Odisha news

ବ୍ଳକ ସ୍ତରୀୟ କ୍ରୀଡ ପ୍ରତିଯୋଗୀତା ଉଦ୍‌ଯାପିତ

0

ଭଞ୍ଜନଗର  : ଭଞ୍ଜନଗର ବ୍ଳକ ପକ୍ଷରୁ ବ୍ଳକ ସ୍ତରୀୟ କ୍ରୀଡ ପ୍ରତିଯୋଗୀତାର ଉଦ୍‌ଯାପନୀ କାର୍ଯ୍ୟକ୍ରମ ଜିଲୁଣ୍ଡି ସଞ୍ଜୟ ସ୍ମାରକୀ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଛି। ଏହି ଅବସରରେ ସ୍ଥାନୀୟ ବିଧାୟକ ତଥା ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗ ଦେଇ ପ୍ରଥମେ ଠାରେ ସହୀଦ ସଞ୍ଜୟ ପ୍ରଧାନଙ୍କ ନାମରେ ହୋଇଥିବା ସଞ୍ଜୟ ସ୍ମାରକୀ ମିନି ଷ୍ଟାଡିୟମ ଉଦଘାଟନ କରିଥିଲେ। ଏହାସହ ଏକ କମ୍ୟୁନିଟି ସେଷ୍ଟର ଓ ମିଶନ ଶକ୍ତି ଭବନଙ୍କୁ ଉଦ୍‌ଘାଟନ କରିଥିଲେ। ଏହାସହ ଉକ୍ତ ଅଞ୍ଚଳ ଜଳକଷ୍ଟ ଦୂର କରିବା ନିମନ୍ତେ ଏକ ମେଗା ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିବା ସେ ସୂଚନା ଦେଇଥିଲେ। ଏଥିସହ ବ୍ଳକ ପକ୍ଷରୁ ରାଜ୍ୟ ସରକାର ବିଭିନ୍ନ ଜନକଲ୍ୟାଣକାରୀ ଯୋଜାନର ପ୍ରଚାର ପ୍ରସାର ପାଇଁ ହୋଇଥିବା ସୂଚନା,ଶିକ୍ଷା ଓ ସଞ୍ଚାର କାର୍ଯ୍ୟକ୍ରମ ଅର୍ନ୍ତଗତ ବିଭିନ୍ନ ଷ୍ଟଲ୍‌ ବୁଲି ଦେଖି‌ଥିଲେ। ଏହାପରେ କ୍ରୀଡା ଉତ୍ସବ ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଫୁଟବଲ,କ୍ରିକେଟ୍‌,କବାଡି,ଭଲିବଲ,ଖୋଖୋ ଭଳି ବିଭିନ୍ନ କ୍ରୀଡାରେ କୃତିତ୍ବ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥି ଭାବେ ଶ୍ରୀ ଆରୁଖ କୃତି ପ୍ରତିଯୋଗୀ ମାନଙ୍କୁ ମାନପତ୍ର,ଟ୍ରଫି ସହ ଅର୍ଥରାଶି ପୁରସ୍କାର ପ୍ରଦାନ କରିଥିଲେ। ଏଥିରେ ବରିଷ୍ଠ ଆଇନଜୀବୀ ରାଜେନ୍ଦ୍ର ପ୍ରସାଦ ପ୍ରଧାନ,ସାଂସଦ ପ୍ରତିନିଧି ଦିବାକର ନାୟକ,ବରିଷ୍ଠ ସଙ୍ଗଠକ ରାଜ କୁମାର ସାହୁ,ଜିଲ୍ଲାପରିଷଦ ସଦସ୍ୟ ଜିତେନ୍ଦ୍ର କେଶରୀ ଆରୁଖ,ବିଡ଼ିଓ ଶଶୀ ଭୂଷଣ ମହାପାତ୍ର,ଏନ୍‌ଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର,ବ୍ଳକ ଅଧ୍ୟକ୍ଷ ନରୀସଭା ନାୟକ,ଉପାଧ୍ୟକ୍ଷା ରାଜଲକ୍ଷ୍ମୀ ପ୍ରଧାନ,ଏନ୍ଏସି ସାଂସଦ ପ୍ରତିନିଧି ପଞ୍ଚାନନ ପାଳ,ଜିଲୁଣ୍ଡି ସରପଞ୍ଚ ରଞ୍ଜିତ କୁମାର ଆରୁଖ,ସମିତିସଭ୍ୟ ରଣବିଜୟ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହାକୁ ଶୂଳପାଣି ଶତପଥୀ ଏବଂ ଲୋକନାଥ କର ସଂଯୋଜନା କରିଥିଲେ।
ଭଞ୍ଜନଗର ରୁ ଅମରେନ୍ଦ୍ର କୁମାର ପଟ୍ଟନାୟକ ସକାଳ ଖବର

Nalco
Leave A Reply