Odisha news

ଉଦ୍ଭିଦ ବିଜ୍ଞାନ ବିଭାଗର ବିଦାୟ ସଭା

0

ଦୋବଲ,୨୮/୬ : ଧାମନଗର ମହାବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗର ତୃତୀୟ ବର୍ଷ ସମ୍ମାନ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆୟୋଜିତ ବିଦାୟ ସଭା ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପବିତ୍ର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଉଦ୍ଭିଦ ବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପକ ମନୋଜ କୁମାର କର ସଂଚାଳନା କରିଥିଲେ । ସଭାରେ ସମ୍ମାନିତ ଅତିଥି ଭାବେ ପ୍ରାଧ୍ୟାପକ ଡ଼. ସମୀର କୁମାର ହୁଇ ଯୋଗଦେଇ ବିଭାଗ ବିଷୟରେ ଆଲୋଚନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଉଦ୍ଭିଦ ବିଭାଗର ଛାତ୍ରୀ ସୁନିତା ପ୍ରଧାନ, ସୋନାଲି ସେଠୀ ଓ ମୋନାଲିସା ସାହୁ ପ୍ରମୁଖ ପରିଚାଳନା କରିଥିଲେ । ଶେଷରେ ତୃତୀୟ ବର୍ଷର ଛାତ୍ରୀ ପ୍ରତୀକ୍ଷା ନାଥ ଧନ୍ୟବାଦ ଅର୍ପଣ କରିଥିଲେ

Leave A Reply