ଭଣ୍ଡାରିପୋଖରୀ,୩ା୬ : ଭଣ୍ଡାରିପୋଖରୀ ତହସିଲ ପକ୍ଷରୁ ‘ଜୱାଦ’ ବାତ୍ୟା କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ରାଶି ପ୍ରଦାନ ଦାବିରେ ଶୁକ୍ରବାର ତହସିଲ ସମ୍ମୁଖରେ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ତହସିଲ ଘେରାଉ କରାଯାଇଥିଲଶ । ରାଜ୍ୟରେ ଅମଲାତାନ୍ତ୍ରୀକ ସ୍ୱେଚ୍ଛାଚାରିତା ପାଇଁ ଚାଷୀମାନେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । କେନାଲରେ ପାଣି ଆସୁନାହିଁ । ଚାଷ ପାଇଁ ବିହନ ମିଳୁନାହିଁ । ଏହାର ପ୍ରତିବାଦରେ ନିବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଶୁକ୍ରବାର ତହସିଲ ଘେରାଉ କରାଯାଇଥିଲା । ସଙ୍ଗଠନର ବ୍ଲକ ସଂଯୋଜକ ବିବେକାନନ୍ଦ ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଘେରାଉ କାର୍ଯ୍ୟକ୍ରମରେ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ କୃଷକମାନଙ୍କୁ ହଇରାଣୀ ହରକତ ନକରିବାକୁ ପ୍ରଶାସନକୁ ଚେତାବନୀ ଦେଇଥିଲେ । ଏଥିର ବ୍ଲକ ସହ ସଂଯୋଜକ ଉମାକାନ୍ତ ଭାରତୀ, ରବିନ୍ଦ୍ର ପଣ୍ଡା, ସନ୍ତୋଷ ଭାରତୀ, ଗୌରହରୀ ନାୟକ, ଦେବେନ୍ଦ୍ର ବାରିକ, ବିଷ୍ଣୁମୋହନ ପଣ୍ଡା, ଉମେଶ ପାତ୍ର, ନିରାକାର ରାଉତ, ଦାଶରଥି ପାତ୍ର, ଜାହିର ଖାନ, ସାବିର ଖାନ ପ୍ରମୁଖ ଘେରାଉରେ ଅଂଶଗ୍ରହଣ କରିଥିଲେ । ତହସିଲଦାର ସରୋଜକାନ୍ତ ନାୟକ ତୁରନ୍ତ ଜୱାଦ କ୍ଷତିପୂରଣ ଅର୍ଥ ଚାଷୀଙ୍କ ଜମାଖାତାକୁ ପଠାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଘେରାଉ ପ୍ରତ୍ୟାହୃତ ହୋଇଥିଲା । ଫଟୋ-ନବନିର୍ମାଣ କୃଷକ ।