ଭଞ୍ଜନଗର, ୧୨/୯. ଆଗକୁ ଆସୁଛି ପାର୍ବଣ ଋତୁ ଏବେ ଗଣେଶ ପୂଜା ପାଖେଇ ଆସୁଥିବାବେଳେ ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଭଞ୍ଜନଗର ପୁଲିସ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଛି। ମଙ୍ଗଳବାର ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତାଙ୍କୁ ନେଇ ଥାନା ଭାରପ୍ରାପ୍ତ ଅଧିକାରୀ କେଶବ ଶଢଙ୍ଗୀଙ୍କ ଦ୍ୱାରା ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ଆଇନ ଶୃଙ୍ଖଳାକୁ ସଠିକ ଭାବେ ମାନିବା ସହ ପୂଜା ମଣ୍ଡପରେ ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ସ୍ବେଛାସେବୀଙ୍କୁ ମୃତୟନ,ଭଷାଣି ସମୟରେ ଡିଜେ ଓ ବାଣ ବ୍ୟବହାରକୁ ବାରଣ ଏବଂ ଜୋର ଜବରଦସ୍ତ ଚାନ୍ଦା ଆଦାୟ ଠାରୁ ଦୂରେଇ ରହିବା ପାଇଁ ଆଲୋଚନା ହୋଇଥିଲା। ଏଥିରେ ଭେଜିପୁଟ, ଖଲାସି ସାହି ଓ ବିଭିନ୍ନ ପୂଜା କମିଟି ସଦସ୍ୟ ଉପସ୍ଥିତ ଥିଲେ।