Odisha news

ଭାରତ ସ୍କାଉଟ ଓ ଗାଇଡ଼ର ଦୀକ୍ଷା ସଂସ୍କାର ସମାରୋହ

0

ଭଞ୍ଜନଗର (ଭଞ୍ଜନଗର ରୁ ଅମରେନ୍ଦ୍ର କୁମାର ପଟ୍ଟନାୟକ ସକାଳ ଖବର) : ୦୪/୦2 ଭଞ୍ଜନଗର ବ୍ଲକ ବଡକୋଦଣ୍ଡା ଜବାହର ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ଭାରତ ସ୍କାଉଟ୍ସ ଓ ଗାଇଡ଼ ର ଦୀକ୍ଷା ସଂସ୍କାର ସମାରୋହ ପ୍ରଧାନଶିକ୍ଷକ ସନ୍ତୋଷ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଜିଲ୍ଲା ତାଲିମ କମିଶନର ବିକ୍ରମ ମହାରଣା ସ୍କାଉଟ ମାଷ୍ଟର ହୃଷିକେଶ ନାୟକ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ସ୍କାଉଟ ଓ ଗାଇଡ଼ ର ନୀତିନିୟମ, ଗୀତ, ଵିଧି,ବ୍ୟବସ୍ଥା ଉପରେ କହିଥିଲେ l ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ରଶ୍ମିତା ସାହୁ, ସlଜନ ସ୍ୱାଇଁ ଓ କ୍ରୀଡା ଶିକ୍ଷକ ଶରତ ଚନ୍ଦ୍ର ବେହେରା ମଂଚାସୀନ ହୋଇ ପିଲାମାନଙ୍କୁ ଦାୟିତ୍ୱ ଓ କର୍ତ୍ତବ୍ୟ ଉପରେ ବୁଝାଇଥିଲେ l ପରେ ପରେ ସ୍କାଉଟ ପତାକା ଉତ୍ତୋଳନ ହେବାପରେ ଲୋଗୋ ପରିଧାନ କରାଯାଇ ଦୀକ୍ଷା ସଂସ୍କାର କରାଯାଇଥିଲା l ଆଜି 16 ଜଣ ଛାତ୍ରଛାତ୍ରୀ ଦୀକ୍ଷା ସଂସ୍କାର କାର୍ଯ୍ୟକ୍ରମ ରେ ସାମିଲ ସହ ଦୀକ୍ଷା ଗ୍ରହଣ ଆନୁଷ୍ଠାନିକ ଭାବେ କରାଯାଇଥିଲା l ବିଦ୍ୟାଳୟର କିଛି ଶିକ୍ଷlକର୍ମଚାରୀ ଏଥିରେ ସହଯୋଗ କରିଥିଲେ l ଶେଷରେ ସ୍କାଉଟ ମାଷ୍ଟର ଶରତ ଚନ୍ଦ୍ର ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ

Leave A Reply