ମାଲକାନଗିରି !ତା:୧୫.୮.୨୦୨୦ : ୭୪ ତମ ସ୍ବାଧୀନତା ଦିବସ ଉପଲକ୍ଷେ ମାଲକାନଗିରି ବ୍ଲକ ସ୍ଥିତ ପାଣ୍ଡ୍ରିପାଣି ଆଶ୍ରମ ସ୍କୁଲ ଠାରେ ବିଜେଡି ତରଫରୁ ଜୀବନ ବିନ୍ଦୁ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି !
ଏହି କାର୍ଯ୍ଯକ୍ରମରେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା ମୁଖ୍ଯ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ,ବିରଷ୍ଠ ବିଜେଡି ନେତା ଶରତ ଚନ୍ଦ୍ର ବୁରୁଦା,ମାଲକାନଗିରି ବ୍ଲକ ଅଧ୍ଯକ୍ଷ ଅକ୍ଷୟ କୁମାର ନାୟକ,ପୂର୍ବତନ ଜିଲ୍ଲା ସାଧାରଣ ସଂପାଦକ ପ୍ରୀତପାଲ ସିଂ,ପାଣ୍ଡ୍ରିପାଣି ସରପଂଚ ଶିବ ଖେମୁଡ,ଜିଲ୍ଲା ପରିଷଦ ସଦସ୍ଯ ଦହନା ଟାଙ୍ଗୁଲ,ମାଲକାନଗିରି ବ୍ଲକ ବିଜେଡି ସଭାପତି ବିଭାଂଶୁ ସାମଲ,ବିଜେଡି ନେତା ଡାନିଏଲ ପଟଲା ପ୍ରମୁଖ ଯୋଗ ଦେଇଥିଲେ !
ରକ୍ତ ଦାନ ଏକ ପୂଣ୍ଯ କାର୍ଯ୍ଯ !ଯେ କୌଣସି ରୋଗୀଂକୁ ଜୀବନ ଦାନ ଦେଇଥାଏ !ଏହି ସାମାଜିକ କାର୍ଯ୍ଯରେ ବିଜେଡି କର୍ମୀମାନଂକର ସହଯୋଗ ଏକ ପ୍ରଶଂସନୀୟ ପଦକିଷେପ ବୋଲି କୁହାଯାଇଥିଲା ! ବିଜେଡି କର୍ମିମାନେ ଏହି ଶିବିରରେ ସ୍ବେଛାକୃତ ଭାବେ ରକ୍ତ ଦାନ କରିଥିଲେ !ଏଥିରେ ତିରିଶ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା !
