ଭଦ୍ରକ : ପବିତ୍ର ମଧୁ ଜୟନ୍ତୀରେ ‘ଜ୍ଞାନ ବଗିଚା ଫାଉଣ୍ଡେସନ୍ ଏବଂ ଚାରିଟେବଲ ଟ୍ରଷ୍ଟ’ ତରଫରୁ ଭଦ୍ରକ ସହରର ହେଡପୋଷ୍ଟ ଅଫିସ ଛକରେ ପଥଚାରୀଙ୍କ ପାଇଁ ଏକ ସୁସ୍ୱାଦୁ ଜଳଛତ୍ରର ବନେ୍ଦାବସ୍ତ କରାଯାଇଛି । ଦହି ସରବତ, ଲେମ୍ବୁ ସରବତ, ଜଳଜିରା ଓ ଗ୍ଲୁକୋଜ ଯୁକ୍ତ ପାନୀୟ ଷ୍ଟଲ୍ କୁ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ସଞ୍ଜୀବ କୁମାର ମଲ୍ଲିକ ଫିତାକାଟି ଉଦ୍ଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ପ୍ର. ଅଟଳ ବିହାରୀ ନାୟକ ଓ ଫାଉଣ୍ଡେସନର ମୁଖ୍ୟ ଉପଦେଷ୍ଟା ତଥା ସମ୍ବାଦ ପତ୍ର ‘ସୂର୍ଯ୍ୟପ୍ରଭା’ର ଜିଲ୍ଲା ପ୍ରତିନିଧି ଜ୍ଞାନ ପ୍ରକାଶ ପାଣୀ ଉକ୍ତ ପାନୀୟ ଷ୍ଟଲ୍ ଉଦ୍ଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଟ୍ରଷ୍ଟର ଚେୟାରମ୍ୟାନ୍ ଶ୍ରୀଯୁକ୍ତ ତ୍ରିଲୋଚନ ଦତ୍ତ, ଭାଇସ୍ ଚେୟାରମ୍ୟାନ୍ ଲକ୍ଷ୍ମୀପ୍ରିୟା ପ୍ରଧାନ, ସାଧାରଣ ସମ୍ପାଦକ ନିର୍ମଳ ଦେବଶର୍ମା, କୋଷାଧ୍ୟକ୍ଷ ଶ୍ରୀମତୀ ଶାନ୍ତିଲତା ସାହୁ, ଶିକ୍ଷା ସମ୍ପାଦକ ସୋନୁ କୁମାର, କୃଷି ସମ୍ପାଦକ ପ୍ରଶାନ୍ତ କୁମାର ମଲ୍ଲିକ, ଜ୍ୟୋର୍ତିମୟୀ ପ୍ରଧାନ, ସରସ୍ୱତୀ ମହାକୁଡ଼, ମଞ୍ଜୁଲତା ପରିଡ଼ା, ସହ ସମ୍ପାଦକ ବାସନ୍ତୀ ଲତା ମାହୁନ୍ତ, ଅଫିସ ସହଯୋଗୀ ରାଧାମୋହନ ପ୍ରଧାନ, ସମାଜସେବୀ ଅଶୋକ ଦାସ, ସମାଜସେବୀ ପ୍ରମୋଦ କୁମାର ମହାନ୍ତି, ଜଗବନ୍ଧୁ ବାରିକ୍, ପାର୍ବତି ସାହୁ, ବିକାଶ ଶତ୍ପଥୀ, ବାପି ବାବୁ, ବୈଜୟନ୍ତୀ ବେହେରା, ମେନେଜର ଗୌରହରି ଜେନା, ଗୌରବ କୁମାର ମହାନ୍ତି, ଅକ୍ଷୟ ଭୋଳ ପ୍ରମୁଖ ଜଳଛତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
