ଆଗରପଡ଼ା : ଆଗରପଡ଼ା ନିକଟସ୍ଥ ସାଳନ୍ଦୀ ନଦୀର କାଣ୍ଡବା ପୋଲ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସ୍କୁଟି ·ଳକ ଅଳ୍ପକେ ବଞ୍ଚିଯାଇଥିବାର ଜଣା ପଡ଼ିଛି କିନ୍ତୁ ସ୍କୁଟିଟି ସଂମ୍ପୂର୍ଣ୍ଣ ଚୂରମାର ହୋଇ ଯାଇଛି । ସୂଚନା ମୂଳେ ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଖଡ଼ିଖାଣିଆ ଗ୍ରାମର ଶିକ୍ଷକ ଗାଲୁ ସିଂ ନିଜର ସ୍କୁଟି ନଂ ଓଡ଼ି-୧୧ୟୁ-୭୮୫୫ ଯୋଗେ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ନିଜର କର୍ମସ୍ଥ୍ଳକୁ ଯାଉଥିଲେ ।
ସକାଳ ୭ ଘଟିକା ସମୟରେ ସେ ନିଜର ବାମପଟରେ କାଣ୍ଡବା ପୋଲ ଉପରକୁ ଚଢୁଥିବା ଅବସ୍ଥାରେ ଆଗରପଡ଼ା ପଟୁ ଦ୍ରୁତଗତିରେ ଯାଉଥିବା ଏକ ବାଲିବୋଝେଇ ଡ଼ମ୍ଫର ନଂ ଓଡ଼ି-୨୨କୁ୍ୟ-୦୦୯୩ ଟି ସାମନାରୁ ସ୍କୁଟିକୁ ଧକ୍କା ଦେଇଥିଲା । ସ୍କୁଟି ·ଳକ ରାସ୍ତାକୁ ଛିଟିକି ପଡ଼ିବା ସହିତ ତାଙ୍କର ହାତ, ଗୋଡ଼ ଓ ଛାତି ଜଖମ ହୋଇଥିବା ଅଭିଯୋଗରୁ ଜଣାଯାଇଛି ।
ଖବର ପାଇ ଆଗରପଡ଼ାକୁ ପରିଦର୍ଶନରେ ଆସିଥିବା ତହିସିଲଦାର ଇନ୍ଦିରା ସାହୁ ଏବଂ ସ୍ଥାନୀୟ ପୁଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ଡ଼ମ୍ଫରକୁ ଜବତ କରିବା ସହିତ ଭଙ୍ଗାସ୍କୁଟିକୁ ଥାନାକୁ ଆଣିଛି । ଡ଼ମ୍ଫର ·ଳକକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ।
