ଭଦ୍ରକ : ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ଓ ଏସ୍ପିଙ୍କ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି । ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି ଏହି ଶିବିରରେ ଯୋଗ ଦେଇ ସମୁଦାୟ ୯୭ଟି ଅଭିଯୋଗର ଶୁଣାଣି କରିଥିଲେ । ଉପଜିଲ୍ଲାପାଳ ମନୋଜ ପାତ୍ର, ଅତିରିକ୍ତ ପ୍ରକଳ୍ପ ନିଦେ୍ର୍ଦଶକ କୁଶଳ ଚନ୍ଦ୍ର ନାଏକ, ଅତିରିକ୍ତ ଏସ୍ପି ବିଜୟ ରଞ୍ଜନ କେରକେଟା, ଜିଲ୍ଲା ମୁଖ୍ୟ ଚିକିସôାଧିକାରୀ ସନ୍ତୋଷ କୁମାର ପାତ୍ର ଏହି ଶିବିରରେ ଯୋଗ ଦେଇଥିଲେ । ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ କାର୍ତ୍ତିକ ମଣ୍ଡଳ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସମୁଦାୟ ଅଭିଯୋଗ ମଧ୍ୟରେ ୮୬ଟି ବ୍ୟକ୍ତିଗତ ସମସ୍ୟା ଭିତ୍ତିକ ଥିବା ବେଳେ ୧୦ଟି ସାମୁହିକ ସମସ୍ୟା ମୂଳକ ଏବଂ ଗୋଟିଏ ରେଡ଼କ୍ରସ ସମ୍ବନ୍ଧୀୟ ଥିଲା । ଚିକିସôା ସହାୟତା ନେଇ ଜଣଙ୍କୁ ରେଡ଼କ୍ରସ୍ରୁ ୩ ହଜାର ଟଙ୍କା ଓ ଅନ୍ୟଜଣଙ୍କୁ ସିଏମ୍ଆର୍ଏଫ୍ ରୁ ୫ ହଜାର ଟଙ୍କା ପ୍ରଦାନ ପାଇଁ ମଞ୍ଜୁର କରାଯାଇଛି । ସାମାଜିକ ସୁରକ୍ଷା ଯୋଜନାରେ ୧୭ଜଣ ଦିବ୍ୟାଙ୍ଗଙ୍କୁ ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ୱାରା ବିଭିନ୍ନ ଉପକରଣ ବଣ୍ଟନ କରାଯାଇଥିଲା । ୩ଜଣଙ୍କୁ କୃତ୍ରିମ ଅବୟବ, ୩ଜଣ ମାନସିକ ଅକ୍ଷମତା ପିଲାଙ୍କୁ ଆବଶ୍ୟକୀୟ କିଟ୍, ୩ଜଣଙ୍କୁ ଶ୍ରବଣ ଯନ୍ତ୍ର, ଯୁକ୍ତ ଦୁଇ ରୁ ଉଦ୍ଧ୍ୱର୍ ଶିକ୍ଷାଗତ ଯୋଗ୍ୟତାର ୨ ଜଣ ଦୃଷ୍ଟି ବାଧିତ ପିଲାଙ୍କୁ ସ୍ମାର୍ଟ ଫୋନ୍, ୨ ଜଣଙ୍କୁ ସି.ପି. ଚେୟାର ଏବଂ ୱାକର, ୧ଜଣ ଦୃଷ୍ଟି ବାଧିତଙ୍କୁ ଉପଯୋଗୀ ଖେଳନା ଓ ୩ ଜଣଙ୍କୁ ଅଣ୍ଟାରୁ ଗୋଡ଼ ପର୍ଯ୍ୟନ୍ତ କୃତ୍ରିମ ଅବୟବ ବଣ୍ଟନ କରାଯାଇଥିଲା । ଶିକ୍ଷା, ସ୍ୱାସ୍ଥ୍ୟ, ମସô୍ୟ ଆଦି ବିଭାଗ ସମ୍ବନ୍ଧୀୟ ଆଗତ ସବୁ ଅଭିଯୋଗର ଶୁଣାଣି କରି ସମାଧାନ ପାଇଁ ଅତିରିକ୍ତ ଜିଲ୍ଲା ଶିବିରରେ ଉପସ୍ଥିତ ଜିଲ୍ଲା ସ୍ତରୀୟ ଅଧିକାରୀମାନଙ୍କୁ ନିଦେ୍ର୍ଦଶ ପ୍ରଦାନ କରିଥିଲେ । ପରବତ୍ତିୀ ଜନଶୁଣାଣୀ ଶିବିର ଆସନ୍ତା ୧୧ ତାରିଖ ସୋମବାର ଦିନ ଧାମନଗର ବ୍ଲକରେ ଅନୁଷ୍ଠିତ ହେବ ।
