ପ. ର ତପନ ରଣସିଂହ ଏବଂ ଧନେଶ୍ୱର ସାହୁ ଗୋଳବାଇ ଗ୍ରା. ପ. ର ପୂର୍ବତନ ବିପିନ ବିହାରୀ ସେଠି,ଗୌରବ ପ୍ରସାଦ ଦାସ ଏବଂ ପବିତ୍ର ସାମନ୍ତରାୟ l
Leave A Reply