Odisha news

ବିଶ୍ରାମ ଭବନ ଉଦଘାଟିତ : ଦୁଇ ବ୍ଲକରେ ଭତ୍ତା ବାଣ୍ଟିଲେ ମନ୍ତ୍ରୀ

0

ଭଞ୍ଜନଗର,୧୫/୦୩(ଭଞ୍ଜନଗର ରୁ ଅମରେନ୍ଦ୍ର କୁମାର ପଟ୍ଟନାୟକ ସକାଳ ଖବର)  : ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଶୁକ୍ରବାର ଭଞ୍ଜନଗର ନିର୍ବାଚନମଣ୍ଡଳୀ ଅଧିନ ୨ ଟି ବ୍ଲକର ୪,୪୨୧ ଜଣ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନାରେ ଭତ୍ତା ବଣ୍ଟନ କରିଛନ୍ତି। ଏହା ସହ ଭଞ୍ଜନଗର ବିଜୁ ପଟ୍ଟନାୟକ ପାର୍କ ନିକଟରେ ନବନିର୍ମିତ ବିଶ୍ରମ ଭବନକୁ ମଧ୍ୟ ମନ୍ତ୍ରୀ ଶ୍ରୀ ଆରୁଖ ଉଦଘାଟନ କରିଛନ୍ତି।

ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ଆୟୋଜିତ ଭଞ୍ଜନଗର ବ୍ଲକ ସ୍ତରୀୟ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ରେ ବ୍ଲକର ୨୨ ଟି ପଞ୍ଚାୟତର ୨,୦୯୬ ଜଣ ବାର୍ଦ୍ଧକ୍ୟ,ବିଧବା ଓ ଭିନ୍ନକ୍ଷମ ସମେତ ବିଭିନ୍ନ ବର୍ଗର ହିତାଧିକାରୀଙ୍କୁ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଭତ୍ତା ପ୍ରଦାନ କରିଥିଲେ। ସେହିପରି ଜଗନ୍ନାଥପ୍ରସାଦ ବ୍ଲକର ୨୫ ଟି ପଞ୍ଚାୟତର ୨,୩୨୫ ଜଣ ହିତାଧିକାରୀଙ୍କୁ ମନ୍ତ୍ରୀ ଶ୍ରୀ ଆରୁଖ ଭତ୍ତା ବଣ୍ଟନ କରିଥିଲେ । ଏହି ଅବସରରେ ଭଞ୍ଜନଗର ଓ ଜଗନ୍ନାଥପ୍ରସାଦରେ ଆୟୋଜିତ ପୃଥକ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେଇ ଶିକ୍ଷା,ସ୍ବାସ୍ଥ୍ୟ ଓ ଗମନାଗମନର ବିକାଶ ସମେତ ସମାଜର ସବୁ ବର୍ଗର ଜନସାଧାରଣ ଙ୍କ ପାଇଁ ରାଜ୍ୟ ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ବାବଦରେ ମନ୍ତ୍ରୀ ଶ୍ରୀ ଆରୁଖ ନିଜର ବକ୍ତବ୍ୟ ରଖିଥିଲେ। ଏହା ସହିତ ଭଞ୍ଜନଗର ଗ୍ରାମ୍ୟ ନିର୍ମାଣ ବିଭାଜନ ପକ୍ଷରୁ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ନିକଟରେ ନିର୍ମାଣ ହୋଇଥିବା ବିଶ୍ରାମ ଭବନ କୁ ମନ୍ତ୍ରୀ ଶ୍ରୀ ଆରୁଖ ଉଦଘାଟନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ଗୁଡିକରେ ଭଞ୍ଜନଗର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନ୍ମଥ କୁମାର ନାୟକ,ବ୍ଲକ ଅଧ୍ୟକ୍ଷ ନରିସଭା ନାୟକ,ଉପାଧ୍ୟକ୍ଷା ରାଜଲକ୍ଷ୍ମୀ ପ୍ରଧାନ,ଜିଲ୍ଲା ପରିଷଦ ସଦସ୍ୟ ଜିତେନ୍ଦ୍ର କେଶରୀ ଆରୁଖ,ଶୈଳବାଳା ବିଷୋୟୀ,ଭାଗ୍ୟଲତା ସେଠୀ,ବରିଷ୍ଠ ଆଇନଜୀବୀ ରାଜେନ୍ଦ୍ର ପ୍ରସାଦ ପ୍ରଧାନ, ଭଞ୍ଜନଗର ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସନୁଜ୍ ନାୟକ ଏବଂ ଜଗନ୍ନାଥପ୍ରସାଦ ବ୍ଲକର ବିଡିଓ,ଭଞ୍ଜନଗର ଗ୍ରାମ୍ୟ ନିର୍ମାଣ ବିଭାଜନ ବିଭାଗର ଅଧିକାରୀ ଙ୍କ ସମେତ ବହୁ ଜନପ୍ରତିନିଧି ଉପସ୍ଥିତ ଥିଲେ।

Leave A Reply