ମହାତ୍ମା ବିଦୁରଙ୍କ ନୀତିକୁ ଆମ ହିନ୍ଦୁ ପରମ୍ପରାର ରୀତିନୀତି ଅନୁସାରେ ସର୍ବଦା ମହତ୍ୱ ଦିଆ ଯାଇଥାଏ l ବିଦୁରଙ୍କ ନୀତିରେ ପତି ପତ୍ନୀ ଉଭୟ ଗୋଟିଏ ପରିବାରର ଦୁଇଟି ଚକ ଭଳି ରହିଥାନ୍ତି l ଉଭୟଙ୍କ ତାଳମେଳର ପରିବାର ନାମକ ଗାଡି ଆଗକୁ ଗାଡ଼ିଥାଏ l ମହାତ୍ମା ବିଦୁର କହିଛନ୍ତି ଯଦି ସ୍ତ୍ରୀ ଆଜ୍ଞାକାରୀ ଓ ସୌଭାଗ୍ୟକାରୀ ହୋଇଥାଏ ତେବେ ପରିବାର ହସ ଖୁସିରେ ପୁରୀ ଉଠେ l ବିଦୁରଙ୍କ ନୀତିରେ ଆଜି ଜାଣିବା କେଉଁ ପ୍ରକାରର ନାରୀ ମାନେ ସୌଭାଗ୍ୟଶାଳି ହୋଇଥାନ୍ତି l
* ଧର୍ମର ରାସ୍ତାରେ ଚାଲୁଥିବା ନାରୀ-ନୀତିଶାସ୍ତ୍ର ଅନୁସାରେ ଯେଉଁ ନାରୀ ଧର୍ମର ରାସ୍ତାରେ ରହିଥାଏ ତାର ପରିବାର ସବୁବେଳେ ସୁଖ ଶାନ୍ତିରେ ରୁହେ l ବିଦୁରଙ୍କ ନୀତିରେ ଏହି ଭଳି ନାରୀ ମାନଙ୍କରେ ଭଗବାନଙ୍କ ଉପରେ ସର୍ବଦା ଆସ୍ଥା ରହିଥିବାରୁ ସେମାନଙ୍କର ସ୍ୱାମୀ ମାନେ ସୌଭାଗ୍ୟଵନ ଅଟନ୍ତି l
* ବିଦୁରଙ୍କ ନୀତିରେ ଯେଉଁ ନାରୀ ନିଜର ସୀମାକୁ ସୀମିତ ରଖିଥାଏ ,ତାହା ତା ପରିବାରକୁ ସୁଖ ଶାନ୍ତିରେ ଓ ସମୃଧିରେ ପରିପୂର୍ଣ କରିଥାଏ l ଏହାର ଅର୍ଥ ପ୍ରତ୍ୱେକଟି ନାରୀ ନିଜର ଇଛା ଶକ୍ତିକୁ ସୀମିତ ରଖିବା ଆବଶ୍ୟକ ,କାରଣ ଯଦି ସେମାନେ ସୀମିତ ନରଖିବେ ତେବେ ତାଙ୍କର ସ୍ୱାମୀ ମାନେ ଖରାପ ବାଟକୁ ଆପଣାଇବେ l
* ବିଦୁରଙ୍କ ନୀତିରେ ଯେଉଁ ନାରୀ ଧାର୍ଯ୍ୟହିଁନା ନହୋଇ ସବୁ ପରିସ୍ଥିତିର ସାମ୍ନା କରିବା ପାଇଁ ସକ୍ଷମ ହୋଇଥାଏ ତାର ସ୍ୱାମୀ ଅତ୍ୟନ୍ତ ସୌଭାଗ୍ୟଶାଳୀ ଅଟେ l କାରଣ ସେ ଅସୁବିଧା ସମୟରେ ମଧ୍ୟ ଭାଙ୍ଗି ନପଡ଼ି ନିଜର ସ୍ୱାମୀକୁ ଧର୍ଯ୍ୟ ଦେଇଥାଏ l
* ବିଦୁର କହିଛନ୍ତି ଯେଉଁ ନାରୀ କ୍ରୋଧୀ ହୋଇ ନଥାଏ କିମ୍ବା ସାମାନ୍ୟ କ୍ରୋଧ କରିଥାଏ ତାର ସ୍ୱାମୀ ସୌଭାଗ୍ୟଶାଳୀ ଅଟନ୍ତି କାରଣ ଗୋଟିଏ ପରିବାରରେ ଉଭୟଙ୍କ କ୍ରୋଧ ଦଦ୍ୱାରା ପରିବାରର ପରିସ୍ଥିତି ବିଗିଡି ଯାଇଥାଏ l
* ବିଦୁର କହିଛନ୍ତି ଯେଉଁ ନାରୀର ବାଣୀ ମିଠା ନୁହେଁ ,ସେ ନିଜ ସ୍ୱାମୀଙ୍କୁ ଅଧିକାଂଶ ସମୟ ଅସୁବିଧାରେ ପକାଇଥାଏ l ଯଦି ସ୍ତ୍ରୀର ଭାଷା ଓ କଥାରେ ମାଧୁର୍ଯ୍ୟ ରହିଥାଏ ତେବେ ସ୍ୱାମୀ ମାନଙ୍କର ଭାଗ୍ୟ ସୌଭାଗ୍ୟପୂର୍ଣ ହୋଇଥାଏ l
