ଭାରତ-ଭୁଟାନ ଆଉଥରେ ନିଜ ନିବିଡ଼ ସମ୍ପର୍କ କୁ ପ୍ରମାଣ କରିଦେଇଛନ୍ତି, ଭୁଟାନ ରେ ୧୦୨୦ ମେଗାୱାଟ ର ପୁନାତ୍ସାଗଛୁ -2 ଜଳବିଦ୍ୟୁତ ପରିଯୋଜନା ସମ୍ପୂର୍ଣ ହୋଇଯାଇଛି, ଯାହାକୁ ନେଇ ଭୁଟାନ ର ବିଜୁଳୀ ଉତ୍ପାଦନ କ୍ଷମତା ୪୦ % ରୁ ବଢି ୩୫୦୦ ମେଗାୱାଟ ରୁ ଅଧିକ ହୋଇଯାଇଛି, ଏହି ପରିଯୋଜନା ର ଅନ୍ତିମ ୟୁନିଟ ଅଗଷ୍ଟ ୨୭ ୨୦୨୫ ର ଗ୍ରୀଡ଼ ସହିତ ଯୋଡ଼ା ଯାଇଛି, ଥିମ୍ୟୁ ରେ ଭାରତୀୟ ଦୂତାବାସ ଏହାକୁ ଐତିହାସିକ ସମୟ କହିଛନ୍ତି, ଶେଷ ୟୁନିଟ ର ଗ୍ରୀଡ଼ ସହିତ ଯୋଡି ହେବା ସହିତ ପୁନାତ୍ସାଗଛୁ -2 ପରିଯୋଜନା ଦ୍ୱାରା ନିଜର ସଫଳତା ହାସଲ କରିଛନ୍ତି, ଏହି ଅବସରରେ ପାୱାର ହାଉସ ରେ ଗୋଟିଏ ଭବ୍ୟ ସମାରୋହ ହୋଇଥିଲା l
ଭୁଟାନ ପ୍ରଧାନମନ୍ତ୍ରୀ ଭାରତର ରାଜଦୂତ ସମାରୋହ ରେ ସାମିଲ ହୋଇଥିଲେ –
ଏହି ସମାରୋହ ରେ ଭୁଟାନ ପ୍ରଧାନମନ୍ତ୍ରୀ ଡାଶୋ ସେରିଙ୍ଗ ତୋବଗେ , ଉର୍ଜା ଏବଂ ପ୍ରାକୃତିକ ସଂସାଧନ ମନ୍ତ୍ରୀ , ଭାରତର ରାଜଦୂତ ସୁଦର୍ଶନ ଡାଳେଲା ଏବଂ ଉଭୟ ଦେଶର ଅନେକ ଉଚ୍ଚପଦସ୍ଥ ଅଧିକାରୀ ସାମିଲ ରହିଥିଲେ l ଏହି ପରିଯୋଜନା କୁ ଭାରତ ସଂପୂର୍ଣ୍ଣ ଭାବରେ ଫଣ୍ଡିଙ୍ଗ କରିଛି, ଯେଉଁଥିରେ ୩୦ % ଅନୁଦାନ ଏବଂ ୭୦ % କମ ଋଣ ସାମିଲ ରହିଛି l ଏହି ପରିଯୋଜନା ଭାରତ-ଭୁଟାନ ର ସେହି ମଝବୁତ ଯୋଗଦାନ ର ଗୋଟିଏ ମହତ୍ଵପୁର୍ଣ ଅଂଶ ଅଟେ l
ପାକିସ୍ତାନ-ଚୀନ ପାଇଁ ସନ୍ଦେଶ –
ଏହି ପରିଯୋଜନା ରୁ ଭାରତ ର ଦକ୍ଷିଣ ଏସିଆ ରେ ପ୍ରଭାବ ପଡିବ, ଯାହା ପାକିସ୍ତାନ ଏବଂ ଚୀନ ପାଇଁ ଚିନ୍ତା ର ବିଷୟ ହୋଇପାରେ, ବିଶେଷ ଭାବରେ ଚୀନ , ଯାହା ଭୁଟାନ ସହିତ ସୀମା ବିବାଦ କୁ ନେଇ ରହିଛି, ଏବଂ ଚୀନ ଏହାକୁ ଦେଖି ଭାରତ ପାଇଁ ପୁନର୍ବିଚାର କରିପାରେ, ବିସ୍ଲେସଜ୍ଞ ଙ୍କ ମତରେ ଏହା ଭାରତୀୟ କୂଟନୀତି ର ବିଜୟ ଅଟେ l ଏହାପରେ ଭୁଟାନ ନାଗରିକ ନିଜ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ରେ ଭାରତକୁ ଧନ୍ୟବାଦ ଦେବାକୁ ପଛାଇ ନାହାନ୍ତି l