ଭଞ୍ଜନଗର,୨୨/୦୩ : ଦେଶର ଅଗ୍ରଣୀ ଜୀବନ ବୀମା ପ୍ରତିଷ୍ଠାନ ଏସବିଆଇ ଲାଇଫ ଇନ୍ସୁରାଂସ କମ୍ପାନୀ ଲିମିଟେଡ, ଏହାର ଆଧୁନିକୀକରଣ କରାଯାଇଥିବା ଭଞ୍ଜନଗର ଶାଖାକୁ ବାଉଁଶଲୁଣ୍ଡି ଠାରେ ଲୋକାର୍ପିତ କରିଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସଂସ୍ଥାର ଭୁବନେଶ୍ବର କ୍ଷେତ୍ରୀୟ ନିର୍ଦ୍ଦେଶକ ପି ଭି ମାରୁତି ନାଇଡୁ, କ୍ଷେତ୍ରୀୟ ପରିଚାଳକ ବୁଦ୍ଧାଦିତ୍ୟ ବାନାର୍ଜୀ, ଉପ ସମନ୍ଧ ପରିଚାଳକ ଚିନ୍ମୟ ମହାନ୍ତି, ମଣ୍ଡଳ ପରିଚାଳକ ଜଗନ୍ନାଥ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଶାଖା ପରିଚାଳକ ସତ୍ୟନାରାୟଣ ଦାଶ, କ୍ଷେତ୍ର ପରିଚାଳକ ପବିତ୍ର ଗନ୍ତାୟତ, ଜ୍ଞାନେନ୍ଦ୍ର ପାଢ଼ୀ, ଚିତ୍ତରଞ୍ଜନ ମହାନ୍ତି, ଉପ ପ୍ରବନ୍ଧକ ମୁକ୍ତି ପାତ୍ର, ତ୍ରିଲୋଚନ ବେହେରା, ପୁଷ୍ପାଞ୍ଜଳି ପଣ୍ଡା, ଆଶୁତୋଷ ମହାପାତ୍ର ଉପସ୍ଥିତ ଥିଲେ ।
ପୂର୍ବରୁ ରହିଥିବା ଶାଖା ରେ ଶୀତତାପ ନିୟନ୍ତ୍ରିତ କରାଯାଇ ଆଧୁନିକୀକରଣ କରାଯାଇଛି, ଅନଲାଇନ୍ ମାଧ୍ୟମରେ ବିଭିନ୍ନ ସମସ୍ୟା ସହ କ୍ଲେମ୍ ଗୁଡିକୁ ସମାଧାନ କରାଯାଇପାରିବ । ଏହା ଦ୍ବାରା ଶାଖାକୁ ଆସୁଥିବା ଗ୍ରାହକ ମାନେ ଉପକୃତ ହେବେ । କେବଳ ଭଞ୍ଜନଗର ଶାଖାର ଗ୍ରାହକ ମାନେ ନୁହଁନ୍ତି ବରଂ ଦେଶର ଯେକୌଣସି ଶାଖାର ଗ୍ରାହକ, ବ୍ୟବସାୟିକ ଭାଗିଦାରୀ ବ୍ୟାଙ୍କ୍ ଗୁଡ଼ିକ ଯଥା: ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ୟୁକୋ ବ୍ୟାଙ୍କ, ଇଣ୍ଡିଆନ ବ୍ୟାଙ୍କ, ସାଉଥ୍ ଇଣ୍ଡିଆନ ବ୍ୟାଙ୍କ, ପଞ୍ଜାବ ଆଣ୍ଡ ସିନ୍ଧ ବ୍ୟାଙ୍କ୍, କରୁର ବୈଶ୍ୟ ବ୍ୟାଙ୍କ୍, ଇଣ୍ଡିଆ ପୋଷ୍ଟ ପେମେଣ୍ଟସ ବ୍ୟାଙ୍କ୍ ରୁ ମଧ୍ୟ ଏସବିଆଇ ଲାଇଫ ଇନ୍ସୁରାଂସ ର ପଲିସି କରି ଭଞ୍ଜନଗର ଆଧୁନିକୀକରଣ ଶାଖାରେ ମେଚୁରିଟି କ୍ଲେମ, ଡେଥ କ୍ଲେମ, ସରେଣ୍ଡର ଆଦି କରିପାରିବେ । ଗ୍ରାହକ ମାନଙ୍କୁ ଉନ୍ନତ ସେବା ପ୍ରଦାନ କରିବା ପାଇଁ ଭଞ୍ଜନଗର ବାଉଁଶଲୁଣ୍ଡି ଠାରେ ଏହି ଶାଖାକୁ ଆଧୁନିକୀକରଣ କରାଯାଇଥିବା କ୍ଷେତ୍ରୀୟ ନିର୍ଦ୍ଦେଶକ ପି ଭି ମାରୁତି ନାଇଡୁ ପ୍ରକାଶ କରିଛନ୍ତି । ସାମ୍ବାଦିକଙ୍କ ଏକ ପ୍ରଶ୍ନର ଉତ୍ତରରେ ଏସବିଆଇ ଲାଇଫ ଇନ୍ସୁରାଂସ ସଂସ୍ଥା ତରଫରୁ ସାମାଜିକ ମଙ୍ଗଳ ସକାଶେ ବିଭିନ୍ନ ସିଏସଆର କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଶ୍ରୀ ନାଇଡୁ ଜଣାଇଥିଲେ ।
ଭଞ୍ଜନଗର ରୁ ଅମରେନ୍ଦ୍ର କୁମାର ପଟ୍ଟନାୟକ ସକାଳ ଖବର