ଭଞ୍ଜନଗର- ବିଜୁ ଜନତା ଦଳର ସଭାପତି ତଥା ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଠାରୁ ନଭେମ୍ବର ୨ତାରିଖ ପର୍ଯ୍ୟନ୍ତ ‘ଜନ ସମ୍ପର୍କ ପଦଯାତ୍ରା’ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀ ରେ ତୃତୀୟ ପର୍ଯ୍ୟାୟ ରେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜଗନ୍ନାଥପ୍ରସାଦ ବ୍ଲକ ର ଗାଣ୍ଡାଧାର ଗ୍ରାମପଂଚାୟତ ର ଗଣ୍ଡାଧାର ଠାରୁ ଆରମ୍ଭ କରି ଜଗନ୍ନାଥ ପ୍ରସାଦ ଗ୍ରାମପଂଚାୟତ ର ଚିକିଲି,ଛାମୁଣ୍ଡା ଗ୍ରାମପଂଚାୟତ ର ଚୋପାର ଦେଇ ଜଗନ୍ନାଥ ପ୍ରସାଦ ରେ ଶେଷେ ହୋଇଥିଲା । ଏହି ପଦଯାତ୍ରା ରେ ଜଗନ୍ନାଥ ପ୍ରସାଦ ବ୍ଲକ ବିଜୁ ଜନତା ଦଳର ଭାରପ୍ରାପ୍ତ ସଭାପତି ଶ୍ରୀ ପ୍ରଭାତ ଚନ୍ଦ୍ର ଦଳବେହେରା ଙ୍କ ସଭାପତିତ୍ୱ ରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ଏଥିରେ ଯୁବ ଆଇନଜିବି ରଙ୍କନିଧି ପାତ୍ର ସଂଯୋଜନା କରିଥିବା ବେଳ ଜଗନ୍ନାଥ ପ୍ରସାଦ ସାଂସଦ ଙ୍କ ପ୍ରତିନିଧି ଶ୍ରୀ ବିପ୍ର ଚାରଣ ବାରିକ,ସମାଜସେବୀ ଶ୍ରୀ ସୁଳାପାଣି ଶତପଥୀ, ଭଞ୍ଜନଗର ସାଂସଦ ଙ୍କ ପ୍ରତିନିଧି ଶ୍ରୀ ପଞ୍ଚାନନ ପାଲ,ବ୍ଲକ ଅଧ୍ୟକ୍ଷଙ୍କ ପ୍ରତିନିଧି ଶ୍ରୀ ଶୁଭ୍ରାଂଶୁ ଶେଖର ବାରିକ ବ୍ଲକ ଉପାଧ୍ୟକ୍ଷ ରଞ୍ଜିତ କୁମାର ପାତ୍ର, ଜିଲ୍ଲାପରିଷଦ ସଭ୍ୟ ଶ୍ରୀ ଶିବ ସେଠୀ, ଜିଲ୍ଲାପରିଷଦ ସଭ୍ୟା ଶ୍ରୀମତୀ ମାନସୀ ସେଠି ଜିଲ୍ଲା ପରିଷଦ ପ୍ରତିନିଧି ଶ୍ରୀ ବସନ୍ତ କୁମାର ପ୍ରଧାନ ,ଯୁବ ବିଜେଡି ସଭାପତି ଶ୍ରୀକାନ୍ତ ଦଳବେହେରା,ମହିଳା ବିଜେଡ଼ି ସଭାନେତ୍ରୀ ଲିପିକା ସ୍ୱାଇଁ, ଛାତ୍ର ବିଜେଡ଼ି ସଭାପତି ବିଭୂତି ଭୂଷଣ ନାୟକ,ଯୁଗଳ ବେହେରା,ବରଗାଁ ସରପଞ୍ଚ ଙ୍କ ପ୍ରତିନିଧି ଉମା ଶଙ୍କର ବାରିକ, ଅବସର ପ୍ରାକ୍ତ ଶିକ୍ଷକ ସୂର୍ଯ୍ୟ ନାରାୟଣ ପ୍ରଧାନ, କବିସୂର୍ଯ୍ୟ ବେହେରା, ବରିଷ୍ଠ ନେତା ବିରୁପାକ୍ଷ ନାୟକ, ଶରିତ ପ୍ରଧାନ,ପୂର୍ବତନ ଜିଲ୍ଲାପାରିଷଦ ସଭ୍ୟ ବରୁଣ ବେହେରା,ରାଜେନ୍ଦ୍ର ପ୍ରସାଦ ସ୍ୱାଇଁ ଓ ଗାଣ୍ଡାଧାର ସମିତି ସଭ୍ୟ ପିଣ୍ଟୁ ପ୍ରଧାନ, ବି.ଡିପୁର ସରପଞ୍ଚ ଙ୍କ ପ୍ରତିନିଧି ଶ୍ରୀ ଶିଶିର କାନ୍ତ ସାହୁ,ଝାଡ଼ାଭୂମି ସମିତି ସଭ୍ୟ ଶ୍ରୀ ଅନୁପ କୁମାର ଭୂୟାଁ, ବିପ୍ର ସ୍ୱାଇଁ, ବିକ୍ରମ ଅଲଟିଆ,ଯଶବନ୍ତ ସାହାଣୀ, ଭାଗିରଥି ମାଝୀ,ବିଜୁ ଜନତା ଦଳର ବହୁ ମାନ୍ୟଗନ୍ୟ ନେତ୍ରୁ ବୃନ୍ଦ ଯୋଗ ଦେଇଥିଲେ।ଓଡ଼ିଶାବାସୀଙ୍କ ସେବାରେ ଦୀର୍ଘ ୨୫ବର୍ଷ ଧରି ନିଜ ଜୀବନକୁ ଉତ୍ସର୍ଗ କରିଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କୁ କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟ ତରଫରୁ ‘ଜୀବନବ୍ୟାପୀ ସାଧନା ସମ୍ମାନ’ ରେ ସମ୍ମାନିତ ହୋଇଛନ୍ତି ।ଏହି ପଦଯାତ୍ରା ରେ ଓଡିଶା ସରକାରଙ୍କ ଜନକଲ୍ୟାଣ ବାର୍ତ୍ତା ତଥା ବିଭିନ୍ନ ଜନହିତକାରୀ ଯୋଜନା ଏବଂ ଭଞ୍ଜନଗର ର ମାନ୍ୟବର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବର୍ତ୍ତମାନ ର ବାଚସ୍ପତି ବିକ୍ରମ କେଶରୀ ଆରୁଖ ଙ୍କ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ସାଧାରଣ ଜନତାଙ୍କ ନିକଟରେ ପହଞ୍ଚାଇବା ଓ ଜନତାଙ୍କ ସହ ଯୋଡି ହୋଇ ରହବା ସହ ଜନତାଙ୍କ ଅଭାବ ଅସୁବିଧା ପୂରଣ କରିବା ଏହି ପଦଯାତ୍ରାର ପ୍ରମୁଖ ଉଦେଶ୍ୟ ଥିଲା।
