Odisha news

ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀଙ୍କ ଭଦ୍ରକ ଗସ୍ତ

0

ଭଦ୍ରକ, ତା୨୮ା୦୬ : ଛତୁଆ ହେଉ କି ଅଣ୍ଡା, ମମତା ଯୋଜନା ହେଉ କି ପୋଷଣ ଯୋଜନା, ସ୍ୱୟଂ ସହାୟିକା ଗୋଷ୍ଠୀର ମା ମାନଙ୍କ କଥା ହେଉକି ଶିଶୁ ସୁରକ୍ଷା ପ୍ରତ୍ୟେକ କ୍ଷେତ୍ରରେ ହିତାଧିକାରୀ ମାନଙ୍କ ପାଇଁ ସରକାରୀ ଯୋଜନାରେ ଉଦ୍ଦିଷ୍ଟ ସହାୟତା ପ୍ରଦାନ ନେଇ କୌଣସି ମା’ ଠାରୁ ଯେପରି ଅଭିଯୋଗ ନ ଆସେ ତାକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିବାକୁ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଆଜି ଭଦ୍ରକ ଗସ୍ତରେ ଆସିଥିବା ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍ ନିଦେ୍ର୍ଦଶ ପ୍ରଦାନ କରିଥିଲେ । ଜିଲ୍ଲାପାଳ ସିଦେ୍ଧଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ସଦ୍ଭାବନା ସଭାଗୃହରେ ଆୟୋଜିତ ସମୀକ୍ଷା ବୈଠକରେ ମାନନୀୟା ମନ୍ତ୍ରୀଙ୍କ ସହ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ·ନ୍ଦବାଲି ବିଧାୟକ ଡ. ବ୍ୟୋମକେଶ ରାୟ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ କୁମାର ସାମଲ, ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ୍, ଅଧ୍ୟକ୍ଷ ଜିଲ୍ଲା ପରିଷଦ ପ୍ରଫୁଲ୍ଲ କୁମାର ଜେନା, ପ୍ରକଳ୍ପ ନିଦେ୍ର୍ଦଶକ ଇନ୍ଦ୍ରମଣି ନାୟକ, ଉପଜିଲ୍ଲାପାଳ ମନୋଜ ପାତ୍ର ପ୍ରମୁଖ ଏହି ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ଜୀବନ ଜୀବିକା ଅଭିଯାନର ମିଶନ୍ ଶକ୍ତି ଆଧାରରେ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ମାନଙ୍କୁ ଯୋଗାଇ ଦିଆଯାଉଥିବା ଆର୍ଥôକ ସହାୟତା, ସବ୍ସିଡି, ସେମାନଙ୍କ ଦ୍ୱାରା ସଫଳ ପ୍ରକଳ୍ପ, ଧାନ କିଣାଠାରୁ ଆରମ୍ଭ କରି କୃଷି, ଉଦ୍ୟାନ, ମତ୍ସ୍ୟ, ସ୍ୱାସ୍ଥ୍ୟ ଆଦି ବିଭିନ୍ନ ବିଭାଗୀୟ କାର୍ଯ୍ୟରେ ସେମାନଙ୍କ ସଂପୃକ୍ତି, କାର୍ଯ୍ୟଧାରା, ପ୍ରଗତି ଓ ସମସ୍ୟା ସମ୍ବନ୍ଧରେ ମନ୍ତ୍ରୀ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲେ ।

ସେହିପରି ମହିଳା ଓ ଶିଶୁ ବିକାଶ ଯୋଜନାରେ ଅଣ୍ଡା, ଛତୁଆ, ଅଙ୍ଗନୱାଡ଼ି ପିଲାଙ୍କୁ ଜଳଖିଆ ଯୋଗାଣ, ଗର୍ଭବତୀ, ପ୍ରସୂତୀ ମହିଳା ଓ ଶିଶୁଙ୍କ ପାଇଁ ଯୋଜନା, ଅଙ୍ଗନୱାଡ଼ି କେନ୍ଦ୍ର ଗୁଡ଼ିକର ସ୍ଥିତାବସ୍ଥା, ଶିଶୁ ସୁରକ୍ଷା ଯୋଜନାରେ ଉଦ୍ଧାର ଶିଶୁ ମାନଙ୍କ ରହଣି, ସ୍ୱାସ୍ଥ୍ୟ, ଶିକ୍ଷା ଓ ବାଲ୍ୟ ବିବାହ ନିଷେଧ କାର୍ଯ୍ୟକ୍ରମ ନେଇ ସମୀକ୍ଷା କରାଯାଇଥିଲା । ସମୀକ୍ଷା ପରେ ପରେ ମନ୍ତ୍ରୀ କ୍ଷେତ୍ର ଗସ୍ତ କରି ଜଗଦଲପୁର ମିଶନ ଶକ୍ତି ଗୃହ ଓ ମଲ୍ଲିକ୍ ସାହି ଅଙ୍ଗନୱାଡ଼ି କେନ୍ଦ୍ର ପରିଦର୍ଶନ କରିଥିଲେ । ଭଦ୍ରକ ବିଧାୟକ ଓ ସ୍ଥାନୀୟ ସରପଞ୍ଚ ମନ୍ତ୍ରୀଙ୍କ ଏହି ପରିଦର୍ଶନରେ ଉପସ୍ଥିତ ଥିଲେ । ସମୀକ୍ଷା ବୈଠକରେ ଆଲୋଚନା ଅନୁଯାୟୀ ଶିଶୁ ସୁରକ୍ଷା ଯୋଜନାରେ ଜିଲ୍ଲାରେ ୨୦୨୨ ଜାନୁୟାରୀରୁ ଅଦ୍ୟାବଧି ୨୬ଟି ବାଲ୍ୟ ବିବାହ ରୋକାଯାଇ ପାରିଛି । ବିଜୁ ଶିଶୁ ସୁରକ୍ଷା ଯୋଜନାରେ ସୁକନ୍ୟା ସମୃଦ୍ଧି ଯୋଜନାରେ ୩୦, ମେଧାବୃତ୍ତିରେ ୧ ସମୁଦାୟ ୩୧ ଜଣ ହିତାଧିକାରୀଙ୍କୁ ୬୫,୦୦୦ ଟଙ୍କା ବଣ୍ଟନ କରାଯାଇଛି । ଦୁର୍ଯେ୍ୟାଧନ ବିରୁଆ ନାମରେ ଜଣେ ପିଲାଙ୍କୁ କ୍ରିଡ଼ା ହଷ୍ଟେଲରେ ନାମ ଲେଖାଯାଇଛି । ଅଦ୍ୟାବଧି ୨୧ ଜଣ ପିଲାଙ୍କୁ ପୋଷ୍ୟ ସନ୍ତାନ ଗ୍ରହଣ ଯୋଜନାରେ ସାମିଲ କରାଯାଇଛି । ଅକ୍ଟୋବର ୨୦୨୨ରୁ ମଇ ୨୦୨୨ ପର୍ଯ୍ୟନ୍ତ ଜିଲ୍ଲାରେ ୧,୯୨,୫୩୮ ଜଣ ହିତାଧିକାରୀ ମମତା ଯୋଜନାରେ ଉପକୃତ ହୋଇଛନ୍ତି । ପ୍ରଥମ କିସ୍ତି ଟଙ୍କା ପାଇବା ପାଇଁ ୩୨ ଜଣ ଓ ଦ୍ୱିତୀୟ କିସ୍ତି ପାଇଁ ୪୨ ଜଣ ବାକି ଅଛନ୍ତି । ଜିଲ୍ଲାରେ କାର୍ଯ୍ୟକାରୀ ଥିବା ସମୁଦାୟ ୨,୪୩୫ ଅଙ୍ଗନୱାଡ଼ି କେନ୍ଦ୍ରରୁ ୧,୩୪୦ ଟି ନିଜସ୍ୱ କୋଠାରେ, ୩୧୧ ଟି ଭଡ଼ା ଘରେ, ୩୪୦ ଟି ସ୍କୁଲ ଘରେ, ୪୪୦ଟି ଗୋଷ୍ଠୀ ସାଧନ ଗୃହରେ କାର୍ଯ୍ୟ କରୁଥିବା ନେଇ ସୂଚନା ପ୍ରଦାନ କରାଯାଇଥିଲା । ଜିଲ୍ଲାରେ ୧୭ଟି ସୁପରଭାଇଜର, ୧ଟି ସିଡିପିଓ, ୪୨ଟି ଅଙ୍ଗନୱାଡ଼ି କର୍ମୀ, ୨୫ ଅଙ୍ଗନୱାଡ଼ୀ ହେଲ୍ପର ପଦବୀ ଶୂନ୍ୟ ଥିବା ପ୍ରକାଶ କରାଯାଇଥିଲା ।

ଜିଲ୍ଲାରେ ୨ ଲକ୍ଷ ୫୦ ହଜାର ମହିଳାଙ୍କୁ ନେଇ ୨୪,୧୧୬ଟି ମହିଳା ସ୍ୱୟଂ ସହାୟିକା ଦଳ ଗଠନ କରାଯାଇଅଛି । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦ୍ୱାରା ଧାନ କିଣା ଓ ଖାଉଟି ଦ୍ରବ୍ୟ ବିତରଣରେ ୧୭୧ଟି, ମହିଳା ଓ ଶିଶୁ ବିକାଶ ବିଭାଗରେ ୟୁନିଫର୍ମ ଯୋଗାଣରେ ୧୦୯ଟି, ଗୃହ ଓ ସହରାଞ୍ଚଳ ଉନ୍ନୟନରେ ୩୧୨ଟି, ମତ୍ସ୍ୟ ·ଷ, ଛେଳିପାଳନ, ବ୍ରୟଲର ଫାର୍ମରେ ୩୧୮ଟି ବ୍ୟାଙ୍କ ଯୋଗାଯୋଗରେ ୯୬ଟି, କୃଷି ଓ କୃଷକ ସଶକ୍ତିକରଣରେ ୪୫୬ଟି, ଏସ୍.ଏଚ୍.ଜି. ଦଳଙ୍କୁ ନିୟୋଜିତ କରାଯାଇଥିବାବେଳେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣରେ ୨୫୫ଟି, ମୋ ସେବାକେନ୍ଦ୍ର ପରି·ଳନା ପାଇଁ ୮ଟି, ଏସ୍.ଟି.ଏସ୍.ସି. ବିଦ୍ୟାଳୟକୁ ଗ୍ରୋସରୀ ଓ ୟୁନିଫର୍ମ ଯୋଗାଣ ପାଇଁ ୧୯ଟି ଏସ୍.ଏଚ୍.ଜି. ଦଳଙ୍କୁ ଚୟନ କରାଯାଇଥିବା ପ୍ରକାଶ କରାଯାଇଥିଲା । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜୟନ୍ତୀ ବେହେରା, ଉକ୍ତ ବିଭାଗର ଜିଲ୍ଲା ପ୍ରୋଗ୍ରାମ ଅଧିକାରୀ ପ୍ରଦୁ୍ୟମ୍ନ ଘୋଷ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ ଓ ଜିଲ୍ଲା ସଂଯୋଜକ (ବାଲ୍ୟ ବିବାହ ନିଷେଧ) ଅସିମ୍ ଅମିତାଭ୍ ଦାସ, ଜୀବନ ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ ପରି·ଳକ ସଂଜୟ ସ୍ୱାଇଁ ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକ ସୀତାଂଶୁ ଶେଖର ସାହୁ ପ୍ରମୁଖ ନିଜ ନିଜ ବିଭାଗର ତଥ୍ୟ ନେଇ ସମୀକ୍ଷା ବୈଠକରେ ଉପସ୍ଥାପନ ରଖିଥିଲେ । ପ୍ରକଳ୍ପ ନିଦେ୍ର୍ଦଶକ ଶ୍ରୀଯୁକ୍ତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Nalco
Leave A Reply