ଭଦ୍ରକ, :ଦିବଙ୍ଗତ ଆଇନଜୀବୀ ବିବେକାନନ୍ଦ ମହାନ୍ତିଙ୍କ ୧୧ଦଶାହ ଉପଲକ୍ଷେ ଭଦ୍ରକ ଜିଲ୍ଲା କ୍ଲେମ୍ ଲୟରର୍ସ ଫୋରମ୍ ତରଫରୁ ଏକ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ସଭା ଭଦ୍ରକ ଓକିଲ ସଂଘ ସଭାକକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ଆଇନ୍ଜୀବୀ ପ୍ରଫୁଲ୍ଲ ସାମଲ ସଭାପତିତ୍ୱ କରିଥିଲେ । ବରିଷ୍ଠ ତଥା ବୟବୃଦ୍ଧ ଆଇନ୍ଜୀବୀ ନିରାକାର ଜେନା ମୁଖ୍ୟ ଅତିଥିଭାବେ ଯୋଗଦେଇ ଥିଲେ । ଉପସ୍ଥିତ ଶତାଧିକ ଆଇନ୍ଜୀବୀମାନେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ୨ମିନିଟ୍ ପାଇଁ ସ୍ୱର୍ଗତ ଆତ୍ମାର ସଦ୍ଗତି ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା ।
ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ ଆଇନଜୀବୀ ଅରୁଣ ଚାନ୍ଦ, ଶଶିଭୂଷଣ ପଣ୍ଡା, ଅରୁଣ ମିଶ୍ର, ପୂର୍ବତନ ସମ୍ପାଦକ ସନ୍ତୋଷ ଆଚାର୍ଯ୍ୟ, ବିଜନ ଜେନା, ପ୍ରାକ୍ତନ ସଭାପତି ଦିଲ୍ଲିପ ମହାପାତ୍ର, ବିଷ୍ଣୁମୋହନ ମହାପାତ୍ର, ସଇଲ ଅହମ୍ମଦ, ବେଣୁଧର ନାୟକ, ନିଶିକାନ୍ତ ନାୟକ, ଗଦାଧର ବଳ, ସନାତନ ଦୀକ୍ଷିତ, କରୁଣାକର ଦାସ, ଆଜୟ ସ୍ୱାଇଁ, ସରୋଜ ଦାସ, ବିନୟ ସ୍ୱାଇଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସ୍ୱର୍ଗତ ମହାନ୍ତି ଜଣେ ସରଳ, ଅମାୟିକ, ଦକ୍ଷ ଆଇନ୍ଜୀବୀ ଭାବରେ ତାଙ୍କର ନିଷ୍ଠା ପ୍ରତିପାଦନ କରିଥିଲେ ।ତାଙ୍କର ଅବର୍ତ୍ତମାନରେ ଜିଲ୍ଲା କ୍ଲେମ୍ ଲୟରର୍ସ ଫୋରମ୍ରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି ବୋଲି ମତପ୍ରକାଶ କରିଥିଲେ ।
ସ୍ୱର୍ଗତ ମହାନ୍ତିଙ୍କ ସ୍ମୃତି ଉଦ୍ଦେଶ୍ୟରେ କ୍ଲେମ ଲୟର୍ସ ଫୋରମ ତରଫରୁ କନିଷ୍ଠ ଆଇନ୍ଜୀବୀ ଓ ମୋହରିର୍ ମାନଙ୍କ ଉଦ୍ଦେଶ୍ୟରେ ମାସ୍କ, ସାନିଟାଇଜର ବଣ୍ଟନ କରାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ କରୁଣାକର ଦାସ, ସରୋଜ୍ ଦାସ, ଅଶୋକ ପାଲ୍ ଜଗତବନ୍ଧୁ ଅଗସ୍ତି, ଅଜୟ ସ୍ୱାଇଁ, ନିରଞ୍ଜନ ସାହୁ ପରି‘ାଳନା କରିଥିଲେ ।
