ଭଞ୍ଜନଗର ପୋଲିସର ସଫଳତା : ହନୁମାନ ମନ୍ଦିର ନିକଟରେ ଆକ୍ରମଣ ଅଭିଯୋଗରେ ପୁଲିସ୍ ଚାକୁଣ୍ଡାପଲ୍ଲୀ ଗ୍ରାମର ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା
(ଭଞ୍ଜନଗରରୁ ଅମରେନ୍ଦ୍ର କୁମାର ପଟ୍ଟନାୟକ ) : ଭଞ୍ଜନଗର ଥାନା ଅଧିନ ଚାକୁଣ୍ଡାପଲ୍ଲୀ ଗ୍ରାମ ନିକଟ ହନୁମାନ ମନ୍ଦିର ନିକଟରେ ୨ ଜଣ ଯୁବକଙ୍କୁ ଆକ୍ରମଣ କରିବା ଅଭିଯୋଗରେ ପୁଲିସ୍ ଆଜି ଚାକୁଣ୍ଡାପଲ୍ଲୀ ଗ୍ରାମର କାହ୍ନୁ ଚରଣ ଗୌଡ ଏବଂ ଅଶୋକ କୁମାର ଗୌଡକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପୁଲିସ ସୂଚନା ଦେଇଛି। ଏଥିସହ ଆକ୍ରମଣରେ ବ୍ୟବହୃତ ଠେଙ୍ଗା ଓ ଲୁହାରଡ ଜବତ କରିଛି। ଗତ ୩ ତାରିଖ ଦିନ ଭଞ୍ଜନଗର ଥାନା କାଳିଆପଲ୍ଲୀ ଗ୍ରାମର ରାହୁଲ ନାଇକ ଏବଂ ତାର ସାଙ୍ଗ ରାହୁଲ ଦଳବେହେରାକୁ ଗିରଫ ୨ ଅଭିଯୁକ୍ତଙ୍କ ସମେତ ଅନ୍ୟ ୧୮ ଜଣ ଠେଙ୍ଗା ଓ ଲୁହାରଡରେ ଆକ୍ରମଣ କରିଥିବା ନେଇ ରାହୁଲର ଭଉଣୀ ଭଞ୍ଜନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ପୁଲିସ୍ କେସ୍ ନମ୍ବର ୧୧୨୮ରେ ଏକ ମାମଲା ରୁଜୁ କରି ଦଫା ୪୫୨,୩୨୫,୩୦୭,୧୪୯ ଏବଂ ପ୍ରଭେନସନ୍ ଅଫ୍ ଏସ୍ସି ଏସ୍ଟି ଆକ୍ଟ ପ୍ରକାରେ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଭଗବାନ ପୂଜାରୀ ସୂଚନା ଦେଇଛନ୍ତି। ରାହୁଲ ନାଇକ ଅବସ୍ଥା ଗୁରୁତର ରହିଥିବାରୁ ଭଞ୍ଜନଗର ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ଡାକ୍ତରଖାନା ପଠାଯାଇଥିବା ବେଳେ ତାର ଚିକିତ୍ସା ଜାରି ରହିଥିବା ଶ୍ରୀ ପୂଜାରୀ ପ୍ରକାଶ କରିଛନ୍ତି। ଅନ୍ୟ ଅଭିଯୁକ୍ତ ମାନଙ୍କୁ ଆଗାମୀ ଦିନରେ ଶୀଘ୍ର ଗିରଫ କରାଯିବ ବୋଲି ସେ କହିଛନ୍ତି।