ଭଦ୍ରକ : ଭିନ୍ନକ୍ଷମ ପିଲାମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ କୌଶଳ ବିକାଶ ତାଲିମ୍ କାର୍ଯ୍ୟକ୍ରମ ଭଦ୍ରକର ଗେଲପୁରସ୍ଥିତ ସାଇ ସ୍ୱରୂପା ମାନସିକ ଭିନ୍ନକ୍ଷମ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲାର ସମସ୍ତ ସ୍ୱତନ୍ତ୍ର ବିଦ୍ୟାଳୟର ଶିକ୍ଷକମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ବିଦ୍ୟାଳୟର ସଭାପତି ସଂଗ୍ରାମ ମହାନ୍ତି ଓ ସଂପାଦକ ଡ. ଶରତ କୁମାର ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସଂପନ୍ନ ହୋଇଥିଲା । ଏଥିରେ ୨୦ ଜଣ ସ୍ୱତନ୍ତ୍ର ଶିକ୍ଷକ ଅଂଶଗ୍ରହଣ କରିଥିବାବେଳେ ତାଲିମଦାତା ଭାବେ ଅଲ୍ ଓଡ଼ିଶା ସ୍ପେଶାଲ ସ୍କୁଲ ଆସୋସିଏସନ୍ର ସଭାପତି ଦିବାକର ସ, ଭଦ୍ରକ ସର୍ବଶିକ୍ଷା ଅଭିଯାନର ଜିଲା ସମନ୍ୱିତ ଶିକ୍ଷା ସଂଯୋଜକ ଜଳନ୍ଧର ମଣ୍ଡଳ, ସର୍ବଶିକ୍ଷା ଅଭିଯାନର ବିଆରଟି (ବ୍ଲକ୍ ସମ୍ବଳ ଶିକ୍ଷକ) ଗଦାଧର ନାୟକ ପ୍ରମୁଖ ଯୋଗଦେଇଥିଲେ ।
