ବାରିପଦା : ଓଡିଶା ସହିତ ମିଶ୍ରଣ ଦିନ ଠାରୁ ମୟୂରଭଞ୍ଜକୁ ରେଳ କ୍ଷେତ୍ରରେ, ଶିକ୍ଷା କ୍ଷେତ୍ରରେ, ନିଯୁକ୍ତି କ୍ଷେତ୍ରରେ, ରୋଜଗାର କ୍ଷେତ୍ରରେ, ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ, ପାନୀୟ ଜଳ ସେବା କ୍ଷେତ୍ରରେ, ବିଜୁଳି ସେବା କ୍ଷେତ୍ରରେ, ପର୍ଯ୍ୟଟନ ସ୍ଥଳୀର ବିକାଶ କ୍ଷେତ୍ରରେ, ଆଦିବାସୀ ଭାଷା ସଂସ୍କୃତିର ବିକାଶ କ୍ଷେତ୍ରରେ ବାରମ୍ବାର ଅବହେଳା କରାଯାଉଥିବାରୁ ଏହାକୁ ପ୍ରତିବାଦ କରି ତଥା ମୟୂରଭଞ୍ଜର ସାମୂହିକ ବିକାଶ ପାଇଁ ମୟୂରଭଞ୍ଜ ଆଦିବାସୀ ଛାତ୍ର ସଂଗଠନ ମାସାଆର୍ମୀର ରାଜ୍ୟସଭାପତି ସୁକୁଲାଲ ମାରାଣ୍ଡିଙ୍କ ନେତୃତ୍ୱରେ ମୟୂରଭଞ୍ଜକୁ ପୁଣିଥରେ ସ୍ୱତନ୍ତ୍ର ରାଜ୍ୟ କରିବା ଦାବିରେ ଜାନୁଆରି ୧ତାରିଖ ଠାରୁ ଆରମ୍ଭ କରାଯାଇଥିବା ବାରିପଦାରୁ ରାଷ୍ଟ୍ରପତି ଭବନ ଦିଲ୍ଲୀ ପଦଯାତ୍ରାକୁ ପହଞ୍ଚିବା ପାଇଁ ଦୀର୍ଘ ୪୭ଦିନର ସଂଗ୍ରାମ ପରେ ଦିଲ୍ଲୀ ପହଞ୍ଚି ଥିଲେ । ୫୩ ଦିନରେ ତଥା ଆଜି ବୁଧବାର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରି ମୟୂରଭଞ୍ଜକୁ ପୁଣିଥରେ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦିଆଯିବା ନିମନ୍ତେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ମୟୂରଭଞ୍ଜ ବାସୀ ଯଦି ଜାତି, ଧର୍ମ, ବର୍ଣ୍ଣ, ଦଳମତ ନିର୍ବିଶେଷରେ ସମସ୍ତେ ଏକାଠି ହେବେ ତେବେ ମୟୂରଭଞ୍ଜକୁ ରାଜ୍ୟ ମାନ୍ୟତା ମିଳିପାରିବ ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ପ୍ରତିଶୃତି ଦେଇଛନ୍ତି । ପଦଯାତ୍ରାରେ ମାସାଆର୍ମୀ ରାଜ୍ୟ ସଭାପତି ଶ୍ରୀ ମାରାଣ୍ଡିଙ୍କ ସହିତ ଲକ୍ଷ୍ମୀକାନ୍ତ ବାସ୍କେ, ଟିକା ବାଦଲ ମାରାଣ୍ଡି, କରୁଣାକର ସୋରେନ ଓ ସାଉନା ମୁର୍ମୁ ପ୍ରମୁଖ ସାମିଲ ଥିଲେ ।
