Odisha news

ଭଦ୍ରକ : ୨ଟି ଦୁର୍ଘଟଣାରେ ଦୁଇ ମୃତୁ୍ୟ ୮ ଗୁରୁତର

0

ଭଦ୍ରକ / ଆଗରପଡ଼ା,ତା୦୧/୬ : ଦୁର୍ଘଟଣାର ଦିନ ଭଦ୍ରକ । ଦୁଇଟି ଘଟଣାରେ ୧୦ ଜଣଙ୍କ ମଧ୍ୟରୁ ୨ ଜଣ ମୃତୁ୍ୟ ବରଣ କରିଥିବା ବେଳେ ୪ ଜଣ ଗୁରୁତର ହୋଇ କଟକ ବଡ଼ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇଛନ୍ତି । ଆଜି ଆଗରପଡ଼ା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ପୂର୍ବାହ୍ନରେ ନିୟୋଜିତ ବୋଲେରୋ ନଂ ଓଡ଼ି୨୨ଏଫ୨୯୨୬ଟି ଅନ୍ୟ ମେଡ଼ିକାଲରୁ ଅଫିସରଙ୍କୁ ନେଇ ଆଗରପଡ଼ା ମେଡ଼ିକାଲରେ ଛାଡ଼ିଥିଲା । ବୋଲେରୋଟି ଛିଡ଼ା ହୋଇଥିବା ବେଳେ ମେଡ଼ିକାଲର ଜଣେ ୪ର୍ଥ ଶ୍ରେଣୀ କର୍ମଚାରୀ ଉକ୍ତ ଗାଡ଼ିର ହର୍ଣ୍ଣ ମାରି ଡ୍ରାଇଭରଙ୍କୁ ଡ଼ାକିବା ପାଇଁ ଚେଷ୍ଟା କରୁଥିବା ବେଳେ ବୋଲେରୋ ହଠାତ୍ ଷ୍ଟାର୍ଟ ହୋଇ ଆଗକୁ ଗଡ଼ି ଚାଲିଥିଲା । ଟିକେଟ କାଉଣ୍ଟର ଆଗରେ ଅପେକ୍ଷା ରତ ରୋଗୀ ଓ ତାଙ୍କ ସଂପର୍କୀୟ ମାନଙ୍କ ଉପରେ ଆଖି ପିଛୁଳାକେ ବୋଲେରୋ ଚଢିଯିବା ସହ ଟିକେଟ କାଉଣ୍ଟର ଗୃହକୁ ଅଧା ଭାଙ୍ଗି ଦେଇଥିଲା ।

ବଡ଼ବର୍ଚ୍ଚିକୟାଁ ଗ୍ରାମର ଶ୍ରୀଧର ଲେଙ୍କା (୨୫), ମକରଦୂଜପୁର ଗ୍ରାମର ସଂଗ୍ରାମ ବେହେରା (୩୨), କାଣ୍ଡବା ଗ୍ରାମର ମଣି ପଣ୍ଡୁଆ(୨୮), ବଡ଼ମହିଁଷଗୋଠ ଗ୍ରାମର ତନ୍ମୟୀ ଜେନା(୨୮),ରାଉତରାପୁର ଗ୍ରାମର ଭାଗ୍ୟଲକ୍ଷ୍ମୀ ବାରିକ(୨୪) ଏବଂ ବିଶ୍ୱାଳକଣା ଗାଁର ଜଣେ ୮ବର୍ଷର ଶିଶୁ କିର୍ଷ୍ଣା ନାୟକଙ୍କ ଉପରେ ବୋଲେରୋ ଗାଡି ଚଢି ଯାଇଥିଲା । ଏହି ଦୁର୍ଘଟଣାରେ ୮ଜଣ ଗୁରୁତର ଥିବା ବେଳେ ଶ୍ରୀଧରଙ୍କ ଲେଙ୍କା ମୃତୁ୍ୟ ହୋଇଥିବା ଜଣାଯାଇଛି । ତେବେ ୮ବର୍ଷର ଶିଶୁ କ୍ରୀଷ୍ଣା ଏବଂ ଭାଗ୍ୟଲକ୍ଷ୍ମୀ ବାରିକ ଗୁରୁତର ହୋଇ ପ୍ରଥମେ ଭଦ୍ରକ ତାପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇଛନ୍ତି ।

ଏଥି ସହିତ ମେଡ଼ିକାଲ ପରିସରରେ ଥିବା ଏକ ସ୍କୁଟି ଭାଙ୍ଗିରୁଜି ଯାଇଛି । ଦୁର୍ଘଟଣା ଘଟାଇଥିବା ବୁଲେରୋକୁ ପୋଲିସ ଜବତ କରି ଥାନାରେ ଅଟକ ରଖିଛି । ସେହିପରି ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଚରମ୍ପାସ୍ଥିତ ନେସନାଲ ପେଟ୍ରୋଲ ପମ୍ପ ସମ୍ମୁଖରେ ଏକ ସ୍ୱିଫ୍ଟ ଡିଜାୟାର ଗାଡ଼ି ନଂ.ଓଡି୦୨ୟୁ୦୭୪୦ ଭୁବନେଶ୍ୱରରୁ ବାଲେଶ୍ୱର ସ୍ଥିତ ଜଳେଶ୍ୱର ଅଭିମୁଖେ ଯାଉଥିବା ବେଳେ ଡିବିଏଲ କମ୍ପାନୀର ଗାଡି ନଂ.ଏମ.ପି୦୯ଜିଇ୯୧୭୩ ଏକ ପାଣି ଟାଙ୍କି ଟ୍ରକକୁ ପଛ ପଟରୁ ବାଡେଇଥିଲା । ଯାହାଫଳରେ ଭୁବନେଶ୍ୱର ଅଂଚଳର ମନୋରଂଜନ ପ୍ରଧାନ ଓ ତାଙ୍କ ପତ୍ନୀ ମାୟାରାଣୀ ପ୍ରଧାନ ଏବଂ ତାଙ୍କ ସମ୍ପର୍କୀୟ ମନୋରଂଜନ ଦାସ ଗୁରୁତର ହୋଇ ଭଦ୍ରକ ଡାକ୍ତରଖାନାକୁ ଆସିଥିଲେ । ଭଦ୍ରକ ଡାକ୍ତରଖାନାର ଡାକ୍ତର ମାୟାରାଣୀ ପ୍ରଧାନକୁ ମୃତ ଘୋଷଣା କରିଥିବାବେଳେ ଅନ୍ୟଦୁଇଜଣ ଗୁରୁତର ହୋଇ କଟକ ବଡ ଡାକ୍ତରଖାନା ଯାଇଛନ୍ତି

Nalco
Leave A Reply