ଭଦ୍ରକ :ଭଦ୍ରକ ଜିଲ୍ଲାରେ ଏବେ କରୋନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ୪୨୯୧ । କେବଳ ଟେଷ୍ଟ ଚାଲିଛି, ହେଲେ ପୂର୍ବଭଳି ସର୍ଟଡାଉନ, ଲକ୍ଡାଉନ ର କଟକଣା । କୋଭିଡ୍ ଆରମ୍ଭରୁ କଣ୍ଟାକଫ ଟ୍ରେସିଂକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଥିଲା । ଏବେ ତାହା ବି ନାହିଁ । “ନିଜ ସୁରକ୍ଷା ନିଜ ହାତରେ’ନୀତିରେ ସବୁକିଛି ଚାଲିଛି । ଅନ୍ୟପକ୍ଷେ ରୋଗୀ ସଂଖ୍ୟା ବଢିବା ବେଳକୁ ସରକାରଙ୍କ ସମ୍ବଳ କମିବା କାରଣରୁ ହେଉ ବା ଅନ୍ୟ କିଛି କାରଣରୁ ହେଉ ସବୁକିଛି ବ୍ୟବସ୍ଥାକୁ କାଣ୍ଟଛାଟ୍ କରାଗଲାଣି ।
ପଞ୍ଚାୟତ ସ୍ତରରେ ଖୋଲିଥିବା ଟିଏମ୍ସି, ବ୍ଲକସ୍ତରରେ ସିସିଏଚ୍ଏସ ଏବଂ କୋଭିଡ କେୟାର ସେଣ୍ଟର ଗୁଡିକୁ କାଳେ ଏବେ ବନ୍ଦ କରିବାକୁ ଉପରୁ ନିର୍ଦ୍ଦେଶ ଆସିଗଲାଣି । ଆଉ କୋଭିଡ୍ ରୋଗୀଙ୍କ ପାଇଁ ଜିଲ୍ଳାର ଏକମାତ୍ର ଅଶା ଓ ଭରସା ଥିବା କୋଭିଡ ହସ୍ପିଟାଲକୁ ନେଇ ଏବେ ଜିଲ୍ଲା ତମାମ ଚର୍ଚ୍ଚା । ଭଦ୍ରକ ସହରାଞ୍ଚଳର ଘରୋଇ ଡାକ୍ତରଖାନା “ସାଳନ୍ଦୀ ହସ୍ପିଟାଲ’କୁ ସରକାର କୋଭିଡ୍ ହସ୍ପିଟାଲ ଭାବେ ଗ୍ରହଣ କରିଥିଲେ । ଏହାର ଶଯ୍ୟା(ବେଡ୍)ସଂଖ୍ୟା ୧୨୦ ବୋଲି ଘୋଷଣା ବି ହେଲା । କୋଭିଡ୍ ଆକ୍ରାନ୍ତ ଗୁରୁତର ରୋଗୀଙ୍କୁ ପୂର୍ବରୁ କଟକ ଓ ଭୁବନେଶ୍ୱରର ଅତ୍ୟାଧୁନିକ କୋଭିଡ ହସ୍ପିଟାଲକୁ ତୁରନ୍ତ ସ୍ଥାନାନ୍ତର କରାଯାଉଥିଲା । ଏବେ ପରିସ୍ଥିତି ଭିନ୍ନ ।
ସରକାରଙ୍କ ଘୋଷଣାନୁଯାୟୀ : ଏବେ ରୋଗୀ ଗୁରୁତର ହେଲେ ବି ସହଜରେ ସ୍ଥାନାନ୍ତର ହେବା ସମ୍ଭବ ନୁହେଁ । ରେଫର ପୂର୍ବରୁ ଯେଉଁଠିକୁ ଯିବେ ସେଠାକାର ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଆଗୁଆ ଅନୁମତି ଲୋଡା । ସେଠାରୁ ଅନୁମତି ଆସିଲେ ଯାଇ ସାଳନ୍ଦୀ କୋଭିଡ୍ ହସ୍ପିଟାଲରୁ ରୋଗୀଙ୍କୁ ଯାଇ ନିଆଯିବ, ଏହା ନହେଲେ ଯିବା ଅସମ୍ଭବ । ସେଠାକାର ଶଯ୍ୟା(ବେଡ)ସ୍ଥିତିରୁ ଏଠାରୁ ରୋଗୀ ଯିବ ନା ଏଇଠି ରହିବ ତାହା ନିର୍ଣ୍ଣୟ ହେବ । ସେହିଭଳାି ଗୁରୁତର କୋଭିଡ ରୋଗୀକୁ ଭେଣ୍ଟିିଲେଟର ନିହାତି ଆବଶ୍ୟକ । ଏଥିପାଇଁ ସରକାର ବହୁ ଟଙ୍କା ଖର୍ଚ୍ଚ କରି ଭେଣ୍ଟିଲେଟର କ୍ରୟ କରିଛନ୍ତି । ଭଦ୍ରକର କୋଭିଡ ହସ୍ପିିଟାଲକୁ ବି ୩ଟା ଭେଣ୍ଟିଲେଟର ଦେଲେ । କିନ୍ତୁ ତା’କୁ ଚଳାଇବା ପାଇଁ ଡାକ୍ତର ନାହାନ୍ତି କି ଆବଶ୍ୟକ ପାଇପ୍ ଲାଇନ୍ ବି ନଥିବା ଜଣାଯାଇଛି । ମୋଟାମୋଟି କହିବାକୁ ଗଲେ ଆସିୟୁ(ଇଣ୍ଟେନସିଭ୍ କେୟାରୟୁନିଟ୍)ରେ ଭେଣ୍ଟିଲେଟର ସୁବିଧା ଉପଲବ୍ଧ ଥାଏ । ଭଦ୍ରକରେ ଏହା ସ୍ପପ୍ନ ।
ତେଣୁ ଗୁରୁତର କୋଭିଡ୍ ରୋଗୀକୁ ଏଠି ଭେଣ୍ଟିଲେଟର ଚିକିତ୍ସା ମିଳିବ ନାହିଁ କି ସହଜରେ ଓ ତୁରନ୍ତ ସେ କଟକ-ଭୁବନେଶ୍ୱରକୁ ରେଫର ହୋଇପାରିବ ନାହିଁ । ତେବେ ରୋଗୀର ଅବସ୍ଥା ଯେ’ କଣ ହେବ ତାହା ସ୍ୱତଃ ସାବ୍ୟସ୍ତ ହେଉନି କି । ଅନ୍ୟପକ୍ଷରେ ଭଦ୍ରକ ଜିଲ୍ଲରେ କୋଭିଡ ମୃତକଙ୍କ ସଂଖ୍ୟା ଅସଲରେ ଏବେ ବଢିବାରେ ଲାଗିଛି । କିନ୍ତୁ ସରକାରୀ ତାଲିକାରେ ଜିଲ୍ଲାରେ ମୃତ୍ୟì ସଂଖ୍ୟା ୧୦ରେ ରହିଛି । କେବଳ କାଗଜ କଲମରେ କୋଭିଡ୍-୧୯ ପରିଚାଳନା କରାଗଲେ, ଅନେକ ଜୀବନ ଉଜୁଡି ଯିବ । ଏବେ ଜିଲ୍ଳାର ବହୁ ପ୍ରଶାସନିକ ଅଧିକାରୀ, ରାଜନେତା, ଡାକ୍ତର ଓ ପୋଲିସ ଅଧିକାରୀ ଆଦିଙ୍କୁ କୋଭିଡ୍ କବଳିତ କରିଛି ଓ କରୁଛି । ଅନେକ କଟକ-ଭୁବନେଶ୍ୱରରେ ରହି ଚିକିସିିତ ହେଉଛନ୍ତି । ତେବେ ସାଧାରଣ ରୋଗୀ ର ଏବେ ଭଗବାନଙ୍କୁ ଭରସା କରିବା ଛଡା ଅନ୍ୟ କିଛି ନାହିଁ ବୋଲି ସବୁଆଡେ ଚର୍ଚ୍ଚା ଚାଲିଛି । ରାଜ୍ୟ ସରକାର ଏଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ବହୁ ବୁଦ୍ଧିଜୀବୀ ଅନୁରୋଧ କରିଛନ୍ତି
