Odisha news

୭୪ ତମ ସ୍ୱାଧିନତା ଦିବସ ଅବସରରେ ୨୨ ମୌଜା ମଙ୍ଗୁଲି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ବଂଶୀଧର ଦାସ ମେଧା ସମ୍ମାନ ସମାରୋହ : ମାଟ୍ରିକ ଟପରଙ୍କୁ ସମ୍ବଦ୍ଧନା

0

ବିରିଡି, ୧୫ା୦୮ ; ପବିତ୍ର ୭୪ ତମ ସ୍ୱାଧିନତା ଦିବସ ଅବସରରେ ୨୨ ମୌଜା ମଙ୍ଗୁଲି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ବରିଷ୍ଠ ସାମ୍ୟବାଦୀ ନେତା ସ୍ୱର୍ଗତ ବଂଶିଧର ଦାସଙ୍କ ସ୍ମୃତି ଉଦେ୍ଦଶ୍ୟରେ ଆନୁଷ୍ଠିତ ପ୍ରତିଭା ଅନ୍ୱେଶଣର ମେଧା ସମ୍ମାନ ସମାରୋହ ଆନୁଷ୍ଠିତ ହୋଇଯାଇଛି । ଶିଶୁ ବିଦ୍ୟା ମନ୍ଦିରର ସଭାପତି ତଥା ସମାଜ ସେବୀ ଗୟାଧର ମହାନ୍ତିଙ୍କ ଅଧକ୍ଷତାରେ ଆନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ରାଜ୍ୟ ମାନବ ଅଧିକାର ଆୟୋଗର ବରିଷ୍ଠ ସଭ୍ୟ ଅସିମ ଅମିତାଭ ଦାସ ମୁଖ୍ୟ ବକ୍ତା ଭାବେ ବରିଷ୍ଟ ଶିକ୍ଷାବିତ ତଥା ସମାଜସେବୀ ଅରୁଣ କୁମାର ଦାସ, ପୂର୍ବତନ ସରପଂଚ କାଳନ୍ଦୀ ବସ୍ତିଆ, କବି ବିଭୂତି ରାୟ, ଶିକ୍ଷୟତ୍ରୀ ପ୍ରତିମା ସାହୁ , ସମାଜସେବୀ ଅସୀମ ଅମିତାଭ ଦାସ, ପ୍ରମୁଖ ଯୋଗଦେଇଥିଲେ ।

ଏଥିରେ ଚଳିତ ବର୍ଷ ମାଟି୍ରକ ପରିକ୍ଷାରେ ବିରିଡି ବ୍ଲକର ଏ୧ ରେ ପାସ କରିଥିବା ଟପର କ୍ଷିରାବ୍ଧି ତନୟା ସତପଥି, ପ୍ରିତିପ୍ରଜ୍ଞା ନାଥ, ସୁମନ ସୌରଭ ସିଂହ, ସତ୍ୟ ପ୍ରକାଶ ପାତ୍ର, ଜ୍ଞାନଂଜୟ ସାହୁ ଏବଂ ଜଗତସିଂହପୁର ସୁଧାନନ୍ଦ ବିଦ୍ୟାଳୟରୁ ଟପର ହୋଇଥିବା ଛାତ୍ର ପ୍ରୟାସ ଶିବମ ସାହୁଙ୍କୁ ମାନପତ୍ର, ଟ୍ରଫି ଓ ଉତରିୟ ଦେଇ ସମମ୍ବଦ୍ଧିତ କରାଯାଇଥିଲା । ସେହିପରି ଅଣଖିଆ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଶିକ୍ଷକ ନବିନ ନନ୍ଦ, ବତିମୀରାା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାଯ୍ୟା ସୁବାସୀନି ମହାପାତ୍ର, ମଙ୍ଗୁଲି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପ୍ରଧାନ ଆଚାର୍ଯ୍ୟା ସ୍ୱାପ୍ନାବିକା ମହାନ୍ତିଙ୍କ ସମେତ ସମ୍ବଦ୍ଧିତ ଛାତ୍ରଛାତ୍ରିଙ୍କ ମାତା ପିତାା ମାନଙ୍କୁ ପୁଷ୍ପଗୁଚ୍ଛ ଓ ସାଲ ଦେଇ ସମ୍ମାନୀତ କରାଯାଇଇଥିଲା । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ପରିଚାଳନା କରିଥିଲେ ।

Nalco
Leave A Reply