ଗଳା ରେ ଯନ୍ତ୍ରଣା ହେଉ କି ଯେ କୌଣସି ଶରୀର ର ସମସ୍ୟା ହେଉ ଆଗକାଳ ରେ ଆମ ଗୁରୁଜନ ମାନେ ଆମକୁ ହଳଦୀ ମିଶ୍ରିତ ଦୁଗ୍ଧ ସେବନ କରିବା ପାଇଁ ଦେଉଥିଲେ । ହଳଦୀ ଗୁଣ୍ଡ ଦୁଗ୍ଧ ରେ ମିଶିଗଲା ପରେ ତାହାକୁ ଗୋଲ୍ଡେନ୍ ମିଲକ୍ କୁହାଯାଇ ଥାଏ । ଅଧିକ ସ୍ଵାସ୍ଥ୍ୟଗତ ଲାଭ ପାଇଁ ଏଥିରେ ଲବଙ୍ଗ , ଡାଲିଚିନୀ , ଗୋଲ ମରିଚ, ଅଦା ଓ ମହୁ ମିଶାଇ ସେବନ କରିବା ଉଚିତ୍ ।
ମହିଳା ମାନଙ୍କ ପାଇଁ ହଳଦୀ ଯୁକ୍ତ ଦୁଗ୍ଧ -:
୧- ହଳଦୀ ଶକ୍ତିଶାଳୀ ଆଣ୍ଟି ଅକ୍ସିଡାଣ୍ଟ ରେ ଭରପୁର ହୋଇଥାଏ । ଏହି ତତ୍ତ୍ଵ ମହିଳା ମାନଙ୍କ ଶରୀରକୁ ଫ୍ରି ରେଡିକୁଲସ ରୁ ରକ୍ଷା କରିଥାଏ ।
୨- ବର୍ଦ୍ଧିତ ବୟସରେ ମହିଳା ମାନଙ୍କ ନିକଟରେ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ଗଣ୍ଠି ଫୁଲା ସମସ୍ୟା ଦେଖା ଦେଇଥାଏ। ହଳଦୀ ଯୁକ୍ତ ଦୁଗ୍ଧ ଏହି ସମସ୍ୟାକୁ ଦୂର କରିଥାଏ ।
୩- ପ୍ରତିଦିନ ହଳଦୀ ଯୁକ୍ତ ଦୁଗ୍ଧ ସେବନ କରିବା ଦ୍ୱାରା ମେମୋରି ଓ ବ୍ରେନ୍ ଫଙ୍କସନ୍ ରେ ସୁଧାର ଆସିଥାଏ ।
୪- ହଳଦୀ ରେ ଥିବା କର କ୍ୟୁମିନ୍ ମୁଡ୍ ରେ ସୁଧାର ଆଣିଥାଏ ଓ ଡିପ୍ରେଶନ ଲକ୍ଷଣ କୁ ଦୁର କରିଥାଏ । ଚିନ୍ତା କମାଇବା ସହିତ ନିଦ ଠିକ୍ ରେ କରାଇ ଥାଏ ।
୫ – ଯଦି ବଦଳୁ ଥିବା ଋତୁରେ ବିଭିନ୍ନ ସଂକ୍ରମଣ ଦ୍ଵାରା ଶରୀର ସଂକ୍ରମିତ ହୋଇଥାଏ ତେବେ ହଳଦୀ ଯୁକ୍ତ ଦୁଗ୍ଧ ସେବନ କରିବା ଦ୍ୱାରା ଇମ୍ୟୁନ୍ ସିଷ୍ଟମ ମଜବୁତ୍ ହୋଇଥାଏ ।
୬- ହଳଦୀ ଯୁକ୍ତ ଦୁଗ୍ଧ ରକ୍ତରେ ହେମୋଗ୍ଲୋବିନ୍ ସ୍ତରକୁ ଠିକ୍ କରିଥାଏ । ଏହାଛଡା ରକ୍ତରେ ଶର୍କରା ସ୍ତର କୁ ମଧ୍ୟ ବୃଦ୍ଧି ହେବାକୁ ଦେଇ ନଥାଏ ।
୭- ହଳଦୀ ହୃଦଘାତ ସମସ୍ୟା କୁ ଠିକ୍ କରିଥାଏ । ହାର୍ଟ ରେ ବ୍ଲକେଜ୍ ଆସିବାକୁ ଦେଇ ନଥାଏ ।
୮- ଦୁଗ୍ଧ ଓ ହଳଦୀ କ୍ୟାନ୍ସର ପ୍ରୋଟେକ୍ଟ୍ଟିଭ ବୋଲି ଗବେଷକ ମାନେ ମତ ଦେଇଛନ୍ତି । ଯାହାକି ଆମ ଶରୀର କୁ କ୍ୟାନ୍ସର ଠାରୁ ଦୂରେଇ ରଖିଥାଏ ।
୯- ଆଣ୍ଟି ବ୍ୟାକ୍ଟେରିଆ, ଆଣ୍ଟି ଫଂଗଲ, ଆଣ୍ଟି ଭାଇରାଲ୍ ଗୁଣରେ ଭରପୁର ଅଟେ ହଳଦୀ ।ତେଣୁ ଶରୀରରେ କୌଣସି କ୍ଷତ ହେବା ଦ୍ବାରା ହଳଦୀ ଯୁକ୍ତ ଦୁଗ୍ଧ ସେବନ କରିବା ଉଚିତ୍ ।
୧୦ – ଆଣ୍ଟି ଏଜିଂ ସମସ୍ୟା କୁ ଦୂର କରିଥାଏ ହଳଦୀ ଯୁକ୍ତ ଦୁଗ୍ଧ । ତେଣୁ ବର୍ଦ୍ଧିତ ବୟସ ରେ ହଳଦୀ ଯୁକ୍ତ ଦୁଗ୍ଧ ସେବନ କରିବା ଦ୍ୱାରା ମୁଖ ମଣ୍ଡଳ ରେ କୁଞ୍ଚନ ଆସି ନଥାଏ ।
୧୧ – ହଳଦୀ ଯୁକ୍ତ ଦୁଗ୍ଧ ପେଟ ପାଇଁ ରମବାଣ ଅଟେ । ଡାଇଯେସନ୍ ସମସ୍ୟା ରୁ ନେଇ ପେଟ ର ସମସ୍ତ ସମସ୍ୟା କୁ ଦୂର କରିଥାଏ ହଳଦୀ ଯୁକ୍ତ ଦୁଗ୍ଧ ।
୧୨ – ଚକ୍ଷୁ ସମସ୍ୟା କୁ ଠିକ୍ କରିଥାଏ ଦୁଗ୍ଧ ହଳଦୀ ।
୧୩ – ମହିଳା ମାନଙ୍କ ହର୍ମୋନ ଈମବାଲ୍ନସ୍ ସମସ୍ୟା ଠିକ୍ କରିଥାଏ ହଳଦୀ ଯୁକ୍ତ ଦୁଗ୍ଧ । ନିୟମିତ ସେବନ ଦ୍ଵାରା ଶରୀର ଫୁର୍ତୀ ଲାଗିଥାଏ ।
୧୪ – ତ୍ବଚା ରେ ଚମକ୍ ଆଣିବା ସହିତ ତ୍ୱଚ଼ା ସମ୍ବନ୍ଧୀୟ ସମସ୍ୟା ଦୂର କରିଥାଏ । ଏହାଛଡା ହଳଦୀ ଯୁକ୍ତ ଦୁଗ୍ଧ ସେବନ କରିବା ଦ୍ୱାରା ଚର୍ମ ରୋଗ ରୁ ଆରାମ ମିଳିଥାଏ ।
୧୫ – ପ୍ରତିଦିନ ହଳଦୀ ଯୁକ୍ତ ଦୁଗ୍ଧ ସେବନ କରିବା ଦ୍ୱାରା ହାଡ ଶକ୍ତ ହୋଇଥାଏ ଓ ଅର୍ଥରାଇଟିସ ସମସ୍ୟା ଦୂର ହୋଇଥାଏ ।
