Odisha news

ଜଙ୍ଗଲରୁ ଯୁବକର ଝୁଲନ୍ତା ମୃତ ଦେହ ଉଧାର

0

ଭଞ୍ଜନଗର–  ଗାଙ୍ଗପୁର ଥାନା ଅନ୍ତର୍ଗତ ସୋମନାଥପଲ୍ଲୀ ନିକଟ କଣ୍ଟେଇପଲ୍ଲୀ ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଧାର । ମୃତ ଯୁବକ ଦେବରାଜ ଘଡେ଼ଇ । ଘର ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ , କୁମଣ୍ଡଳ ନିକଟ ସାମନ୍ତରାପୁର ବୋଲି ଜଣାପଡିଛି । ଖବର ଅନୁସାରେ ,  ନିକଟସ୍ଥ ଗାଁ ର କିଛି ଲୋକ ଜଙ୍ଗଲ ନିକଟ ପୋଖରୀ କୁ ଗାଧୋଇବାକୁ ଯାଇଥିବା ବେଳେ , ଏକ ଗଛରେ ଯୁବକଙ୍କ ମୃତଦେହ ଝୁଲି ରହିଥିବା ଦେଖି ପୋଲିସ କୁ ଖବର ଦେଇଥିଲେ । ଘଟଣା ସ୍ଥଳରେ , ମୃତକଙ୍କ ମୋଟରସାଇକେଲ , ହେଲମେଟ , ମନିପର୍ସ ଓ ମୋବାଇଲ ପଡ଼ିଥିବା ଦେଖିବାକୁ ମିଳିଥିଲା । ସଂପୃକ୍ତ ସ୍ଥାନରେ ଗାଙ୍ଗପୁର ଥାନା ପୋଲିସ ପହଞ୍ଚି ତଦନ୍ତ କରିଛି ।  ମୃତ ଯୁବକ ଜଣକ ଆସିକା ରେ ରହି , ଏକ ଔଷଧ କମ୍ପାନୀ ରେ କାମ କରୁଥିଲେ । ତେବେ ମୃତ୍ୟୁ ର କାରଣ ଜଣାପଡିନଥିବା ବେଳେ ଏହା ଆତ୍ମହତ୍ୟା ବୋଲି , ପ୍ରାଥମିକ ଅନୁସନ୍ଧାନରୁ ପୋଲିସ ସନ୍ଦେହ କରୁଛି । ପୋଲିସ ପକ୍ଷରୁ ମିଳିଥିବା ସୂଚନା ପ୍ରକାରେ ,  ମୃତକ ଜଣକ ବିବାହିତ ଥିବା ବେଳେ , କୈାଣସି କାରଣକୁ କେନ୍ଦ୍ରକରି ଆତ୍ମହତ୍ୟା କରିଥାଇପାରନ୍ତି ବୋଲି କୁହାଯାଉଛି ।

Ad2
Leave A Reply