ଭୁବନ ୧୩.୩- ଭୁବନ ଏନ୍ ଏ ସି ଅନ୍ତର୍ଗତ ରଗଡ଼ି ଛକ ନିକଟରେ ଆଜି ବୁଧବାର ଅପରାହ୍ନରେ ଅବକାରୀ ବିଭାଗ ତରଫରୁ ଦେଶୀ ମଦ ସମେତ ସ୍କୁଟି ଜବତ କରାଯାଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ , ଭୁବନ ବ୍ଲକ ଅନ୍ତର୍ଗତ ଚନ୍ଦାର ଗ୍ରାମର ଲକ୍ଷ୍ମୀଧର ସାହୁ ଓରଫ ସୁନିଆ ସାହୁ ଆଜି ଅପରାହ୍ନରେ ଏକ ହୋଣ୍ଡା ଆକ୍ଟିଭା ସ୍କୁଟି ରେ ୪୦ ଲିଟର ଦେଶୀ ମଦ ଧରି ଭୁବନ କୁ ବିକ୍ରି ପାଇଁ ଆସୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ତରଫରୁ ଚଢ଼ାଉ କରାଯାଇଥିଲା । କଣପାଳ ଓ ଯାଜପୁର ଜିଲ୍ଲା କନ୍ତିରା ଅଞ୍ଚଳରେ ଆଜି ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ସଂପୃକ୍ତ ବ୍ୟକ୍ତି ଙ୍କୁ ଗିରଫ କରାଯାଇଥିଲା । ଭୁବନ ଅବକାରୀ ଏସ ଆଇ ସୌରଭ ମିଶ୍ର,ଏ ଏସ ଆଇ ବିଶ୍ଵ ରଞ୍ଜନ ନାଥ , କନଷ୍ଟେବଳ ଗୋଲାପ ସାହୁ ,ପ୍ରେମାନନ୍ଦ ବେହେରା, ପ୍ରଫୁଲ୍ଲ କୁମାର ସାମଲ ପ୍ରମୁଖ ଏହି ଚଢାଉ ରେ ସାମିଲ ଥିଲେ ।