Odisha news

ବକଫ ବିଲ କୁ ନେଇ ଉତ୍ତରପ୍ରଦେଶ ରେ ହାଇ ଆଲର୍ଟ

0

ଵାକଫ ବିଲ କୁ ନେଇ ଉତ୍ତରପ୍ରଦେଶ ରେ ହାଇ ଆଲର୍ଟ ଜାରି କରାଯାଇଛି, ସମସ୍ତ ପୋଲିସ କର୍ମୀଙ୍କର ଉତ୍ତରପ୍ରଦେଶ ସରକାର ଛୁଟି ରଦ୍ଧ କରିଛନ୍ତି, ଛୁଟିରେ ଯାଇଥିବା ପୋଲିସ କର୍ମୀ ମାନଙ୍କୁ ତୁରନ୍ତ ଡିୟୁଟି ରେ ହାଜର ହେବାପାଇଁ ନିର୍ଦେଶ ଦିଆଯାଇଥିଲା, ଏହାଛଡା ସମସ୍ତ ସ୍ଥାନର ପୋଲିସ କର୍ମୀଙ୍କୁ ସମ୍ବେଦନଶୀଳ ସ୍ଥାନରେ ମୁତୟନ କରାଯାଇଛି l ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ରାଜ୍ୟରେ ଶାନ୍ତି ବ୍ୟବସ୍ଥାକୁ  ପ୍ରାଥମିକତା ଦିଆଯାଇଛି l ଏପରି ସ୍ଥିତିରେ ବୁଧବାର  ସନ୍ଧ୍ୟାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପୋଲିସ ମାର୍ଚ୍ଚ ଆରମ୍ଭ ହୋଇଯାଇଛି l କୁହାଯାଇଛି ଯେ ଵାକଫ ବିଲ କୁ ନେଇ ସମ୍ଭାବିତ ବିରୋଧ ଓ ପ୍ରଦର୍ଶନ କୁ ଧ୍ୟାନ ରେ ରଖି ପଦକ୍ଷେପ ନିଆଯାଇଛି l

ବୁଧବାର ଦିନ ମଧ୍ୟରାତ୍ରି ପର୍ଯ୍ୟନ୍ତ ବକଫ ବିଲ କୁ ନେଇ ରାଜ୍ୟସଭା ରେ ହଟଗୋଳ ଚାଲିଥିଲା, ଏହାକୁ ନେଇ ଦେଶର ରାଜନୀତି ଜୋର ଧରିଛି l ବକଫ ବିଲ କୁ ନେଇ ରାଜନୈତିକ ଦଳ ଓ ଧାର୍ମିକ ବିରୋଧ କରିବାରେ ଲାଗିଛନ୍ତି l ସୋସିଆଲ ମିଡ଼ିଆ ରେ ମଧ୍ୟ କୌଣସି ଆପତ୍ତିଜନକ ପୋଷ୍ଟ ନହେଉ ବୋଲି ସରକାର ଙ୍କ ପକ୍ଷରୁ ମନିଟରିଂ କରାଯାଉଛି l ବୁଧବାର ଦିନ ଲୋକସଭା ରେ ବକଫ ସଂଶୋଧନ ବିଧାୟକ ଉପସ୍ଥାପିତ ହୋଇଛି l ଗୁରୁବାର ଦିନ ଏହା ରାଜ୍ୟସଭା ରେ ଉପସ୍ଥାପିତ ହେବ , ଏବଂ ଆଶା ରହିଛି ଯେ ଏହା ପାରିତ ହୋଇଯିବ l ଏହି ବିଲ କୁ ନେଇ ସମସ୍ତ ମୁସଲମାନ ସଂଗଠନ ଓ ବିପକ୍ଷ ଦଳ ବିରୋଧ ପ୍ରଦର୍ଶନ କରୁଛନ୍ତି l

Leave A Reply