ବାରିପଦା : ମୟୂରଭଞ୍ଜର ପ୍ରଜାବସôଳ ମହାରାଜା ତଥା ଆଧୁନିକ ଓଡିଶା ନିର୍ମାତା ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ତିରୋଧାନ ଦିବସ ଅବସରରେ ଭଞ୍ଜସେନା ପକ୍ଷରୁ ମହାରାଜାଙ୍କ ସମାଧି ପୀଠରେ ମାଲ୍ୟାର୍ପଣ କରି ସୁଶାସନ ସ୍ମୃତିଚାରଣ କରାଯାଇଥିଲା । ଏଥିସହ ଆଗାମୀ ଦିନରେ ଅଖଣ୍ଡ ମୟୂରଭଞ୍ଜର ମାନ୍ୟତା ବଜାଇ ରଖିବା ସହିତ ରାଜାରାଜୁଡା ସମୟରେ ଥିବା ପୂର୍ବ ସମୃଦ୍ଧଶାଳୀ ମୟୂରଭଞ୍ଜକୁ ଫେରାଇ ଆଣିବା ପାଇଁ ସଂଗଠନ ପକ୍ଷରୁ ଶପଥ ପାଠ କରାଯାଇଥିଲା । ଭଞ୍ଜସେନା ସଭାପତି ପିଣ୍ଟୁ ମାଇତିଙ୍କ ନେତୃତ୍ୱରେ ସଞ୍ଜୟ ମାହାନା, ସଞ୍ଜୟ ମହାନ୍ତ, ମନୋରଞ୍ଜନ ସାହୁ, ପ୍ରିୟାଂଶୁ ଖଟୁଆ, ରୁଦ୍ର ପଟ୍ଟନାୟକ ଓ ମୁଖପାତ୍ର ମାନସ ବେହେରା ପ୍ରମୁଖଙ୍କ ସହ ବହୁ କର୍ମୀ ଉପସ୍ଥିତ ଥିଲେ ।
