Odisha news

ଓଡ଼ିଶାରୁ ଆନ୍ଧ୍ରପ୍ରଦେଶକୁ ନିଆଯାଉଥିବା ନଗଦ ୫୫ ଲକ୍ଷ ୨୦ ହଜାର ଟଙ୍କା ସହ ଏକ ରୁପେଲି ଦାମୀକାର୍‌କୁ ବିନିକା ପୁଲିସ ଦ୍ୱାରା ଜବତ

0

ବିନିକା: ଓଡ଼ିଶାରୁ ଆନ୍ଧ୍ରପ୍ରଦେଶକୁ ନିଆଯାଉଥିବା ନଗଦ ୫୫ ଲକ୍ଷ ୨୦ ହଜାର ଟଙ୍କା ସହ ଏକ ରୁପେଲି ଦାମୀକାର୍‌କୁ ସୁବର୍ଣ୍ଣପୁର ଜିଲ୍ଲା ବିନିକା ପୁଲିସ ଶୁକ୍ରବାର ବିଳମ୍ବିତ ରାତିରେ ଜବତ କରିଛି। ଏଥି ସହିତ ଟଙ୍କା ନେଇକି ଯାଉଥିବା ସଂପୃକ୍ତ ୬ ଜଣ ବ୍ୟକ୍ତିଙ୍କୁ ପୁଲିସ ଅଟକ ରଖି ପଚାରଉଚରା କରୁଛି। ପୁଲିସ ଏହି ଘଟଣାରେ ଆନ୍ଧ୍ରପ୍ରଦେଶର କାକିନାଡ଼ା ଜିଲ୍ଳା ଗୋର୍ରିପୁଡ଼ି  ଗ୍ରାମର ପି .ଚନ୍ଦ୍ରଶେଖର (୬୨), ବନାସୁ ଭେଙ୍କଟା ଗୁରାଜ୍ଜୁ (୫୬)  ପି ସମାଦ୍ଧ୍ରି (୬୨), ପି .ସୁଭୟମ୍ମା (୯୨), ପି.ଛନ୍ନାବ୍ବି (୫୦) ଓ  ଜି. ବିନୟକ୍ରିଷ୍ଣା (୨୩)।

ଶୁକ୍ରବାର ରାତିରେ ଡୁଙ୍ଗୁରିପାଲି-ସୋନପୁର ମୁଖ୍ୟ ରାସ୍ତାର ବିନିକା କଜେଲଛକରେ ନାକା ଚେକିଂ ଚାଲିଥିଲା। ଏହି ସମୟରେ ଏକ ବିଶ୍ବସ୍ତ ସୂତ୍ରରୁ ଖବର ମିଳିଥିଲା ଯେ, ଏକ ରୁପେଲି ରଂଗର ଦାମୀକାର (ଏପି ୦୫ ଟିସି ୮୧୮୧)ରେ ବ୍ୟାପକ ପରିମାଣରେ ଟଙ୍କା ଚାଲାଣ ହେଉଛି। ଏହି ଆଧାରରେ ପୁଲିସ କଲେଜ ଛକରେ ପ୍ରସ୍ତୁତ ଥିଲା। ସୁବର୍ଣ୍ଣପୁର ଜିଲ୍ଲା ରାମପୁର ପାର୍ଶ୍ବରୁ ଆନ୍ଧ୍ର ପ୍ରଦେଶ ଅଭିମୁଖେ

ସୁବର୍ଣ୍ଣପୁର ଆରକ୍ଷୀ ଅଧୀକ୍ଷକ ୟଶପ୍ରତାପ ଶ୍ରୀମଲ କହିଛନ୍ତି ନିର୍ବାଚନ ଆଚରଣ ବିଧି ଜାରି ଥିବାରୁ ଜଣେ ବ୍ୟକ୍ତି ବିପୁଳ ପରିମାଣର ନଗଦ ଟଙ୍କା ନେଇପାରିବେ ନାହିଁ। ଗତକାଲି ରାତିରେ ଜବତ ଟଙ୍କାକୁ ଆୟକର ବିଭାଗକୁ ହସ୍ତାନ୍ତର କରାଯାଇଛି। ଆୟକର ବିଭାଗର ଅଧିକାରୀମାନେ ଏହି ଘଟଣାର ତଦନ୍ତ କରି ଉଚିତ ପଦକ୍ଷେପ ନେବେ।

ଆଜି ପୁଲିସ ଜବତ ହୋଇଥିବା ଟଙ୍କାକୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ବିନିକା ଶାଖାରୁ ୨ଟି ଟଙ୍କା ଗଣତି ମେସନି ଆଣି ଏହାକୁ ଗଣତି କରିଛି। ଗଣତି ପରେ ଜବତ ହୋଇଥିବା ଟଙ୍କାର ପରିମାଣ ୫୫ ଲକ୍ଷ ୨୦ ହଜାର ବୋଲି ଜଣାପଡ଼ିଛି। ଟଙ୍କା ଗଣତି ବେଳେ ସୋନପୁର ଏସଡ଼ିପିଓ ପି.ତ୍ରୀପାଠୀ, ବିନିକା ଷ୍ଟେଟବ୍ୟାଙ୍କ ମ୍ୟାନେଜର କାର୍ତ୍ତିକେଶ୍ୱର ସାହୁ, ବ୍ୟବସାୟୀ ପ୍ରକାଶ ଅଗ୍ରୱାଲା(ବିଟୁ), ବିନିକା ଥାନା ଆଇଆଇସି ସାରଙ୍ଗଧର ପାଣିଗ୍ରାହୀଙ୍କ ସହ ଅନ୍ୟ ପୁଲିସ କର୍ମଚାରୀ ଉପସ୍ଥିତ ଥିଲେ। ତେବେ ଏତେ ପରିମାଣର ଟଙ୍କା ନିର୍ବାଚନ କାମରେ ବ୍ୟବହାର ହୋଇଥାନ୍ତା ନା ଅନ୍ୟ କେଉଁ କାମ ପାଇଁ ନିଆଯାଉଥିଲା, ସେନେଇ ସାଧାରଣରେ ଚର୍ଚ୍ଚା ହେଉଛି। ପୁଲିସ ଘଟଣାର ତଦନ୍ତ କରୁଛି।

Leave A Reply