Odisha news

ବିହାର ନିର୍ବାଚନ : ଏନଡିଏ ଓ ବିରୋଧୀ ମହା-ଗଠବନ୍ଧନ ମଧ୍ୟରେ ଅନ୍ତଃକଳହ ବଢୁଛି

0

(ଯଦୁମଣି ପାଣିଗ୍ରାହୀ ) : ବିହାର ବିଧାନସଭା ନିର୍ବାଚନ ଆଗାମୀ ଚଳିତ ମାସ ୨୮ରୁ ଆରମ୍ଭ ହେବାକୁ ଯାଉଛି  । ତେବେ ନିର୍ବାଚନ ପୂର୍ବରୁ ଉଭୟ ଶାସକ ଏନଡିଏ ଓ ବିରୋଧୀ ମହା-ଗଠବନ୍ଧନ ମଧ୍ୟରେ ଅନ୍ତଃକଳହ ଚରମସୀମାରେ ପହଞ୍ଚି ଥିବାରୁ ଅବସ୍ଥା ଅନେକଟା ଗୋଳିଆ ଦିଶୁଛି  ।

ମୋଟାମୋଟି ଭାବେ ବାହାରୁ ଶାସକ ଏନ୍ଡିଏ ପୁଣି ଥରେ କ୍ଷମତାକୁ ଫେରିବାର ସମ୍ଭାବନା ଦିଶୁଥିବା ବେଳେ ଏହି ମେଂଟର ଜଣେ ପୁରୁଣା ସହଯୋଗୀ ଏଲଜେପିର ବିହାର ସଭାପତି ଚିରାଗ ପାଶ୍ୱାନ ଏବେ ଜେଡିୟୁର ସଭାପତି ତଥା ମୁଖ୍ୟମନ୍ତ୍ରୀ ନୀତିଶକୁମାରଙ୍କ ସହିତ ଲଢେଇରେ ବ୍ୟସ୍ତ ଅଛନ୍ତି  ।

ନୀତିଶକୁମାର ସ୍ପଷ୍ଟ କହୁଚନ୍ତିଯେ, ଏଲପିଜି ଦଳ ମେଂଟ ବିଜେପି ସାଙ୍ଗରେ ତାଙ୍କ ଜେଡିୟୁଙ୍କ ସାଙ୍ଗରେ ନୁହେଁ  । ତେଣୁ ବିଜେପି, ଏଲଜେପି କଥା ବୁଝୁ  । ଉଲ୍ଲେଖଯୋଗ୍ୟ ଯେ, ବିଶିଷ୍ଟ ଅନୁସୂଚିତ ଜାତି ନେତା ରାମବିଳାଶ ପାଶ୍ୱାନ ମୋଦୀଙ୍କ ସରକାରରେ ୨୦୧୪ରୁ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ରହି ଆସୁଛନ୍ତି  ।

ରାମ ବିଳାଶ ପାଶ୍ୱାନଙ୍କ ପୁଅ ଚିରାଗ ପାଶ୍ୱାନ ମଝିରେ ମଝିରେ ନୀତିଶ କୁମାରଙ୍କ ମୁଖ୍ୟମନ୍ତ୍ରିତ୍ୱ ବିରୋଧରେ ଯେଉଁ ମନ୍ତବ୍ୟ ମାନ ଦେଇଛନ୍ତି ତାହା ନୀତିଶଙ୍କୁ ଅଡୁଆରେ ପକାଉଛି  । ଯାହା ମନେ ହେଉଛି ମୋଟ ଆସନ ସମାନ ଭାବରେ ଜେଡିୟୁ ଓ ବିଜେପି ମଧ୍ୟରେ ବଂଟାଯିବ  । ମୋଟ ୨୪୩ଟି ଆସନ ମଧ୍ୟରୁ ଜେଡିୟୁକୁ ୧୨୨ଓ ବିଜେପିକୁ ୧୨୧ଟି ଆସନ ମିଳିବ  । ଏହି ୨ଦଳ ସେମାନଙ୍କ ସହ ମେଂଟ କରିଥିବା ଦଳ ମାନଙ୍କୁ ନିଜ ପକ୍ଷରୁ ଆସନ ଦେବ  । ଏଲଜେପିକୁ ୨୫ଟି ଆସନ ଦିଆଯାଉଥିଲା ବେଳେ ଏହି ଦଳ ୪୫ଟି ଆସନ ଦାବି କରୁଛି  । ଗତ ୫ ବର୍ଷ ତଳେ ଜେଡିୟୁ, ଆରଜେଡି ମିଶି ନିର୍ବାଚନ ଲଢୁଥିଲେ  । ସେତେବେଳେ ବିଜେପି ଓ ଏଲଜେପି ମିଶି ନିର୍ବାଚନ ଲଢୁଥିଲେ  ।

ତେଣୁ ଏଲଜେପି ସେତେବେଳେ ଅଧିକ ଆସନ ଦିଆଯିବା ସମ୍ଭାବ ହୋଇଥିଲା  । କିନ୍ତୁ ମଝିରେ ଜେଡିୟୁ ଆରଜେଡିକୁ ଛାଡି ପୁଣି ବିଜେପି ସହିତ ମେଂଟ କରି ସରକାର କରିବାରୁ ତଥା ଗତ ଲୋକସଭା ନିର୍ବାଚନରେ ଜେଡିୟୁ, ବିଜେପି ଓ ଏଲ୍ଜେପି ମିଶି ନିର୍ବାଚନ ଲଢିଥିବାରୁ ଏଥର ଏଲ୍ଜେପି ଏତେ ସଂଖ୍ୟକ ଆସନ ବିଜେପି ଦେଇପାରିବ ନାହିଁ । କିନ୍ତୁ ରାମବିଳାଶଙ୍କ ପୁଆ ଚିରାଗଙ୍କର ଦିନେ ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ବି ଅଛି  । ତେଣୁ ଏହି ବିବାଦ ଦିନେ ଜେଡିୟୁରେ ଥିବା ଜିତନରାମ ମାଂଝି ନୀତିଶକୁମାର ମୁଖ୍ୟମନ୍ତ୍ରୀ ପଦ ସ୍ୱେଚ୍ଛା କ୍ରମେ ଛାଡି ଦେଇଥିବାରୁ ମୁଖ୍ୟମନ୍ତ୍ରୀ ହୋଇ ପାରିଥିଲେ  । ପରେ ତାଙ୍କ ଅଯୋଗ୍ୟତା କାରଣରୁ ମୁଖ୍ୟମନ୍ତ୍ରୀ ପଦରୁ ବିଦା କରି ଦିଆଯିବାରୁ ସେ ଦଳ ଛାଡି ଏଇଚଏଏମ୍ ମୋର୍ଚ୍ଚା ନାମକ ଆଉ ଏକ ଦଳ ଗଢିଛନ୍ତି  ।

ଯାହାର ଆଧାର ହେଉଛନ୍ତି ଦଳିତ  । ଏହିପରି ଗତ ଲୋକସଭା ନିର୍ବାଚନରେ ଲାଲୁ ଯାଦବଙ୍କ ଆରଜେଡି କଂଗ୍ରେସ ମହାମେଂଟରେ ଥିଲା  । ଏବେ ଲାଲୁଙ୍କ ପୁଅ ତେଜସ୍ୱୀ ଯାଦବଙ୍କୁ ନେତା ରୂପେ ଗ୍ରହଣ ନ କରିବାରୁ ସେ ପୁଣି ଏନ୍ଡିଏ ସାଙ୍ଗରେ ମେଂଟ କରିଛନ୍ତି  । ଏଲଜେଡି ଓ ଏ.ଇଚ.ଏମ ଉଭୟ ଦଳର ମୂଳ ଭୋଟର ଦଳିତମାନେ ହୋଇଥିବାରୁ ରାମ ବିଳାଶଙ୍କ ଏଲ୍ଜେପି ଏଥିରେ ବହୁତ କ୍ଷୁବ୍ଧ  । ସେମାନେ ଏକମାତ୍ର ଦଳିତ ମାନଙ୍କର ପ୍ରତିନିଧି ହେବାକୁ ଆଶା କରନ୍ତି  । ଗତ ଲୋକସଭା ନିର୍ବାଚନରେ ଲାଲୁଙ୍କ ଆରଜେଡି, କଂଗ୍ରେସ, ଏଇଚଏଏମ ଓ ଏକଦା ଏନ୍ଡିଏରେ ଥିବା ଉପେନ୍ଦ୍ର କୁଶୱାହଙ୍କ ରାଷ୍ଟ୍ରୀୟ ଲୋକ ସମତା ପାର୍ଟିକୁ ଇତ୍ୟାଦିକୁ ନେଇ ଗଢା ହୋଇଥିଲା  ।

ଇତିମଧ୍ୟରେ ଗୋଖାଦ୍ୟ ଦୁର୍ନୀତିରେ ଦଣ୍ଡିତ ଲାଲୁ ନିକଟ ଭବିଷ୍ୟତରେ ନିର୍ବାଚନ ଲଢି ନପାରି ତଥା ଅସୁସ୍ଥ ହୋଇ ଏବେ ଡାକ୍ତରଖାନାରେ ଅଛନ୍ତି  । ଲାଲୁଙ୍କ ପରି ଜଣେ ବିଚକ୍ଷଣ ନେତାଙ୍କ ଅନୁପସ୍ଥିତିରେ ତାଙ୍କ ପୁଅ ତେଜସ୍ୱୀ ଯାଦବ ସେହି ସ୍ଥାନ ପୂରଣ କରିପାରୁ ନାହାନ୍ତି  । ତାଙ୍କ ଦଳର ଅନ୍ୟତମ ନେତା ରଘୁବଂଶ ପ୍ରତାପ ସିଂ ମୃତୁ୍ୟବରଣ କରି ସାରିଛନ୍ତିି  ।ଏହା ବ୍ୟତୀତ ତାଙ୍କ ନେତୃତ୍ୱକୁ ଉପେନ୍ଦ୍ର କୁଶୱାହ ଓ ଜିତନରାମ ମାଂଝି ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି  । କୁଶୱାହଙ୍କ ଦଳ ମଧ୍ୟ ଏକ ଜାତି ଭିତ୍ତିକ ସଙ୍ଗଠନ  ।

କେଓରି ଜାତି ତାଙ୍କ ଦଳର ମୂଳ ଆଧାର  । ସେ ଅତୀତରେ ଗତ ୨୦୧୪ରେ କେନ୍ଦ୍ରରେ ମନ୍ତ୍ରୀ ମଧ୍ୟ ଥିଲେ  । ବିହାରରେ ମୁଖ୍ୟମନ୍ତ୍ରୀ ହେବାକୁ ତାଙ୍କର ବି ଇଚ୍ଛା ଥାଇପାରେ  । ସେ ଏବେ ପପୁ ଯାଦବ ଓ ଅସାଦୁଦ୍ଦିନ ଓଆଇସିଙ୍କ ଏସଆଇଏମ ଦଳ ସହ ମିଶି ତୃତୀୟ ସାମ୍ମୁଖ୍ୟ ଗଠନ କରିପାରନ୍ତି  । କଂଗ୍ରେସ ମଧ୍ୟ ଆରଜେଡିକୁ ନେତୃତ୍ୱ ସଂପର୍କରେ ବିରୋଧ ନକେଲ ମଧ୍ୟ ଯେଉଁ ଆସନ ସେ ଚାହୁଁଛି ତାହା ନ ମିଳିଲେ ମେଂଟ ଛାଡିବୁ ବୋଲି ଧମକ ଦେଇଛି  । ଏପରି ସ୍ଥିତିରେ ଆଗକୁ କ’ଣ ଘଟିବାକୁ ଯାଉଛି ତାହା ଦେଖିବାକୁ ବାକି ରହିଲା  ।

Leave A Reply