Odisha news

ବିଶ୍ଵ ଆର୍ଦ୍ରଭୂମି ଦିବସରେ ଭଞ୍ଜନଗର ବିଇଓଙ୍କ ବୃକ୍ଷରୋପଣ

0

ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ ସକାଳ ଖବର) ୦୪/୦୨/୨୪ : ସଂପ୍ରତି ଜୀବଜଗତ ପାଇଁ ଏକ ବିରାଟ ଆହ୍ଵାନ ଭାବେ ଉଭା ହୋଇଛି: ବିଶ୍ୱ- ତାପନ, ଜୈବବିଭିନ୍ନତା, ଇକୋ-ସିଷ୍ଟମ୍ ରେ ଅସମାନତା,ଓଜନ ସ୍ତରରେ ହ୍ରାସ, ଋତୁ ପରିବର୍ତ୍ତନ ରେ ଅନିୟମିତତା ଭଳି ଅନେକ ପରିବେଶ ସଂପର୍କିତ ସମସ୍ୟା। ଏହି ପରିବେଶ ସମ୍ପର୍କିତ ସମସ୍ୟା ଗୁଡିକ ଦୂର କରିବାପାଇଁ ପ୍ରତିବର୍ଷ ବିଶ୍ଵ ସ୍ତରରେ ଓ ଜାତୀୟ ସ୍ତରରେ ପ୍ରକୃତି ସଂରକ୍ଷଣ ପାଇଁ ପରିବେଶ ସଂପର୍କିତ ବିଭିନ୍ନ କାର୍ଯ୍ୟକ୍ରମ : ଯଥା – ବିଶ୍ଵ ବନ ଦିବସ, ବିଶ୍ଵ ପରିବେଶ ଦିବସ, ବିଶ୍ଵ ଜଳ ଦିବସ, ବିଶ୍ଵ ମୃତ୍ତିକା ଦିବସ, ବିଶ୍ଵ ବନ୍ୟପ୍ରାଣୀ ସପ୍ତାହ, ବନମହୋତ୍ସବ ସପ୍ତାହ,‌ ବିଶ୍ଵ ହାତୀ ଦିବସ, ବିଶ୍ଵ ବ୍ୟାଘ୍ର ଦିବସ ଇତ୍ୟାଦି ପାଳନ କରାଯାଇଥାଏ।
ଏହି ଦିବସ ପାଳନର ଗୁରୁତ୍ୱ ଉପଲକ୍ଷେ ଆଜି ଭଂଜନଗର ର ବରିଷ୍ଠ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ଯୁକ୍ତ ଏସ୍ ଧନଞ୍ଜୟ ଙ୍କ ସୌଜନ୍ୟତାରେ ତଥା ପ୍ରକୃତି ବନ୍ଧୁ ଶିକ୍ଷକ ତଥା ଲାଲସିଂ ସିଆରସିସି ଶ୍ରୀ ଦ୍ଵିତୀକୃଷ୍ଣ ଲେଙ୍କାଙ୍କ ଉଦ୍ୟମରେ ଭଂଜନଗର ସ୍ଥିତ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ଠାରେ ବୃକ୍ଷ ରୋପଣ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଯୁକ୍ତ ଉମାକାନ୍ତ ନାହାକ ଙ୍କ ତତ୍ତ୍ଵାବଧାନରେ ଏବଂ ବଡକୋଦଣ୍ଡା କ୍ଲଷ୍ଟର ସିଆରସିସି ଶ୍ରୀ ଯୁକ୍ତ ମୋହନ ସାହୁଙ୍କ ସଂଯୋଜନା ରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି କାର୍ଯ୍ୟକ୍ରମ ର ସଫଳ ପରିଚାଳନା କରିଥିଲେ। ଏଥିରେ ସଂପୂର୍ଣ୍ଣ ସହଯୋଗ କରିଥିଲେ ଏହି ବିଦ୍ୟାଳୟ ରେ ପ୍ରାଟିସ୍-ଟିଚିଙ୍ଗ୍ ଦେଉଥିବା ବିଇଡି ଓ ସିଟି ଟ୍ରେନିଂ କରୁଥିବା ଛାତ୍ର-ଶିକ୍ଷକ ବନ୍ଧୁଗଣ। ଏହି ଅବସରରେ ଗଂଜାମ ଜିଲ୍ଲା ସ୍ତରୀୟ ସ୍କାଉଟସ୍ ଓ ଗାଇଡ୍ କାର୍ଯ୍ୟକ୍ରମ ପାଇଁ ଏବିଇଓ ତଥା ବିଆରସିସି ଶ୍ରୀ ସୂର୍ଯ୍ୟ ନାୟକଙ୍କ ଉଦ୍ୟୋଗରେ ଅନୁଷ୍ଠିତ ପ୍ରଧାନ ଶିକ୍ଷକ ମାନଙ୍କ ପ୍ରସ୍ତୁତି ବୈଠକରେ ବିଶ୍ଵ ଆର୍ଦ୍ରଭୂମି ଦିବସ ଉପଲକ୍ଷେ ଏକ ଆଲୋଚନା ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଇଓ ମହୋଦୟ ପରିବେଶ ସଂପର୍କିତ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ ଓ ତାହାର ସମାଧାନ ଦିଗରେ ଆମମାନଙ୍କର କର୍ତ୍ତବ୍ୟ ଓ ଦାୟିତ୍ଵ ଉପରେ ଆଲୋଚନା କରିଥିଲେ। ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷା ଋତୁରେ ପ୍ରତ୍ୟେକ ବିଦ୍ୟାଳୟ ରେ ବୃକ୍ଷ ରୋପଣ କରି ଏକ ସ୍ଵଚ୍ଛ, ସବୁଜ ଓ ସୁନ୍ଦର ବିଦ୍ୟାଳୟ ର ପରିକଳ୍ପନା କରିବାକୁ ଆହ୍ବାନ ଦେଇଥିଲେ ଏବଂ ଏହାକୁ ଏକ ସବୁଜ ବିପ୍ଳବ ରେ ପରିଣତ କରିବାପାଇଁ ନିବେଦନ କରିଥିଲେ । ପରିଶେଷରେ ରାଜ୍ୟ ର ତୃତୀୟ ଶ୍ରେଷ୍ଠ ବିଇଓ ଭାବେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଥିବା ଉପଲକ୍ଷେ ବଡକୋଦଣ୍ଡା ଜବାହର ନୋଡାଲ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ସନ୍ତୋଷ କୁମାର ଯେନା ଙ୍କ ପ୍ରଚେଷ୍ଟାରେ ସମସ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ସ୍କାଉଟସ୍ ଓ ଗାଇଡ୍ ଶିକ୍ଷକ ମାନେ ଭଂଜନଗର ବ୍ଲକ ବରିଷ୍ଠ ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କୁ ସମ୍ବର୍ଧନା ଜଣାଇଥିଲେ।

Nalco
Leave A Reply