ଦୋବଲ,୮/୧୦ : ଧାମନଗର ବ୍ଲକର ଦୋବଲ ଜୋନରେ ବିଜୁଜନତା ଦଳର ଜନସମ୍ପର୍କ ପଦଯାତ୍ରା ଆଜି ଅନୁଷ୍ଟିତ ହୋଇ ଯାଇଛି । ପ୍ରଥମେ ମୁସ୍ତଫାପୁର ପଂଚାୟତର କାଳୀପଡ଼ଆ ଠାରୁ ଏକ ବିଶାଳ ଜନ ସମ୍ପର୍କ ପଦଯାତ୍ରା ବାହାରି ବିଭିନ୍ନ ଗ୍ରାମ ଓ ବଜାର ପରିକ୍ରମା କରି ଦୋବଲ ପଂଚାୟତ ସ୍ଥିତ ଧରମ ପଡ଼ିଆ ଠାରେ ଏକ ସାଧାରଣ ସଭା ଅନୁଷ୍ଟିତ ହୋଇଥିଲା । ଏଥିରେ ବିଜେଡ଼ି ବ୍ଲକ ସଭାପତି ଉମେଶ ଚନ୍ଦ୍ର ମହାନ୍ତିଙ୍କ ସଭାପତିତ୍ୱରେ ସାଂସଦ ମଞ୍ଜୁଲତା ମଣ୍ଡଳ ଉକ୍ତ କାର୍ଯ୍ୟ କ୍ରମକୁ ଉଦଘାଟନ କରିଥିଲେ । ମୁଖ୍ୟଅତିଥି ଭାବେ ଅବକାରୀ ମନ୍ତ୍ରୀ ଅଶ୍ୱିନୀ ପାତ୍ର ଯୋଗ ଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଉପସ୍ଥିତ କର୍ମୀ ଓ ସାଧାରଲୋକଙ୍କୁ ତାଙ୍କ ବକ୍ତବ୍ୟରେ କହିଥିଲେ ।
ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତ ରାୟ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଠିକ ଭାବେ ଲୋକମାନେ ପାଉଛନ୍ତି ନା ନାହିଁ ସେ ସମ୍ପର୍କରେ କର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ସଫଳ ଯୋଜନା ବିଷୟରେ ଲୋକଙ୍କ ପାଖରେ ବାର୍ତା ପହଂଚାଇବା ହିଁ ପଦଯାତ୍ରାର ମୁଖ୍ୟ ଲକ୍ଷ୍ୟ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ଏଥିରେ ବିଧାୟକ ପ୍ରଫୁଲ ସାମଲ, ରାଜ୍ୟସଭା ସାଂସଦ ମୁନା ଖାଁ, ଭଦ୍ରକ ବିଧାୟକ ସଂଜୀବ ମଲିକ , ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଓ ରାଜେନ୍ଦ୍ର ଦାସ, ଜିଲ୍ଲା ସଭାପତି ଜଗନ୍ନାଥ ସ୍ୱାଇଁ, ବିଜେଡି ବ୍ଲକ ପର୍ଯ୍ୟବେକ୍ଷକ ସରୋଜ ମହାପାତ୍ର, ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ଅଶୋକ ନାୟକ, ଜିଲ୍ଲାପରିଷଦ ସଭ୍ୟା ଉର୍ମିଳା ବିଶ୍ୱାଳ ଓ ସାରଦା ପ୍ରସନ୍ନ ସାହୁ, ଜିଲ୍ଲା ଯୁବ ସଭାପତି ମୁକୁନ୍ଦଦେବ ସାମଲ, ନିର୍ବାଚନମଣ୍ଡଳି ସଭାପତି ସୁଧନା ନାୟକ, ଏନଏସି ଅଧ୍ୟକ୍ଷା ନିବେଦିତା ଜେନା, ନାରୀନେତ୍ରୀ ସ୍ୱର୍ଣ୍ଣଲତା ନାୟକ, ସରପଂଚ ଜିସନାରା ବିବି , ପୁର୍ବତନ ଅଧକ୍ଷ ମଳୟ ଜେନା, ପୁର୍ବତନ ସମିତିସଭ୍ୟ ପ୍ରତାପ ସାମଲ ପ୍ରମୁଖ ଯୋଗ ଦେଇଥିଲେ ।
