ସରକାର ବାବାଙ୍କ ପତେହ ଉତ୍ସବ ନିରାଡମ୍ବର ଓ କୋବିଡ଼ କଟକଣାରେ ପାଳିତ ହେବ : ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ଡ. ଜ୍ଞାନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତି
ଭଦ୍ରକ :ଭଦ୍ରକ ବାଇପାସ ସରକାରନଗର ସ୍ଥିତ ସରକାର ବାବାଙ୍କ ପୂଣ୍ୟ ଆସ୍ଥାନ ଠାରେ ଚଳିତ ମାସ ୨୩ ଓ ୨୪ ତାରିଖରେ ପାଳିତ ହେବାକୁ ଥିବା ଫତେହ ଉତ୍ସବ ସମ୍ପୂର୍ଣ୍ଣ ନିରାଡମ୍ବର ଓ କୋବିଡ଼ କଟକଣା ମଧ୍ୟରେ ପାଳନ କରାଯିବାକୁ ଆଜି ଅନୁଷ୍ଠିତ ସମନ୍ୱୟ କମିଟି ବୈଠକରେ ନିଷ୍ପତି ହୋଇଛି । ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ଡ. ଜ୍ଞାନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତି ସର୍ବ ସମ୍ମତି କ୍ରମେ ଗ୍ରହଣ କରାଯାଇଛି । ଏହି ଅବସରରେ ଅନୁଷ୍ଠିତ ହେଉଥିବା ଚଦର ଶୋଭାଯାତ୍ରା ଓ ଚାଦର ଚଢାକୁ ବାରଣ କରାଯାଇଛି । କେବଳ ବିଧି ମୁତାବକ ରୀତିନୀତି ଅନୁଯାୟୀ କୋବିଡ଼ କଟକଣା ମଧ୍ୟରେ ସମସ୍ତ କାର୍ଯ୍ୟ ସମ୍ପନ୍ନ କରାଯିବାକୁ ନିଷ୍ପତି ହୋଇଛି । ଭକ୍ତମାନଙ୍କୁ ଆସ୍ଥାନ ତଥା ଏହି ଞ୍ଚଳକୁ ଯିବାକୁ ବାରଣ କରାଯାଇଛି ।
ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ)ଶ୍ୟାମଭକ୍ତ ମିଶ୍ର, ଭାରପ୍ରାପ୍ତ ଉପଜିଲ୍ଲାପାଳ ମନୋରମା ଭୁୟାଁ, ଅତିରିକ୍ତ ଏସ୍ପି କୈଳାସଚନ୍ଦ୍ର ପରିଡା, ଡିଆଇବି ଇନିସ୍ପେକଫର କମଳଲୋଚନ ଭୁୟାଁ, ପବନ ବାଗେଡିଆ, ଖାନ୍କା ସରିଫ୍ ସମ୍ପାଦକ ସେକ୍ ଅତା ମହିଉଦ୍ଦୀନ, ବିଦ୍ୟାଧର ସାହୁ, ଚଉଦ ମହଲା ମୁସ୍ଲିମ୍ ଜମାତ ସଭାପତି ମହମ୍ମଦ ଅବଦୁଲ ବାରୀ, ଅବଦୁଲ ମୁକିତ ଖାଁ, ଭଦ୍ରକ ଏସ୍ଡିପିଓ, ପୁରୁଣାବଜାର ଆଇଆଇସିଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ, ଶାନ୍ତି ସମନ୍ୱୟ କମିଟିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ
