Odisha news

ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଅବକାରୀ ଅଧୀକ୍ଷକ ରାଜେନ୍ଦ୍ର ଭତ୍ରାଙ୍କ ନିର୍ଦେଶ କ୍ରମେ ଅବକାରୀ ଚଢାଉ : ୪୩୦ ଲିଟର ଦେଶୀ ରନ୍ଧାମଦ ଜବତ , ୨ ଗିରଫ

0

ଭଞ୍ଜନଗର : ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଅବକାରୀ ଅଧୀକ୍ଷକ ରାଜେନ୍ଦ୍ର ଭତ୍ରାଙ୍କ ନିଦେ୍ର୍ଦଶକ୍ରମେ ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ, ତୁରୁମୁ, ଗୁଡୁପଲ୍ଲୀ, ଗୁଜୁରାଳି ଅଂଚଳରେ ଭଞ୍ଜନଗର ଓ ବୁଗୁଡା ଅବକାରୀ ବିଭାଗ କର୍ମଚାରୀମାନେ ମିଳିତ ଚଢଉ କରି ୪୩୦ ଲିଟର ହାତ ତିଆରି ଦେଶୀ ରନ୍ଧା ମଦ ଜବତ କରିଥିଲେ । ଏଥିସହ ୨୩୮୬ଲିଟର ଗୁଡ ମିଶ୍ରିତ ପୋଚକୁ ଜବତ କରାଯାଇ ନଷ୍ଟ କରାଯାଇଥିବା ସୁଚନା ମିଳିଛି । ଏସଂପର୍କରେ ୩ଟି ମାମଲା ରୁଜୁ କରାଯାଇ ୨ଜଣଙ୍କୁ ଗିରଫ କରାଯାଇଛି ।

ଗିରଫ ଅଭିଯୁକ୍ତମାନେ ହେଲେ ଗୁରୁମୂର୍ତ୍ତି ଡାକୁଆ ଓ ଗୋବିନ୍ଦ ସାହୁ । ଉକ୍ତ ଚଢାଉରେ ଅବକାରୀ ବିଭାଗ ପକ୍ଷରୁ ଭଞ୍ଜନଗର ଅବକାରୀ ବିଭାଗ ଭାରପ୍ରାପ୍ତ ଅଧିକାରୀ ପାର୍ଥସାରଥୀ ରାଉତ, ଏଏସଆଇ ମମତା କୁମାରୀ ଦାଶ, ବିଶ୍ୱନାଥ ବେହେରାଙ୍କ ସମେତ ଅବକାରୀ କର୍ମଚାରୀ ସନାତନ ନାହକ, ଏନ୍.ତି୍ରପତି ରାଓ, ଜଗନ୍ନାଥ ମହାପାତ୍ର, ସୁବଳ ପ୍ରଧାନ, କୃଷ୍ଣଚନ୍ଦ୍ର ସେଠୀ, ଟୁଟୁ ସାମଲ ଓ ବିରେନ୍ଦ୍ର ଶବର ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Nalco
Leave A Reply