Odisha news

ରାଜ୍ୟ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା

0

(ଭଞ୍ଜନଗରରୁ ଅମରେନ୍ଦ୍ର କୁମାର ପଟ୍ଟନାୟକ ) : ଭଞ୍ଜନଗର ସମ୍ମିଳନୀ କକ୍ଷ ପରିସରରେ ଆଜି ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏଥିରେ ଉପଜିଲ୍ଲାପାଳ ଅନୀଲ କୁମାର ସେଠୀ,ଏନ୍ଏସି ନଗରପାଳ ଗୋପବନ୍ଧୁ ମହାପାତ୍ର,ବ୍ଳକ ଅଧ୍ୟକ୍ଷ ନରୀସଭା ନାୟକ,ତହସିଲଦାର ଉମାଶଙ୍କର ବେହେରା,ଏନ୍ଏସି କାର୍ଯ୍ୟ ନିର୍ବାହ ଅଧିକାରୀ ଆଶୁତୋଷ ଗୌରବ କର,ବିଡ଼ିଓ ଶଶୀ ଭୂଷଣ ମହାପାତ୍ର,ସହକାରୀ ଯନ୍ତ୍ରୀ ଇଂ ଶ୍ୟାମଘନ ପ୍ରଧାନ,ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ ଆଶିଷ କୁମାର ନାୟକ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ରହିଥିଲେ। ବ୍ଳକ ଅଧୀନରେ ଚାଲିଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସଂର୍ପକରେ ବୁଝିବା ସାଙ୍ଗକୁ ନୂଆ ପ୍ରକଳ୍ପ ଆବଶ୍ୟକତା ସଂର୍ପକରେ ଆଲୋଚନା କରିଥିଲେ। ଏଥିସହ ଆଗାମୀ ଦିନରେ କଲେଜର ଆନୁଷଙ୍ଗିକ କାର୍ଯ୍ୟ ତ୍ବରାନ୍ବିତ କରିବା ନେଇ କଲେଜ ପରିଚାଳନା କମିଟି ସଭାପତି ରାଜେନ୍ଦ୍ର ପ୍ରସାଦ ପ୍ରଧାନ ଏବଂ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସଙ୍କ ସହ ଆଲୋଚନା କରିଥିଲେ।

Leave A Reply