Odisha news

ବିଦୁରଙ୍କ ନୀତିରେ ବ୍ୟକ୍ତିକୁ ଧନଶାଳୀ ହେବା ପାଇଁ ଏହି ଉପାୟ ଗ୍ରହଣ କରିବା ଆବଶ୍ୟକ

ମହାତ୍ମା ବିଦୁରଙ୍କୁ ଧର୍ମରାଜଙ୍କ ଅବତାର ବୋଲି ଗ୍ରହଣ କରାଯାଏ l ବିଦୁର ମହାଭାରତର ଗୋଟିଏ ମୂଲ୍ୟବାନ ଓ ବୁଦ୍ଧିମାନ ଚରିତ୍ର ଭାବରେ ଗଣନା ହୁଅନ୍ତି l ଆଜିର ବିଦୁରଙ୍କ ନୀତିରେ କୁହାଯାଇଛି ଯେ କିଭଳି ବ୍ୟକ୍ତିମାନେ ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ କରିଥାନ୍ତି l

*ବିଦୁରଙ୍କ ନୀତିରେ ବ୍ୟକ୍ତିକୁ ସର୍ବଦା ସତକର୍ମ କରିବା ଆବଶ୍ୟକ l ଯାହାଦ୍ୱାରା ମା ଲକ୍ଷ୍ମୀଙ୍କ କୃପା ଲାଭ କରାଯାଇ ପାରିବ l ମା ଲକ୍ଷ୍ମୀ ସର୍ବଦା ଜ୍ଞାନୀ ଓ ଗୁଣି ବ୍ୟକ୍ତିଙ୍କ ପାଖକୁ ଯାଇଥାନ୍ତି l ଯେଉଁମାନେ ସତ ଉପାୟକୁ ଅବଲମ୍ବନ କରି ଠିକ ଭାବରେ ଜୀବନ ଅତିବାହିତ କରନ୍ତି l

*ବିଦୁରଙ୍କ ନୀତିରେ ବ୍ୟକ୍ତି ଆଳସ୍ୟ ତ୍ୟାଗ କରି କର୍ମ ଉପରେ ଧ୍ୟାନ ଦେବା ଆବଶ୍ୟକ l ସେହି କାର୍ଯ୍ୟ କରିବା ଜରୁରୀ ଅଟେ ଯେଉଁଥିରେ ସେ ନିଜର ଜୀବନକୁ ଠିକ ଭାବରେ ଅତିବାହିତ କରିପାରିବ l ମା ଲକ୍ଷ୍ମୀ କର୍ମ ତତ୍ପର ବ୍ୟକ୍ତି ନିକଟରେ ରହିବାକୁ ପସନ୍ଦ କରିଥାନ୍ତି l

*ମା ଲକ୍ଷ୍ମୀ ସେହି ବ୍ୟକ୍ତି ନିକଟରେ ରୁହନ୍ତି ଯିଏ ଠିକ ଉପାୟରେ ଧନକୁ ଖର୍ଚ କରିଥାଏ l ସର୍ବଦା ଧନ ଯେତିକି ଆବଶ୍ୟକ ସେତିକି ଖର୍ଚ୍ଚ କରିବା ଆବଶ୍ୟକ l ଆବଶ୍ୟକତା ଠାରୁ ଅଧିକ ଖର୍ଚ୍ଚ କରିବା ଦ୍ୱାରା ମା ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି l

*କେବେବି କୌଣସି ରୋଗୀକୁ ଅଣଦେଖା କରିବା ଉଚିତ ନୁହେଁ ଯାହାଦ୍ୱାରା  ମା ଲକ୍ଷ୍ମୀ ଅସନ୍ତୁଷ୍ଟ ହୁଅନ୍ତି ଏବଂ ନିଜର କୃପା ରଖନ୍ତି ନାହିଁ l ରୋଗୀ ,ବୃଦ୍ଧ ଓ ବୃଦ୍ଧା ,ଛୋଟ ଶିଶୁଙ୍କୁ କେବେବି ଅଣଦେଖା କରିବା ଉଚିତ ନୁହେଁ l

Comments are closed.