Odisha news

ଡ୍ୟୁଟି କରୁଥିବାବେଳେ ପୁଲିସ ଅଫିସରଙ୍କ ଉପରେ ମାଡି ଗଲା ଗାଡି

0

ଭଦ୍ରକ, ତା୩ା୬: ଡ୍ୟୁଟି କରୁଥିବା ସମୟରେ ଗାଡି ମାଡିଯାଇ ଏନ୍ଏଚ ଡୀୟୁଟିରେ ଥିବା ସ୍ୱତନ୍ତ୍ର ପୋଲିସ ଅଫିସରଙ୍କ ମୃତ୍ୟୁ । ମୃତକ ହେଉଛନ୍ତି ସୁଜିତ ପାଣ୍ଡବ । ଭଦ୍ରକ ନଳାଙ୍ଗ ନିକଟରେ ଘଟିଛି ଅଘଟଣ । ଗତକାଲି ବିଳମ୍ବିତ ରାତିରେ ପେଟ୍ରୋଲିଂ କରୁଥିବା ସମୟରେ ସେଠାରେ ଗାଡି ଯାମ ହୋଇ ଯାଇଥିଲା । ତେଣୁ ସେ ଓ ତାଙ୍କ ସହଯୋଗୀମାନେ ଗାଡି ଗୁଡିକୁ କ୍ଲିଅର କରୁଥିଲେ । ଏହି ସମୟରେ ଏକ ହାଇୱା ଏପି୨୧ଟିଟି୮୩୧୭ ହଠାତ ତାଙ୍କ ଉପରକୁ ମାଡି ଯାଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ କଟକ ଡାକ୍ତରଖାନା ନିଆଯାଉଥିବା ବାଟରେ ତାଙ୍କ ଅବସ୍ଥା ଅଧିକ ଶୋଚନୀୟ ହେବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଆଜି ତାଙ୍କ ମର ଶରୀର ବେବଛେଦ ପରେ ତାଙ୍କ ଚରମ୍ପା ସ୍ଥିତ ପରିବାରକୁ ହସ୍ତାନ୍ତର କରାଯାଇଛି ।

Ad2
Leave A Reply