ପ୍ରତାପ ଚନ୍ଦ୍ର ସାହୁ : ମହାନୁଭବି ବିଜୁ ବାବୁ ତଥା ଆଧୁନିକ ଓଡିଶା ର ନିର୍ମାତା ” ବିଜୁ ବାବୁ ” ୧୯୧୬ ମସିହା ମାର୍ଚ୍ଚ୍ ମାସ ୫ ତାରିଖ ରେ ଜନ୍ମ ଗ୍ରହଣ କରିଥିଲେ।ନିରବ ରେ ବୁଝୁ ଥିଲେ ଦରଦୀ ମଣିଷ ର ମନ,ତାଙ୍କରି ଅନୁଭବ ହିଁ ହେଉଥିଲା ଶାସନ ରେ ପ୍ରତିଫଲିତ୍। କେବଳ ଯେ ସେ ମୁଖ୍ୟ ମନ୍ତ୍ରୀ ଥିଲେ ତାହା ନୁହଁ,ବରଂ ସେ ଥିଲେ ଜଣେ ଦକ୍ଷ କେନ୍ଦ୍ର ମନ୍ତ୍ରୀ ,ଦକ୍ଷ ପାଇଲତ୍ ,ତା ସାଙ୍ଗକୁ ଜଣେ ଭଲ କ୍ରିକେତର୍,ଫୁଟ ବଳ ଖେଳାଳି।ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟ ରେ ବିଜୁ ବାବୁ ରୁଷ ଯାଇ ସେଠାରେ ନାଜି ବିରୋଧି ,ଲାଲ ବାହିନୀ କୁ ସାହାଯ୍ୟ କରି ଥିଲେ। ଦୁର୍ଦ୍ଦସ୍ ପାଇଲତ୍ ଭାବେ ଜାପାନ ଆକ୍ରମଣ କୁ ଭ୍ରୁଖ୍ୟେପ ନ୍ କରି ମଲେସିଆ,ସିଙ୍ଗପୁର୍,ଓ ବର୍ମା ରେ ଥିବା ବ୍ରିଟିଶ ଲୋକ ମାନଙ୍କୁ ନିଜ ବିମାନ ରେ ଉଦ୍ଧାର କରିଥିଲେ। ୧୯୪୭ ମସିହା ରେ କାସ୍ମିର୍ କୁ ପ୍ରଥମ ସେନା ଦଳ ନେଇ ଶ୍ରୀ ନଗର ନେଇ ବିମାନ ଘଟି ରେ ପହଞ୍ଚୈ ଥିଲେ। ୧୯୬୨ ମସିହା ରେ ଚିନ୍ ଆକ୍ରମଣ ବେଳେ ବିଜୁ ବାବୁ ଜାତୀୟ ନିରାପତ୍ତା ଓ ସେନା କାର୍ଯ୍ୟ କାରି ସମ୍ବନ୍ଧିୟ୍ ବହୁ ଦଲିଲ୍ ଓ ବିଷୟ ନେଇ ନେହୁରୁ ଓ ବି କେ କଉଲ୍ ଙ୍କ ସହ ମିଶି ନିଷ୍ପତି ନେଇ ଥିଲେ।ବିଜୁ ବାବୁ ଙ୍କ ର୍ ପ୍ରତିରଖ୍ୟା ସମ୍ବନ୍ଧିୟ୍ ଜ୍ଞାନ କୌସଲ୍ ଦେଖି ତତ୍କଲିନ୍ ସେନା ଅଧ୍ୟକ୍ଷ ଆସ୍ଛର୍ୟ୍ ହୋଇଯାଇ ଥିଲେ।
ମହା ପ୍ରୟାନ୍ ଦିବସ ୧୭/ଏପ୍ରିଲ୍ ଚିନ ଆକ୍ରମଣ ବେଳେ ନେହୁରୁ ଙ୍କ ପାଖେ ପାଖେ ରହୁଥିଲେ ବିଜୁ ବାବୁ।କଳିଙ୍ଗ ଏଆର ବେଜ୍ ସମେତ ନେଫା ଓ ଲଦାଖ୍ ଆଦି ଅଞ୍ଚଲ୍ କୁ ବିମାନ ରେ ନେଇ ଅତ୍ୟବସକ୍ ଦ୍ରବ୍ୟ ପହଞ୍ଚୈ ଥିଲେ। ଇନ୍ଦୋନେସିଆ ଯୁଦ୍ଧ ର ଜଣେ ସଫଳ ନାୟକ ଥିଲେ ବିଜୁ ବାବୁ।ଦଚ୍ ସୈନିକ ଙ୍କ କଡା ପ୍ରହରାସତ୍ଵେ ବି ନିଜ ଜୀବନ କୁ ବାଜି ଲଗାଇ ନେହୁରୁ ଙ୍କ ନିର୍ଦେଶ କୁ ଅବଙ୍ଗ୍ୟା ନ୍ କରି ସୁ କର୍ନା ସାହାରିଆ ଓ ହାତା ଆଦି ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ନିଜ ବିମାନ ରେ ବସାଇ ଉଦ୍ଧାର କରିଥିଲେ। ବିଜୁ ବାବୁ ଙ୍କୁ ସୋଭିଏତ୍ ରୁଷ ତରଫରୁ ସେ ଦେଶ ର୍ ସର୍ବୋଚ୍ଚ୍ ବେସମରିକ୍ ସମ୍ମାନ ” ଅର୍ଦର୍ ଅଫ ଲେନିନ୍” ଉପଧିରେ ଭୁସିତ୍ କରାଯାଇ ଥିଲେ। ଇନ୍ଦୋନେସିଆ ସରକାର ” ବିତ୍ତଙ୍ଗ୍ ଯଶ ଉତ୍ତମ” ଉପାଧି ରେ ସମ୍ମାନିତ କରି ” ଭୂମି ପୁତ୍ର ” ର ଆଖ୍ୟା ପ୍ରଦାନ କରିଥିଲେ।ବିଜୁ ବାବୁ ଥିଲେ ଜଣେ କୁସଲି ଓ ପୋଖତ୍ ସ୍ୱାଧୀନତା ସଂଗ୍ରାମୀ।ବ୍ରିଟିଶ ରୟଲ୍ ଏଆର ଫୋର୍ସ୍ ରେ ଥାଇ ବି ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ସେ ପ୍ରତଖ୍ୟ୍ ବା ପରୋଖ୍ୟ୍ ରେ ସାହାଯ୍ୟ କରୁଥିଲେ। ନିଜ ଘରେ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ଜାଗା ଦେଇ ଲୁଚାଇ ରଖିଥିଲେ। ଏଥିପାଇ ତାଙ୍କୁ ଜେଲ ଯିବାକୁ ପଡିଥିଲା। କିନ୍ତୁ ଜଣେ ସଚୋତ୍ ଓ କର୍ତ୍ତବ୍ୟ ପରାୟଣ ପାଇଲତ୍ ହେତୁ ଜେଲ ରୁ ମୁକୁଳି ଥିଲେ।
ସେ ଥିଲେ ଜଣେ ମାନବ ବାଦ୍ଦି। ମଣିଷ ର୍ ଦୁଃଖ ଦେଖିଲେ ସେ ଆଦୌ ସହି ପାରୁ ନ୍ ଥିଲେ। ମଣିଷ ର ଦୁଃଖ ରେ ଦୁଖୀ ଓ ସୁଖ ରେ ସୁଖୀ ଅନୁଭବ କରୁଥିଲେ। ଦରିଦ୍ର୍ୟ୍ ଓ ଖ୍ୟୁଦା ମୁକ୍ତ ଓଡିଶା ଦେଖିବା ପାଇଁ ସେ ଚାହୁନ୍ ଥିଲେ। ଏକଦା ରିକ୍ସା ରେ ସେ ଘରୁ ସଚିବଲୟ୍ ଯାଇ ଥିଲେ। ରିକ୍ସା ଵାଲା କୁ ଏକ ସତ ଟଙ୍କା ଦେଇଥିଲେ। ୧୯୭୧ ରେ ଘଟିଥିବା ପ୍ରବଳ ବନ୍ୟା ଓ ବାତ୍ୟା ରେ ଜମ୍ଭୁ ଓ ମହାକାଳ ପଡା ରେ ପହଞ୍ଚି ଚୁଦା ଚାଉଳ ଅନ୍ୟାନ୍ୟ୍ ସାମଗ୍ରୀ ଲୋକଙ୍କ ନିକଟରେ ପହଞ୍ଚୈ ଥିଲେ। ତାଙ୍କରି ସମୟ ରେ ମଜୁରୀ ୫ ଟଙ୍କାରୁ ୨୫ ଟଙ୍କା କୁ ବୃଦ୍ଧି କରିଥିଲେ। ଓଡିଶା କୁ ଏକ ସିଲ୍ପ୍ ସମ୍ରୁଦ୍ଧ୍ ରାଷ୍ଟ୍ର ଭାବେ ଗଢି ତୋଳିବା ତାଙ୍କର ଲକ୍ଷ ଥିଲା। କଳିଙ୍ଗ ତାଇଲ୍ସ୍,ରାଉରକେଲା ଷ୍ଟିଲ ପ୍ଲାଣ୍ଟ,ତ୍ୟୁବ୍ସ୍,ସୁନାବେଡା ମିଗ୍ ବିମାନ କାରଖାନା,ପାରାଦ୍ୱୀପ ବନ୍ଦର,ରିଫ୍ରକ୍ତରିଜ୍,ସୈନିକ ସ୍କୁଲ,ଆଞ୍ଚଲିକ୍ ଶିକ୍ଷା ଓ ଗବେଷଣା କେନ୍ଦ୍ର ,ଆଞ୍ଚଲିକ୍ ଜନ୍ତ୍ରିକ୍ ମହାବିଦ୍ୟାଳୟ,ତପଜ୍ ବିଦ୍ୟୁତ କେନ୍ଦ୍ର,ପୁର୍ବତତ୍ ରେଳ ବେ ଜୋ ନ୍ ଆଦି ତାଙ୍କର କୃତି। ସେ ଥିଲେ ବିଜ୍ଞାନ ପ୍ରିୟ ।ବିଜ୍ଞାନ ପାଇଁ କଳିଙ୍ଗ ପୁରସ୍କାର ର୍ ଯୋଜନା କରିଥିଲେ। ଠିକ ଆଜିର ଦିନ ଅର୍ଥାତ ୧୯୯୭ ମସିହା ଏପ୍ରିଲ୍ ୧୭ ତାରିଖ ରେ ଏଇ ମହାନ ପୁରୁଷ ଙ୍କର ମହା ପ୍ରୟାନ୍ ଘଟିଥିଲା। ଆଜିର ଦିନରେ ଏତିକି ଆଶା କରିବା ଯେ ମରନୋତ୍ତର୍ ଭାବେ ତାଙ୍କୁ ଭାରତ ରତ୍ନ ଉପାଧି ରେ ଭୁସିତ୍ କରାଗଲେ ତାହା ହିଁ ତାଙ୍କ ପାଇଁ ଶ୍ରେଷ୍ଠ ସ୍ରଦ୍ଧା ଞ୍ଜଳୀ ହୋଇଥାନ୍ତା।