Odisha news

ପ୍ରବଳ ବର୍ଷା ଆଣିଛି ଦୁର୍ଦ୍ଧଶା : ଲୋକଙ୍କ ଅଗଣାରେ ଲହଡି ମାରୁଛି ପାଣି

0

ବିରିଡି, ୨୬ା୦୮ ; ବିରିଡି ବ୍ଲକରେ ବର୍ଷା ବିପାତ ଦେଖାଦେଇଛି । ବିଗତ ୩ ଦିନ ଧରି ପ୍ରବଳ ବର୍ଷା ଲାଗି ରହିଥିବାରୁ ଚାରିଆଡେ ଜଳ ମଗ୍ନ ହୋଇପଡିଛି । ଅନେକ ଲୋକଙ୍କ ଅଗଣା, ଘର ଦୂଆରେ ପାଣ ପଶି ଲହଡିି ମାରୁଥିବା ବେଳେ ଦୁର୍ଦ୍ଧଶା ଦେଖାଦେଇଛି । ୨୨ ମୌଜା ମଇନ୍ଦପୁର ପ୍ରଦିପ ଦାସ, ସତ୍ୟ ନାରାୟଣ ଦାଶ, ସୁସିଲ ଦାସ, ଶଶି ଭୂଷଣ ଦାସ, ମନୋରଂଜନ ଦାସଙ୍କ ଘର ଚାରିପାଖେ ବର୍ଷା ପାଣି ଜମି ରହିଥିବା ଦେଖିବାକୁ ମିଳିଛି । ପ୍ରତି ବର୍ଷ ବର୍ଷା ସମୟରେ ସେମାନଙ୍କ ପାଇଁ ଏହି ସମସ୍ୟା ଲାଗି ରହିଥାଏ । ବର୍ଷା ପାଣି ନିଷ୍କାସନ ହୋଇପାରୁନଥିବାରୁ ଦୁର୍ଦ୍ଦଶାରେ ଭୋଗୁଛନ୍ତି ବୋଲି ଅଭିଯୋଗ କରୁଛନ୍ତି ।

ପ୍ରଧାନ ମନ୍ତ୍ରୀ ସଡକ ଠାରୁ ନିଚା ସ୍ଥାନରେ ସେମାନଙ୍କ ଘର ସବୁ ରହିଛି । ବର୍ଷା ଦିନେ ପାଣି ନିଷ୍କାସନ ପାଇଁ ଡ୍ରେନ ନିର୍ମାଣ କରିବା ପାଇଁ ବାରମ୍ବାର ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ପହଂଚି ଦୃଷ୍ଟି ଆକର୍ଶଣ କରାଯାଇଥରଲେ ମଧ୍ୟ ତାହା ଫଳ ଶୂନ୍ୟ ହୋଇପଡୁଛି । ଜିଲ୍ଲାପାଳ ତହସିଲଦାରଙ୍କୁ ପ୍ରଥମେ ରାସ୍ତା ବା ଡ୍ରେନ ନିର୍ମାଣ ପାଇଁ ଥିବା ସ୍ଥାନକୁ ନିଜର ଦଖଲମୁକ୍ତ କରିବା ପାଇଁ ନିଦେ୍ର୍ଧଶ ଦେଇଥିଲେ ମଧ୍ୟ ତାହା ଆଜି ସୁଦ୍ଧା କାର୍ଯ୍ୟକାରୀ ହୋଇପାରୁନଥିବା କ୍ଷତିଗ୍ରସ୍ଥ ପରିବାରର କହିଛନ୍ତି । ତେବେ ଡ୍ରେନେଜ ନିର୍ମାଣ କରାଯାଇ ପାଣି ନିଷ୍କାସନ କରାନଗଲେ ସେମାନଙ୍କ ଦୁର୍ଦ୍ଦଶା ନିର୍ମାଣ କରାଯାଇ ପାଣି ନିଷ୍କାସନ କରାନଗଲେ ସେମାନଙ୍କ ଦୁର୍ଦ୍ଧଶା ଲାଘବ ହୋଇପାରିବ ନାହିଁ । ତେଣୁ ତୁରନ୍ତ ଏହାର ପ୍ରତିକାର ବ୍ୟବସ୍ଥା କରାଯିବାକୁ ଦାବି ହୋଇଛି ।

Leave A Reply